ହେଡଲାଇନସ୍:

ମାଲକାନଗିରି ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ପାଳନ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି ୧୪ /୧/ ୨୬: ମାଲକାନଗିରି ଜିଲ୍ଲାର ସର୍ବପୁରାତନ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ହର୍ଷ ଉଲ୍ଲାସର ସହିତ ପାଳିତ ହୋଇଯାଇଛି। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଏହି ଉତ୍ସବ ଉପଲକ୍ଷେ, ସ୍ଥାନୀୟ ହନୁମାନ ମନ୍ଦିର ଠାରୁ କ୍ରୀଡ଼ା ମଶାଲ ଶୋଭା ଯାତ୍ରା ବାହାରି ବିଦ୍ୟାଳୟ ପରିସର ରେ ପହଞ୍ଚି ଥିଲା ଏବଂ
ଉକ୍ତ ମଶାଲକୁ ବିଦ୍ୟାଳୟ ଆଲୁମିନି କମିଟିର ସଭାପତି ସୁରେନ୍ଦ୍ର କୁମାର ପାଢ଼ୀ ଗ୍ରହଣକରି ଖେଳୁଆଡ ମନୋଭାବ ନେଇ କ୍ରୀଡ଼ା ପ୍ରତିଯୋଗିତା ରେ ଭାଗନେବା ପାଇଁ, ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।
ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ତଥା ବ୍ଲକ ଶିକ୍ଷା ଅଧିକାରୀ ମମତା ସୋଏ କ୍ରୀଡ଼ା ପତାକାକୁ ଉତ୍ତୋଳନ କରି, ଜୀବନରେ କ୍ରୀଡ଼ାର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟ ର କ୍ରୀଡ଼ା ଶିକ୍ଷକ ରଞ୍ଜିତ ପରିଜା ଛାତ୍ର ଛାତ୍ରୀ ମାନଙ୍କୁ ଶପଥ ପାଠ କରାଇଥିଲେ। ଦୁଇ ଦିନ ଧରି ଚାଲିଥିବା
ଉକ୍ତ କ୍ରୀଡ଼ା ପ୍ରତିଯୋଗିତା ରେ ବିଭିନ୍ନ ପ୍ରକାରର ଦୌଡ଼, ଖୋଖୋ, ସଟ ପୁଟ, ଡିସ୍କସ ଥ୍ରୋ, ଲମ୍ବା ଡିଆଁ, ଉଚ୍ଚା ଡିଆଁ, କବାଡି,ମିଓଜିକଲ ଚେୟାର, ସ୍ଲୋ ସାଇକେଲ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ସୁରେନ୍ଦ୍ର କୁମାର ପାଢ଼ୀ ଏବଂ ଶିକ୍ଷାବିତ ତଥା ବରିଷ୍ଠ ସାମ୍ବାଦିକ ଶିବ ପ୍ରସାଦ କୀର୍ତ୍ତନିୟା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ଏହା ପରେ ଶ୍ରୀ କୀର୍ତ୍ତନିୟା ଛାତ୍ର ଛାତ୍ରୀ ମାନଙ୍କୁ ମୋବାଇଲ୍ ଫୋନ୍ ର ବ୍ୟବହାରକୁ ସୀମିତ କରି ପାଠପଢ଼ାରେ ମନୋନିବେଶ କରିବା ସହିତ ଉତ୍ତମ ସ୍ବାସ୍ଥ୍ୟ ପାଇଁ ନିୟମିତ ଭାବରେ ବିଭିନ୍ନ ଖେଳରେ ଭାଗନେବା ପାଇଁ ପରାମର୍ଶ ଦେଇଥିଲେ ଏବଂ କ୍ରୀଡ଼ା ପତାକାକୁ ଅବତରଣ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ତଥା ବ୍ଲକ ଶିକ୍ଷା ଅଧିକାରୀ ମମତା ସୋଏ କ୍ରିଡ଼ା ମଶାଲ ନିର୍ବାପିତ କରି ଏହି କ୍ରୀଡ଼ା ଉତ୍ସବର ସମାପ୍ତି ଘୋଷଣା କରିଥିଲେ।
ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସନ୍ଦିପ କୁମାର ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି କ୍ରୀଡ଼ା ଉତ୍ସବ ରେ ବିଦ୍ୟାଳୟ ର ବରିଷ୍ଟ ଶିକ୍ଷକ ଯଥାକ୍ରମେ ଶିବପ୍ରସାଦ ପାତ୍ର, ନିତ୍ୟାନନ୍ଦ ପଣ୍ଡା, ଜୟଦେବ ପଣ୍ଡା, ଦୁର୍ଗା ମାଧବ ପାଢୀ , ମାନସ ରଞ୍ଜନ ସେନାପତି, ଗୁପ୍ତ ପ୍ରସାଦ ଗନ୍ତାୟତ, ଚିରଞ୍ଜିବି ପଣ୍ଡା,ପ୍ରିୟମ୍ବଦା ବିଶ୍ବାଳ, ସ୍ମୃତିରେଖା ଓଝା,ମମତା ନାୟକ, ସନ୍ଧ୍ୟା ମହାପାତ୍ର, ଶୁଭଶ୍ରୀ ସତପଥି, ନମିତା ଚାଲାଣ, ସାଇ କ୍ରିଷ୍ଣା ପଟ୍ଟନାୟକ,ପି, ଜ୍ୟୋତି, ରାଇମତି ବାରିକ, ଜସ୍ମିତା କନ୍ଧପାନ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ଓ ସମସ୍ତ ଅନ୍ୟାନ୍ୟ କର୍ମଚାରୀମାନେ ଯୋଗଦେଇ କାର୍ଯ୍ୟକ୍ରମ ରେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିଥିଲେ।

0
0
0
s2sdefault