ହେଡଲାଇନସ୍:

ପାର୍ବତୀ ଗିରିଙ୍କ ଶତବାର୍ଷିକୀ ପାଳନ ପାଇଁ ପ୍ରଶାସନିକ ବୈଠକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେପୁର :-ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ ଶତବାର୍ଷିକୀ ଉତ୍ସବ ଆସନ୍ତା ୧୯ ତାରିଖରେ ଗରିମାମୟ ଓ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯିବା ନେଇ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଜେପୁର ବ୍ଲକ ସମ୍ବିଳନୀ କକ୍ଷ ଠାରେ ଅନୁଷ୍ଠିତ ଏହି ବୈଠକ ସରୋଜ କୁମାର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ହୋଇଥିଲା।ବୈଠକରେ ତହସିଲଦାର ମୁକ୍ତେଶ୍ୱର ପାଣିଗ୍ରାହୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରୋଜ ବିଶ୍ୱାଳ, ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହି ଯନ୍ତ୍ରୀ, ଏନଏସି ଅଧ୍ୟକ୍ଷା ସୀତା ବାରିକ, ବିଜ୍ଞବିଭୁଦତ୍ତ ସାହୁ, ବ୍ଲକ ଅଧ୍ୟକ୍ଷ ଜୟକୃଷ୍ଣ ଡନସନ ସହ ବିଭିନ୍ନ ବିଭାଗର ଅଧିକାରୀ ଓ ପ୍ରତିନିଧିମାନେ ଉପସ୍ଥିତ ଥିଲେ।ବୈଠକରେ ଶତବାର୍ଷିକୀ ଉତ୍ସବକୁ ଗରିମାମୟ ଭାବେ ପାଳନ କରିବା ପାଇଁ ମଞ୍ଚ ବ୍ୟବସ୍ଥା, ଶୋଭାଯାତ୍ରା, ସାଂସ୍କୃତିକ କାର୍ଯ୍ୟକ୍ରମ, ପାନୀୟ ଜଳ, ସ୍ୱଚ୍ଛତା, ବିଦ୍ୟୁତ୍ ବ୍ୟବସ୍ଥା ସହ ଅନ୍ୟାନ୍ୟ ମୌଳିକ ସୁବିଧା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଉତ୍ସବକୁ ସମ୍ମିଳିତ ଉଦ୍ୟମରେ ସଫଳ କରିବା ପାଇଁ ସମସ୍ତ ବିଭାଗକୁ ସମନ୍ୱୟରେ କାମ କରିବାକୁ ବିଜେପୁର ବିଧାୟକ ଶ୍ରୀ ସନତ କୁମାର ଗଡ଼ତୀୟା ଆହ୍ୱାନ ଜଣାଇଥିଲେ।ଉତ୍ସବ ସମୟରେ ବିପୁଳ ଜନସମାଗମ ହେବାର ଆଶା ରହିଥିବାରୁ ଆଇନ-ଶୃଙ୍ଖଳା, ଲୋକଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ୍ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା l ଥାନାଧିକାରୀ ସୁଶାନ୍ତମଣି ମହାନ୍ତି ପୋଲିସ୍ ମୋତାୟେନ, ସୁରକ୍ଷା ମାପଦଣ୍ଡ ଓ ଭିଡ଼ ନିୟନ୍ତ୍ରଣ ସମ୍ପର୍କରେ ତାଙ୍କର ମତ ପ୍ରକାଶ କରିଥିଲେ।
ସେହିପରି, ଉତ୍ସବ ସମୟରେ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଡାକ୍ତର ସୁଶାନ୍ତ ମେହେର ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି, ଆପତ୍କାଳୀନ ଚିକିତ୍ସା ସେବା, ମେଡିକାଲ ଟିମ୍, ଆମ୍ବୁଲାନ୍ସ ବ୍ୟବସ୍ଥା ଓ ପ୍ରଥମିକ ଚିକିତ୍ସା କେନ୍ଦ୍ର ସ୍ଥାପନ ନେଇ ସୂଚନା ଦେଇଥିଲେ।ବୈଠକରେ ଏହା ମଧ୍ୟ ସୂଚିତ କରାଯାଇଥିଲା ଯେ ୧୭ ତାରିଖରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଏବଂ ୧୮ ତାରିଖରେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରାଯିବ।ବୈଠକର ଶେଷରେ ସମସ୍ତ ଉପସ୍ଥିତ ଅଧିକାରୀ ଓ ପ୍ରତିନିଧିମାନେ ଶତବାର୍ଷିକୀ ଉତ୍ସବକୁ ଶାନ୍ତିପୂର୍ଣ୍ଣ ସଫଳ କରିବା ପାଇଁ ସମ୍ପୂର୍ଣ୍ଣ ସହଯୋଗ ଦେବାକୁ ସମ୍ମତି ପ୍ରକାଶ କରିଥିଲେ। ଶେଷରେ ତହସିଲଦାର ମୁକ୍ତେଶ୍ୱର ପାଣିଗ୍ରାହୀ ସଭାକୁ ଧନ୍ୟବାଦ ଜଣାଇ ସଭାର ସମାପନ କରିଥିଲେ।

0
0
0
s2sdefault