ହେଡଲାଇନସ୍:

କେନ୍ଦୁଝର ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର! ଏଣିକି ସହଜ ହେବ ଯାତାୟାତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୧୧ଟି ନୂତନ ରୁଟ୍‌ରେ ଗଡ଼ିବ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’

କେନ୍ଦୁଝର, ତା୧୩/୧- କେନ୍ଦୁଝର ଜିଲ୍ଲାର ପରିବହନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ସହଜ କରିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି । ଗତକାଲି (ତା ୧୨.୦୧.୨୦୨୬ରିଖ) ଜିଲ୍ଲାପାଳ ବିଶାଲ ସିଂହଙ୍କ ଦ୍ୱାରା ‘ମୁଖ୍ୟମନ୍ତ୍ରୀ ବସ୍ ସେବା’ର ସଂଶୋଧିତ ରୁଟ୍‌ଗୁଡ଼ିକର ଶୁଭାରମ୍ଭ ହୋଇଯାଇଛି । ଏହି ନୂତନ ପଦକ୍ଷେପ ଦ୍ୱାରା ଜିଲ୍ଲାର ବିଭିନ୍ନ ବ୍ଲକ ଓ ସଦର ମହକୁମା ମଧ୍ୟରେ ଯୋଗାଯୋଗ ଆହୁରି ସରଳ ହେବ ।ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ତା୧୪.୧୦.୨୦୨୫ରିଖରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ କମିଟି ବୈଠକର ନିଷ୍ପତ୍ତି ଅନୁସାରେ ଏହି ରୁଟ୍ ଗୁଡ଼ିକର ଯୁକ୍ତିକରଣ କରାଯାଇଛି । ଜନସାଧାରଣଙ୍କୁ ନିର୍ଭରଯୋଗ୍ୟ ଏବଂ ଆରାମଦାୟକ ପରିବହନ ସେବା ଯୋଗାଇଦେବା ଏହାର ମୁଖ୍ୟ ଲକ୍ଷ୍ୟ। ଜିଲ୍ଲାରେ ସମୁଦାୟ ୧୧ଟି ରୁଟ୍‌ରେ ବସ୍ ଚଳାଚଳ ପାଇଁ ନିଷ୍ପତ୍ତି ନିଆଯାଇଛି, ଯେଉଁଥିରେ ୩ଟି ଜିଲ୍ଲା ସଂଯୋଗୀକରଣ ରୁଟ୍ ଏବଂ ୮ଟି ବ୍ଲକ ସଂଯୋଗୀକରଣ ରୁଟ୍ ରହିଛି । ଜିଲ୍ଲାର ନୂତନ ସଂଯୋଗୀକରଣ ରୁଟ୍ ମଧ୍ୟରେ ଘଟଗାଁରୁ କେନ୍ଦୁଝର ସଦର (ପିପିଳିଆ ଦେଇ) ପାଟଣାରୁ କେନ୍ଦୁଝର ସଦର (ଶରଧାପୁର ଦେଇ) କେନ୍ଦୁଝର ସଦରରୁ ହରିଚନ୍ଦନପୁର ଏବଂ ବ୍ଲକ ସଂଯୋଗୀକରଣ ରୁଟ୍ ମଧ୍ୟରେ ଆନନ୍ଦପୁରରୁ ହାଟଡିହି, ଆନନ୍ଦପୁରରୁ କଦବାହାଳ (ଘସିପୁରା ଦେଇ), ହରିଚନ୍ଦନପୁରରୁ ଦେଓଗାଁ, ହରିଚନ୍ଦନପୁରରୁ ଘଟଗାଁ, ହାଟଡିହିରୁ ଘସିପୁରା, ହାଟଡିହିରୁ ଆନନ୍ଦପୁର, ସାହାରପଡାରୁ ପାଟଣା ଏବଂ ଘସିପୁରାରୁ ହାଟଡିହି ଏହି ନୂତନ ବସ୍ ସେବା ଦ୍ୱାରା ବ୍ଲକ ଏବଂ ସଦର ମହକୁମା ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥା ଆହୁରି ସହଜ ହୋଇପାରିବ।

0
0
0
s2sdefault