ହେଡଲାଇନସ୍:

ଜାତୀୟ ରାଷ୍ଟ୍ର ଗୀତ ବନ୍ଦେ ମାତରମ୍ ୧୫୦ତମ ବାର୍ଷିକୀ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ବ୍ଳକ୍ ସ୍ତରୀୟ ସାମୁହିକ ଗାନ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ

ଓଡ଼ଗାଁ,୧୭।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଦ୍ବାରା ଆୟୋଜିତ ଜାତୀୟ ରାଷ୍ଟ୍ର ଗୀତ ବନ୍ଦେ ମାତରମ୍ ୧୫୦ତମ ବାର୍ଷିକ ପାଳନ ଅବସରରେ ୫ ଶହରୁ ୬ଶହ ବିଦ୍ୟାର୍ଥୀଙ୍କ ଗହଣରେ ଵ୍ଳକ ସ୍ତରୀୟ ସାମୂହିକ ଗାନ,ସ୍ବଦେଶୀ ସଙ୍କଳ୍ପ ପତ୍ର ପାଠ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ସ୍ଥାନୀୟ ବ୍ଳକ୍ ରୋଡ କଲ୍ୟାଣୀ ମଣ୍ଡପ ଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ, ବିଡିଓ ପ୍ରିତିବାଳା ରଣା, ତହସିଲଦାର ଡ. ମାନସ ରଞ୍ଜନ ଭୋଇ, ରଘୁନାଥ ସମବାୟ ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜକିଶୋର ସାହୁ, ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ନୟାଗଡ଼ ବ୍ଳକ ଦାମୋଦର ଖିଲାର, ଓଡ଼ଗାଁ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ତଥା ଅତିରିକ୍ତ ଶିକ୍ଷା ଅଧିକାରୀ ରାଜକିଶୋର ସାହୁ ପ୍ରମୁଖ ଯୋଗଦେଇ ସବୁଜ, ସୁନ୍ଦର, ସ୍ବଚ୍ଛ ବିକ୍ଷିତ ଭାରତ ଏବଂ ଆତ୍ମନିର୍ଭର ଭାରତ ଗଠନ ଲକ୍ଷ୍ୟରେ ରାଷ୍ଟ୍ରୀୟ ଚେତନା ଜାଗ୍ରତ କରିବା ନିମନ୍ତେ ଜାତୀୟ ରାଷ୍ଟ୍ର ଗୀତ ବନ୍ଦେ ମାତରମ୍ ପ୍ରତ୍ୟେକ ଭାରତୀୟ ଗାଇବା ଆବଶ୍ୟକ ରହିଛି ବୋଲି କହିଥିଲେ।

ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଚିତ୍ରାଙ୍କନ,୬ଷ୍ଠରୁ ୮ମ ପର୍ଯ୍ୟନ୍ତ ଦେଶାତ୍ମବୋଧକ ସଙ୍ଗୀତ ଏବଂ ୯ମ ଠାରୁ ଅଧିକ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ସ୍ବରୂପ ମିଶ୍ର, ସାର୍ଥକ ଷଡ଼ଙ୍ଗୀ, ଦେବୀ ପ୍ରସାଦ ପଣ୍ଡା,ନରେଶ ପାଣିଗ୍ରାହୀ ବିଚାରକ ଭାବେ ପ୍ରତିଯୋଗିତା ଗୁଡ଼ିକର ବିଚାର କରିଥିଲେ। ପ୍ରଶିକ୍ଷକ ଭାବଗ୍ରାହୀ ମହାପାତ୍ର ,ରଞ୍ଜନ କୁମାର ଦାଶ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ରାଜସ୍ବିନୀ ପ୍ରଧାନ ଏବଂ ରାଜେଶ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ଅବସରପ୍ରାପ୍ତ ଶିକ୍ଷକ ପଞ୍ଚାନନ ପଣ୍ଡା ସହଯୋଗ କରିଥିଲେ।

0
0
0
s2sdefault