ହେଡଲାଇନସ୍:

ମିତ୍ରସଂଘ ପକ୍ଷରୁ ମକର ସଂକ୍ରାନ୍ତି ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ପୁରୀ, ୧୪/୧(ଅନିମେଶ ପଟ୍ଟନାୟକ ): ଶ୍ରୀକ୍ଷେତ୍ରର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ମିତ୍ରସଂଘ ପକ୍ଷରୁ ନବକଳେବର ରୋଡ ସ୍ଥିତ ଆଖଣ୍ଡଳମଣି ମନ୍ଦିର ନିକଟସ୍ଥ ମିତ୍ରସଂଘ କାର୍ଯ୍ଯାଳୟରେ ମକର ସଂକ୍ରାନ୍ତି ଅବସରରେ ବନ୍ଧୁ ମିଳନ ଓ ମକର ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଦସ୍ଯ ମାନେ ଏକତ୍ରିତ ହୋଇ ସମାଜରେ ଅବହେଳିତ ଓ ଗରିବ ଲୋକମାନଙ୍କୁ ସେବା ଯୋଗାଇବା ପାଇଁ ଆଲୋଚନା କରିଥିଲେ । ମକର ସଂକ୍ରାନ୍ତି ପାଇଁ ଅରୁଆ ଚାଉଳ ଖଣ୍ଡ ନଡିଆ, କଦଳୀ, ଛେନା, ସେଉ,ଅଙ୍ଗୁରୁ, କାଜୁ, ଖିସମିସ୍, ଗୋଲମରିଚ ଗୁଣ୍ଡ ମିଶାଇ ମକର ଚାଉଳ ପ୍ରସ୍ତୁତ କରାଯାଇଥିଲା । ପରେ ମହାପ୍ରଭୁଙ୍କ ନିକଟରେ ସମର୍ପଣ କରି ସଦସ୍ଯ ମାନଙ୍କ ମଧ୍ଯରେ ବଣ୍ଟନ କରାଯାଇଥିଲା । ନବକଳେବର ରୋଡରେ ପଦଚାରୀଙ୍କ ସମେତ ସ୍ଥାନୀୟ ବାସିନ୍ଦାମାନଙ୍କୁ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନୁଷ୍ଠାନର ଆବାହକ ଅନନ୍ତ ଶତପଥୀଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା । ସମ୍ପାଦକ ରାଜୀବ କୁମାର ମହାପାତ୍ର, ଜଗଜିତ ବିଶୋଇ, ସ୍ମୃତିରଞ୍ଜନ ପାଲଙ୍କ ସମେତ ଅନୁଷ୍ଠାନର ସଦସ୍ଯ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

0
0
0
s2sdefault