କେନ୍ଦୁଝର,ତା୧୩/୧- କ୍ଷୁଦ୍ର ଜଳସେଚନ ବିଭାଜନ,କେନ୍ଦୁଝର ଆନୁକୂଲ୍ୟରେ ଜିଲ୍ଲା ସଂସ୍କୃତି ଭବନଠାରେ ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି । କ୍ଷୁଦ୍ର ଜଳସେଚନ ବିଭାଜନର କେନ୍ଦୁଝର ପୂର୍ବାଞ୍ଚଳ କ୍ଷୁଦ୍ର ଜଳସେଚନ ମଣ୍ଡଳ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ସନ୍ଦୀପ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାଣି ପଞ୍ଚାୟତ ମାଧ୍ୟମରେ କୃଷିର ଭିତ୍ତିଭୂମିର ଉନ୍ନତି,ଜଳ ସଂରକ୍ଷଣ ଓ ସୁବଣ୍ଟନ ମାଧ୍ୟମରେ ଚାଷୀର ଆୟକୁ ବହୁଗୁଣିତ କରିବାକୁ ଆହ୍ୱାନ ଜଣାଇଥିଲେ । ସମ୍ମାନୀତ ଅତିଥିଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ ପାଣି ପଞ୍ଚାୟତ ସରକାରଙ୍କ ଏକ ସଫଳ କାର୍ଯ୍ୟକ୍ରମ ବୋଲି କହିବା ସହିତ କୃଷକମାନଙ୍କ ଦ୍ୱାରା ଜଳର ସର୍ବାଧିକ ସଦୁପଯୋଗ କରିବା ସହ ବୈଜ୍ଞାନିକ ଓ ପଦ୍ଧତିଗତ ଉନ୍ନୟନ ଓ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ କ୍ଷୁଦ୍ର ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ରଶ୍ମୀ ରେଖା ଚାତାର ଚାଷୀଙ୍କୁ ସରକାରୀ ଯୋଜନାରେ ଭାଗିଦାରୀ ହେବାକୁ ପରାମର୍ଶ ଦେଇଥିଲେ । ସ୍ୱତନ୍ତ୍ର ଅତିଥିଭାବେ ଆନନ୍ଦପୁର କ୍ଷୁଦ୍ର ଜଳସେଚନ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ଅଶୋକ କୁମାର ସେଠୀ,ବିଦ୍ୟାଧରପୁର କେନାଲ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ଭାଗିରଥି ପାତ୍ର,କେନ୍ଦୁଝର ଉଠା ଜଳସେଚନ ବିଭାଜନ ନିର୍ବାହୀ ଯନ୍ତ୍ରୀ ନିମାଇଁ ଚରଣ ବେହେରା,ସପୋର୍ଟ ସଂସ୍ଥାର ଟିମ ଲିଡର ମିହିରେନ୍ଦ୍ର ମହାପାତ୍ର ପ୍ରମୁଖ ଅତିଥିଭାବେ ଯୋଗ ଦେଇ ପାଣି ପଂଚାୟତ ଗୁଡିକ ସୁଦୃଢ ହେଲେ ଚାଷୀମାନେ ଉପକୃତ ହୋଇପାରିବ । ଏହି ଅବସରରେ ସଫଳ ଚାଷୀ ଭାବେ ସଦର ବ୍ଲକ କଣ୍ଡରାପଶି ପଂଚାୟତ ଧନୁର୍ଜୟପୁର ଗ୍ରାମର ପ୍ରମୋଦ ନାଏକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସୌମାଶ୍ରୀ ଚାଟାର୍ଜୀ କାର୍ଯ୍ୟକ୍ରମକୁ ସଞ୍ଚାଳନା କରିଥିଲେ । କ୍ଷୁଦ୍ର ଜଳସେଚନ ଡିଭିଜନ କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ(୨) ଇଂ ମଙ୍ଗୁଳି ଚରଣ ସିଂ,ତେଲକୋଇ ସବ୍ ଡଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ପିଠ ସୋରେନ,ସହକାରୀ ଯନ୍ତ୍ରୀ ଇଂ ଯୁଧିଷ୍ଠିର ସା,ଇଂ ଚିତ୍ତରଞ୍ଜନ ଜେନା,ଇଂ ଆନନ୍ଦ କୁମାର ମଣ୍ଡଳ,ଇଂ ଦିବ୍ୟ ସିଂ ପ୍ରଧାନ,ବିଭାଗୀୟ ଅଧିକାରୀ ସୁଶିଲ କୁମାର ସେଠୀଙ୍କ ସମେତ କ୍ଷୁଦ୍ର ଜଳସେଚନ ବିଭାଗ ଅନ୍ତର୍ଗତ ପାଣି ପଂଚାୟତ କର୍ମକର୍ତ୍ତା,କନିଷ୍ଠ ଯନ୍ତ୍ରୀ ଏବଂ ଅନ୍ୟାନ୍ୟ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ । କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ (୧) ଇଂ ସୁକେସ୍ମିତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ବିଦ୍ୟାଳୟସ୍ତରରେ ରଚନା,ବକୃତା,ଚିତ୍ରାଙ୍କନ,କୁଇଜ ଏବଂ ମଡେଲ ପ୍ରଦର୍ଶନୀ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।
ରାଜ୍ୟ
ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ
- Hits: 20











