ହେଡଲାଇନସ୍:

ବେଲଗୁଣ୍ଠାରେ ମକର ଯାତ୍ରା ମହୋତ୍ସବ: ସହସ୍ରାଧିକ ଦର୍ଶକଙ୍କ ସମାଗମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା--(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମନ୍ଦିର ମାଳିନୀ ସହର ବେଲଗୁଣ୍ଠାରେ ପବିତ୍ର ମକର ସଂକ୍ରାନ୍ତି ଅବସରରେ ୩୨ତମ ବାର୍ଷିକ ଶ୍ରୀ ଲକ୍ଷ୍ମୀ ନୃସିଂହ ସପନ ମାନସିକ ମେଳା ଓ ମକର ଯାତ୍ରା ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ପୁରୋଧା ମହେଶ୍ୱର ପତି (ମଇନା)ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ଉତ୍ସବ ସହରର କଳା, ସଂସ୍କୃତି ଓ ଐତିହ୍ୟକୁ ପ୍ରତିଫଳିତ କରିଛି ।ଏହି ଅବସରରେ ଶ୍ରୀ ଲକ୍ଷ୍ମୀ ନୃସିଂହ ପୀଠ ପରିସରରେ ଠାକୁରଙ୍କ ମହାସ୍ନାନ, ପୂଜା, ଯଜ୍ଞ କର୍ମ,ଏକ ଲକ୍ଷ ଆଠ ଆରତୀ ଏବଂ ବେଢା ପରିକ୍ରମା ଭଳି ଅନେକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା ।ଯଜ୍ଞ କର୍ତ୍ତା ଭାବେ ହରପ୍ରସାଦ ପାଣିଗ୍ରାହୀ ଓ ପତ୍ନୀ କଳ୍ପନା ପାଣିଗ୍ରାହୀ ଏବଂ ଜଗନ୍ନାଥ ପାଣିଗ୍ରାହି ଓ ପତ୍ନୀ ସୁଜାତା ପାଣିଗ୍ରାହୀ ଦାୟିତ୍ଵ ତୁଲାଇଥିଲେ। ମୁଖ୍ୟ ପୂଜକ ପ୍ରସନ୍ନ କୁମାର ପତିଙ୍କ ସମେତ ଦିଲିପ ପତି, ଗୌରୀ ପ୍ରସାଦ ପତି,ବ୍ରଜେନ୍ଦ୍ର ପତି, କମଳାକାନ୍ତ ପତି, ରବୀନ୍ଦ୍ର ତ୍ରିପାଠୀ
ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ । ମଥୁରାର ପଣ୍ଡିତ ଗୌରୀ ଶଙ୍କର ଶତପଥୀ, ଅମୁଲ୍ୟ ହୋତା ଓ ଅଚ୍ୟୁତାନନ୍ଦ ହୋତାଙ୍କ ବେଦ ମନ୍ତ୍ରଧ୍ୱନୀରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା ।ସାଂସ୍କୃତିକ କାର୍ଯ୍ୟକ୍ରମ ଅନ୍ତର୍ଗତ ବେଲଗୁଣ୍ଠା ବଡ଼ଦାଣ୍ଡରେ ବିଭିନ୍ନ ଲୋକକଳା ପରିବେଷିତ ହୋଇଥିଲା। ଏଥିରେ ସୁତୁମସରର ମହାଭାରତ, ବଡକୋଦଣ୍ଡାର କଣ୍ଢେଇ ନାଚ, ତାରସିଂର ଗାହାଣ ନାଟକ, ରୋହିବାଙ୍କର ଭାରତ ଲୀଳା ଏବଂ କେଶପୁରର ପ୍ରହଲ୍ଲାଦ ନାଟକ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।
ଏହି ଅବସରରେ ବିଧାୟକଙ୍କ ପ୍ରତିନିଧି ଭାବେ ଯୁବ ସଙ୍ଗଠକ ଜିତେନ୍ଦ୍ର କୁମାର ନାୟକ ଯୋଗ ଦେଇ ଆଶିର୍ବାଦ ଭୀକ୍ଷା କରିଥିଲେ ।ତାଙ୍କ ସହିତ ସାଂସଦ ପ୍ରତିନିଧି ନାରାୟଣ ସାହୁ,୨ ନମ୍ବର ୱାର୍ଡ କାଉନସିଲର ଦିବ୍ୟ ରଞ୍ଜନ ଦାଶ, ବରିଷ୍ଠ ନେତା ନୀଳାଚଳ ମହାପାତ୍ର,ବରିଷ୍ଠ ସାମ୍ବାଦିକ ସୂର୍ଯ୍ୟ ନାରାୟଣ ତ୍ରୀପାଠୀ, ପ୍ରମୋଦ କୁମାର ପ୍ରଧାନ, ମନୋଜ ଦଳେଇ, ଗଙ୍ଗାଧର ଡାକୁଆ, ଆଲୋକ ସାହାଣୀ ପ୍ରମୁଖ ଉପସ୍ଥିତ ଥିଲେ ।ଏହାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ସହସ୍ରାଧିକ ଦର୍ଶକଙ୍କ ଭିଡ଼ ଜମିଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବେଲଗୁଣ୍ଠା ଥାନାଧିକାରୀ ରେବତୀ ଶବରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା ।

0
0
0
s2sdefault