ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ଦୁର୍ଘଟଣାରେ ଗୁରୁତର ହୋଇଥିବା ଏକ ଷଣ୍ଢର ଚିକିତ୍ସା ବେଲଗୁଣ୍ଠା ବ୍ଳକ୍ ତନରଡା ସ୍ଥିତ ଶ୍ରୀବତ୍ସ ଗୋରକ୍ଷା ଆଶ୍ରମରେ ଆରମ୍ଭ ହୋଇଛି I ସୂଚନା ପ୍ରକାରେ ଗତ ମାସ ଏକ ତିରିଶି ତାରିଖ ରାତିରେ ଭଞ୍ଜନଗର ବେଲଗୁଣ୍ଠା ରୋଡ଼୍ ସ୍ଥିତ ନାୟାରା ପେଟ୍ରୋଲ୍ ପମ୍ପ୍ ନିକଟରେ ଏକ ଷଣ୍ଢକୁ କୌଣସି ଅଜଣା ଗାଡ଼ି ଧକ୍କା ଦେଇ ଚାଲି ଯାଇଥିଲା I ଫଳରେ ଷଣ୍ଢଟିର ଗୋଟିଏ ଶିଙ୍ଗ ଭାଙ୍ଗି ଯିବା ସହିତ ଗୋଟିଏ ଗୋଡ଼ ମଧ୍ୟ ଖସି ଯାଇଥିଲା I ଘଟଣା ସ୍ଥଳରେ ଷଣ୍ଢଟି ମୁମୂର୍ଷୁ ଅବସ୍ଥାରେ ଦୁଇ ଦିନ ଧରି ପଡି ରହିବା ପରେ ଭଞ୍ଜ ସେନା ସେବା ସଂଘ ପକ୍ଷରୁ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ କର୍ମଚାରୀ ସୁଶାନ୍ତ ମିଶ୍ରଙ୍କ ସହ ଯୋଗାଯୋଗ କରାଯାଇଥିଲା I ଶ୍ରୀ ମିଶ୍ରଙ୍କ ସହଯୋଗରେ ଭଞ୍ଜନଗରର ପ୍ରାଣୀ ଚିକିତ୍ସକ ଷଣ୍ଢଟିର ଚିକିତ୍ସା କରିଥିଲେ I କିନ୍ତୁ ସେଥିରେ ମଧ୍ୟ ଷଣ୍ଢର ଅବସ୍ଥାରେ ସୁଧାର ଆସିନଥିଲା I ଏହାପରେ ମୁଜାଗଡ ନିକଟସ୍ଥ ଡାଙ୍ଗୁଆପଲ୍ଲୀ ଗ୍ରାମର ଜଣେ ଦେଶୀ ବୈଦ୍ୟ ଆସି ଷଣ୍ଢଟିର ଗୋଡ଼କୁ ଯୋଡ଼ିଥିଲେ ମଧ୍ୟ ଷଣ୍ଢଟି ସୁସ୍ଥ ହୋଇନଥିଲା I ଏନେଇ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ସହ ଯୋଗାଯୋଗ କରାଯିବାରେ କାର୍ଯ୍ୟ ନିର୍ବାହି ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡାଙ୍କର ସହଯୋଗରେ କାର୍ଯ୍ୟାଳୟର ଏକ ଗାଡ଼ିରେ ଷଣ୍ଢଟିକୁ ଉଦ୍ଧାର କରାଯାଇ ତନରଡା ସ୍ଥିତ ଶ୍ରୀବତ୍ସ ଗୋରକ୍ଷା ଆଶ୍ରମରେ ଭର୍ତ୍ତି କରାଯାଇଛି I ଆଶ୍ରମ ମୁଖ୍ୟ ଶ୍ରୁତି ଶାସ୍ତ୍ରୀ ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ଷଣ୍ଢଟିର ଚିକିତ୍ସା ଆରମ୍ଭ ହୋଇଛି I
ରାଜ୍ୟ
ତନରଡା ସ୍ଥିତ ଶ୍ରୀବତ୍ସ ଗୋରକ୍ଷା ଆଶ୍ରମରେ ଦୁର୍ଘଟଣାରେ ଗୁରୁତର ଷଣ୍ଢର ଚିକିତ୍ସା ଆରମ୍ଭ
- Hits: 18











