ବେଲଗୁଣ୍ଠା-(ଶିବରାମ ଚୌଧୁରୀ )--: ବେଲଗୁଣ୍ଠାବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ଶୀତକାଳୀନ ସେବା ଶିବିର ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ କୁମାର ପଟ୍ଟନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ତନରଡ଼ା ଗ୍ରାମ ପଞ୍ଚାୟତ ର ବିଶିଷ୍ଟ ସମାଜସେବୀ, ରାଜନେତା ତଥା ପୂର୍ବତନ ସରପଞ୍ଚ ଅନିଲ୍ କୁମାର ପାଠୀ ଯୋଗଦେଇଥିଲେ । ସମ୍ମାନୀତ ଅତିଥିଭାବେ ଅଧ୍ୟାପକ ସନ୍ତୋଷ କୁମାର ପାଣିଗ୍ରାହୀ, ସପନ କୁମାର ପ୍ରଧାନ, ସୁଶ୍ରୀ ଲକ୍ଷ୍ମୀ ଗୌଡ଼, କ୍ରିଡ଼ା ଶିକ୍ଷକ ବିଶ୍ଵରଂଜନ ସ୍ଵାଇଁ ପ୍ରମୁଖ ମଞ୍ଚାସୀନ ଥିଲେ । ଅଧ୍ୟାପକ ଅଶୋକ କୁମାର ସ୍ଵାଇଁ ସଭାକାର୍ଯ୍ୟ ପରିଚାଳନା କରିଥିଲେ I ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧକାରୀ ପିଙ୍କି ପାତ୍ର ଙ୍କ ତତ୍ତ୍ଵାବଧାନରେ ସଭାକାର୍ଯ୍ୟ ସରସ ସୁନ୍ଦର ହୋଇଥିଲା। ଦୀର୍ଘ 7 ଦିନ ଧରି ଅର୍ଥାତ୍29.12.2025 ରୁ4.1.2026 ତାରିଖ ପର୍ଯ୍ୟନ୍ତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ପିଙ୍କି ପାତ୍ର ଆଲୋ ଚ଼ନା କରିଥିଲେ । ମୁଖ୍ଯ ଅତିଥି ପାଠୀ ସେବା ସଂପର୍କ ରେ ଓ ଜାତୀୟ କାର୍ଯ୍ୟ ସଂପର୍କରେ ସ୍ୱେଚ୍ଛାସେବୀ ମାନଙ୍କୁ ଉଦ୍ବୋଧନ କରିଥିଲେ ।ଅଧ୍ଯକ୍ଷ ପଟ୍ଟନାୟକ ସ୍ୱେଚ୍ଛାସେବୀମାନଙ୍କୁ ସମାଜସେବାସଂପର୍କରେ ଭାଷଣ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀମାନେ ସେମାନଙ୍କ ଦୀର୍ଘ 7 ଦିନର କାର୍ଯ୍ୟକ୍ରମ ସଂପର୍କରେ ମତ ପ୍ରଦାନ କରିଥିଲେ । ସୋଡ଼ଙ୍ଗାଇ, ଠେଙ୍ଗାଧର,ତନରଡ଼ା,ବେଲଗୁଣ୍ଠା ଆଦି ଅଂଚଳରେ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ସର୍ଭେ କାର୍ଯ୍ୟକ୍ରମ, ନିଶା ନିବାରଣକାର୍ଯ୍ୟକ୍ରମ, ବେଟି ବଚାଓ ବେଟି ପଢ଼ାଓ,ସଫେଇ କାର୍ଯ୍ୟକ୍ରମ ଆଦି କରି ସ୍ୱେଚ୍ଛାସେବୀମାନେ ସେମାନଙ୍କ ମହନୀୟ କାର୍ଯ୍ୟର ମହନୀୟତା ପ୍ରତିପାଦନ କରିଥିଲେ । 50 ଜଣ ସ୍ୱେଚ୍ଛାସେବୀ କୁ ନେଇ ଏହି କାର୍ଯ୍ୟକ୍ରମ ହୋଇଥିଲା ଏବଂ ଏହି କାର୍ଯ୍ୟକ୍ରମରେ ସନ୍ତୋଷ ଗୌଡ଼, ମାଲବରଡ଼ ଓ ଡ଼ିଇଓ ପ୍ରଶାନ୍ତ ମହାନ୍ତି ସହଯୋଗ କରିଥିଲେ। ଶେଷରେ ପିଙ୍କି ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ରାଜ୍ୟ
ଜାତୀୟ ସେବା ଯୋଜନା କୋୟୁନିଟ୍ ର ଶୀତକାଳୀନ ଶିବିର ଉଦ୍ଯାପିତ
- Hits: 131











