ହେଡଲାଇନସ୍:

ଶ୍ରୀଶ୍ରୀ ରଘୁନାଥ ଜିଉଙ୍କ ପୀଠରେ ମକରପର୍ବ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦିବାପହଡ ବିନା ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଲେ ଶ୍ରୀ ରଘୁନାଥ,

ଓଡ଼ଗାଁ,୧୪।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜେ ଶ୍ରୀ ରଘୁନାଥ ଜୀଉଙ୍କ ପୀଠରେ ମାଘ କୃଷ୍ଣ ଏକାଦଶୀର ପବିତ୍ର ମକର ସଂକ୍ରାନ୍ତି ଅବସରରେ ବିଦ୍ଧିବିଧାନ ପୂର୍ବକ ମକର ପର୍ବ ପାଳିତ ହୋଇଯାଇଛି । ଆଜି ଠାରୁ ସୂର୍ଯ୍ୟ ନାରାୟଣଙ୍କ ଉତ୍ତରାୟଣ ଗତି ଆରମ୍ଭ ହେଉଥିବା ବେଳେ ପ୍ରଭୁଙ୍କୁ ସୂର୍ଯ୍ୟଙ୍କ ଉତାପରୁ ଦୁରେଇ ରଖିବା ପାଇଁଁ ମନ୍ଦିର ଚତୁଃପାର୍ଶ୍ଵ ବେଢ଼ାରେ ଛତି, ତ୍ରାସ ଆଦି ପାରମ୍ପରିକ ଆଢ଼ୁଆଳ ବ୍ୟବସ୍ଥା କରାଯାଇଥିଲା । ଏବଂ ପରମ୍ପରା ଅନୁସାରେ ବର୍ଷର ଏହି ଗୋଟିଏ ଦିନ ଶ୍ରୀଜୀଉଙ୍କର ଦିବା ପହୁଡ ହୋଇନଥାଏ । ଆଜିର ପବିତ୍ର ମକରସଂକ୍ରାନ୍ତି ଅବସରରେ ସାରାଦିନ ଦୂରଦୂରାନ୍ତରୁ ଆସିଥିବା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କ ଦର୍ଶନ ପାଇଁ ଭିଡ଼ ଲଗେଥିବା ବେଳେ ଶ୍ରୀ ରଘୁନାଥ ଜିଉଙ୍କୁ ଦର୍ଶନ କରି ସୌଭାଗ୍ୟ ଅର୍ଜନ କରିଥିଲେ । ଆଜିର ମକର ପର୍ବରେ ଭୋର ସାଢେ ୪ଟାରେ ଦ୍ଵାରଫିଟା ନୀତି ଆରମ୍ଭ ହୋଇ ଶ୍ରୀଜୀଉ ମାନଙ୍କୁ ମଣ୍ଡାମାଳ ଲାଗି କରାଯାଇ ମକର ବେଶରେ ସଜ୍ଜିତ କରାଯାଇଥିଲା ।

ଶ୍ରୀଜିଉଙ୍କ ଆଜ୍ଞାମାଳ ପାଇ ସୁଆର ସେବକମାନେ ନିଷ୍ଠାର ସହ ୪ ଗୋଟି ମାଟିକୁଡୁଆରେ ମକର ସହିତ ସାକର, ଦହି ଓ ପାନକୁ ପାଟବସ୍ତ୍ର ଘୋଡେ଼ଇ ଏକ ସ୍ୱତନ୍ତ୍ର ପଟୁଆରରେ ଘଂଟ, କାହାଳୀ, ତ୍ରାସ, ଛତି, ସଂକୀର୍ତନ ସହ ୩ ବେଢ଼ା ମନ୍ଦିର ପରିକ୍ରମା କରି ଶ୍ରୀଜିଉଙ୍କ ଠାରେ ଲାଗି କରିଥିଲେ । ଏବଂ ସନ୍ଧ୍ୟା ଆଳତି ପରେ ଦିବା ପହୁଡ ପରମ୍ପରା ସାରି ରାତ୍ରି ୯ ଘଣ୍ଟାରେ ଦ୍ୱାର ଫିଠା ହୋଇଥିଲା । ପରେ ମକରବେଢ଼ା ଓ ବଡ ସିଂହାର ନୀତି ସାରି ରାତ୍ର ପହୁଡ ପଡିଥିଲା । ଆଜିର ପାଳିଆ ପଣ୍ଡା, ମନ୍ଦିର ପରିଚାଳକ, ପୂଜକ ପରିଷଦର ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ ମକର ନୀତି କାର୍ଯ୍ୟ ସୁଚାରୁ ରୁପେ ସମ୍ପାଦନ ହୋଇଥିଲା ।

0
0
0
s2sdefault