୧୪ ବର୍ଷରୁ ଉର୍ଦ୍ଧ୍ବ ୩୫ ଜଣ ପରୀକ୍ଷାର୍ଥୀ ହାଇସ୍କୁଲ ପରୀକ୍ଷା ଦେବେ
ଓଡ଼ଗାଁ,୮।୧(ଶ୍ରୀକାନ୍ତ କୁମାର ମିଶ୍ର):ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସିର ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ରଘୁନାଥ ବିଦ୍ୟାପୀଠ ପରୀକ୍ଷା କେନ୍ଦ୍ରରେ ଅଧାରୁ ପାଠ ଛାଡିଥିବା ବିଦ୍ୟାର୍ଥୀଙ୍କ ପାଇଁ ମେଗା ନାମଲେଖା ଶିବିର ଅନୁଷ୍ଠିତ ହୋଇଥିଲା ବେଳେ ୧୪ ବର୍ଷରୁ ଉର୍ଦ୍ଧ୍ବ ୩୫ ଜଣ ପରୀକ୍ଷାର୍ଥୀ ହାଇସ୍କୁଲ ପରୀକ୍ଷା ଦେବେ ବୋଲି ଜଣାଯାଇଛି।ସୂଚନା ଅନୁସାରେ ବିଦ୍ୟାଳୟ ବାହାରେ ଥିବା କିମ୍ବା ଅଧାରୁ ପାଠ ଛାଡିଥିବା ୧୪ ବର୍ଷରୁ ଉର୍ଦ୍ଧ୍ବ ବୟସର ଛାତ୍ରଛାତ୍ରୀ ମାନଙ୍କୁ ରାଜ୍ୟ ମୁକ୍ତ ବିଦ୍ୟାଳୟ/ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟରେ (ଏସଆଇଓଏସ/ଏନଆଇଓଏସ୍) ନାମଲେଖା ପାଇଁ ଏକ ମେଗା ନାମଲେଖା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋଟ ୩୫ ଜଣ ଛାତ୍ରଛାତ୍ରୀ ରାଜ୍ୟ ମୁକ୍ତ ବିଦ୍ୟାଳୟ ହାଇ ସ୍କୁଲ ପରୀକ୍ଷା ପାଇଁ ସେମାନଙ୍କ ନାମ ଲେଖାଇବା ନିମନ୍ତେ ଫର୍ମ ସହିତ ଅନ୍ୟାନ୍ୟ ଦସ୍ତାବିଜ୍ ଦାଖଲ କରିଛନ୍ତି। ରଘୁନାଥ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ତଥା ରାଜ୍ୟ ମୁକ୍ତ ବିଦ୍ୟାଳୟର ବ୍ଲକ ସଂଯୋଜକ ଚନ୍ଦ୍ର ଶେଖର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଶିବିରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଆଞ୍ଚଳିକ ସଂଯୋଜକ ମାନେ ଉପସ୍ଥିତ ରହି ଶିକ୍ଷା ସ୍ରୋତରେ ସାମିଲ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।











