ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣସମ୍ପଦ ମେଳା- ୨୦୨୬ ଉଦ୍ଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର ତା ୪.୧.୨୦୨୬:ଅଶୋକ ସାହୁ, ଜିଲ୍ଲାର ମତ୍ସ୍ୟ ଓ ପ୍ରାଣୀସମ୍ପଦ କ୍ଷେତ୍ରରେ ସମଗ୍ର ବିକାଶ ,ଚାଷୀ ଓ ପ୍ରାଣୀପାଳକ ମାନଙ୍କ ଆୟବୃଦ୍ଧି ଏବଂ ସ୍ଵୟଂ ରୋଜଗାର ସୃଷ୍ଟି ଉଦ୍ଦେଶ୍ୟରେ ସ୍ଥାନୀୟ ଆର୍ ସି ଡି ହାଇସ୍କୁଲ ପଡିଆ ରେ ଜିଲ୍ଲା ପ୍ରଶାସନ ଓ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ର ମିଳିତ ଆନୁକୁଲ୍ୟରେ ଦୁଇ ଦିନିଆ ୪/୧ ଓ ୫/୧ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୬ ଆୟୋଜିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବିଶ୍ୱଜିତ୍ ବର୍ମନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମେଳା ରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ମଞ୍ଚରେ ସମ୍ମାନୀତ ଅତିଥି ରୂପେ ଡାବୁ ଗାଁ ବିଧାୟକ ମନୋହର ରନ୍ଧାରୀ,ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଝରି ଗାଁ ବିଧାୟକ ନରସିଂହ ଭତରା,ନବରଙ୍ଗପୁର ପୌରାଧ୍ୟକ୍ଷ କୁନୁ ନାୟକ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର,ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀ ରାଧେଶ୍ୟାମ ଲାଇକ,ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଷ୍ଣୁ ଚରଣ କିଶାନ ପ୍ରମୂଖ ଯୋଗ ଦେଇଥିଲେ।ପ୍ରଥମେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ବିଶ୍ୱଜିତ୍ ବର୍ମନ ସମସ୍ତଙ୍କୁ ସ୍ୱାଗତ କରିଥିଲେ।ଗ୍ରାମାଂଚଳ ର ବେକାର ଯୁବକ ଯୁବତୀ ନିଜ ଅଞ୍ଚଳରେ ରହି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ର ବିଭିନ୍ନ ଯୋଜନା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ମୁଖ୍ୟମନ୍ତ୍ରୀ ମତ୍ସ୍ୟଜିବୀ କଲ୍ୟାଣ ଯୋଜନା,ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା,ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଭଳି ଯୋଜନାର ଉପଯୋଗ କରି ଆର୍ଥିକ ଅଭିବୃଦ୍ଧି ସହ ସ୍ୱାବଲମ୍ବୀ ହୋଇପାରିବେ ଏବଂ ରାଜ୍ୟର ଆର୍ଥିକ ବିକାଶ ରେ ସହାୟକ ହେବେ ତାହା ଏହି ମେଳାର ଉଦ୍ଦେଶ୍ୟ।ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ଜିଲ୍ଲାର ଉପସ୍ଥିତ ଚାଷୀଙ୍କୁ ସ୍ବାଗତ ଜଣାଇ ମତ୍ସ୍ୟ ଓ ପ୍ରାଣୀସମ୍ପଦ ର ବିଭିନ୍ନ ଯୋଜନାରେ ସାମିଲ ହୋଇ କେବଳ ଧାନ,ମକା,ତୈଳବୀଜ ଚାଷ ନ କରି ଏହା ସହିତ ଗୋପାଳନ,ମସ୍ୟ ଚାଷ,ଛେଳି ,ଘୁଷୁରୀ ଓ କୁକୁଡ଼ା ପାଳନ କରି ନିଜ ର ଆର୍ଥିକ ଅଭିବୃଦ୍ଧି କରିବାକୁ ଆହ୍ବାନ କଲେ।ସମ୍ମାନୀତ ଅତିଥି ଗଣ ନିଜ ବକ୍ତବ୍ୟରେ ଜିଲ୍ଲାର ମତ୍ସ୍ୟ ଓ ପ୍ରାଣୀ ପାଳକ ଚାଷୀ ବିଭିନ୍ନ ଯୋଜନା ର ସବସିଡି ସହାୟତା ନେଇ ନିଜର ଆର୍ଥିକ ଅଭିବୃଦ୍ଧି ସହ ଅନ୍ୟମାନଙ୍କୁ କର୍ମ ନିଯୁକ୍ତି ରେ ସହାୟକ ହୁଅନ୍ତୁ ବୋଲି କହିଥିଲେ।ମେଳା ଅବସରରେ ଜିଳ୍ଲାର ୪ ଜଣ ଚାଷୀଙ୍କୁ ମୁଖ୍ୟ ଅତିଥି ମାନପତ୍ର ଉପଢୌକନ ,ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ।ଉମରକୋଟ ବ୍ଲକ ର ଜି ହରିପ୍ରସାଦ ଘୁଷୁରୀ ପାଳନ,ରାଇଘର ବ୍ଲକ ର ଟୋପିରାମ ନାୟକ ମତ୍ସ୍ୟ ପୋଖରୀ ଯୋଜନା, ନନ୍ଦାହାଣ୍ଡି ବ୍ଲକର ମା ବୁଢ଼ୀ ଠାକୁରାଣୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗ୍ରାମ ପଞ୍ଚାୟତ ପୋଖରୀରେ ମାଛ ଚାଷ,ନବରଙ୍ଗପୁର ବ୍ଲକ ଦେବୀ ଦୁର୍ଗା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଛେଳି ପାଳନ ରେ ଉଲ୍ଲେଖନିୟ ଉନ୍ନତି ପାଇଁ ମୁଖ୍ୟ ଅତିଥି ଙ୍କ ଠାରୁ ପୁରସ୍କୃତ ହୋଇଥିଲେ। ସେଭଳି ତେନ୍ତୁଳିଖୁଣ୍ଟି ବ୍ଲକ କେନ୍ଦୁଗୁଡ଼ା ସୁରଭି ଗୋଶାଳା କୁ ୩୨ ଲକ୍ଷ ଟଙ୍କା, ପାପଡ଼ାହାଣ୍ଡି ର ଚୁମୁକି ସାନ୍ତାଙ୍କୁ ନୂତନ ମଧୁର ଜଳ ପୋଖରୀ ଖନନ ନିମନ୍ତେ ୨,୯୪,୦୦୦ ଟଙ୍କା, କୋଷାଗୁମୁଡ଼ା ର ଟଙ୍କଧର ଗୌଡ ଙ୍କୁ ଗୋପାଳନ ପାଇଁ ୧,୦୮,୦୦୦ ଟଙ୍କା ,ନବରଙ୍ଗପୁର ର ଜୟ ହନୁମାନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ଗ୍ରାମ ପଞ୍ଚାୟତ ପୋଖରୀରେ ମାଛ ଚାଷ ନିମନ୍ତେ ୧,୫୪,୦୦୦ ଟଙ୍କା ର ଡ଼ମି ଚେକ ପ୍ରଦାନ କରାଯାଇଥିଲା।ମେଳାରେ ବିଭିନ୍ନ ବିଭାଗୀୟ ଷ୍ଟଲ ସହ ଏଲ ଇ ଡି ସ୍କ୍ରିନ ରେ ବିଭାଗୀୟ ଯୋଜନା,ହିତାଧିକାରୀଙ୍କ ବାର୍ତ୍ତାଳାପ ,ସଫଳ ଚାଷୀଙ୍କ କାହାଣୀ ପ୍ରଦର୍ଶନ କରାଯାଇଥିଲା।ଚାଷୀ ବୈଜ୍ଞାନିକ ଆଲୋଚନା ଚକ୍ର ରେ ଚାଷୀ ମାନେ ନିଜର ମତ୍ସ୍ୟଓ ପ୍ରାଣୀ ପାଳନ ସମ୍ବନ୍ଧୀୟ ବିଭିନ୍ନ ଅସୁବିଧା,ଆଧୁନିକ ପ୍ରାଣୀ ପାଳନ, ଟିକାକରଣ, ପ୍ରାଣୀ ସ୍ୱାସ୍ଥ୍ୟ ଉପରେ ପରାମର୍ଶ ପାଇଥିଲେ।ସଭାପରେ ବିଭିନ୍ନ ସାଂସ୍କୃତିକ ଦଳ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।ମେଳା କାର୍ଯ୍ୟକ୍ରମ ରେ ଜିଲ୍ଲା ସ୍ତରୀୟ ଅଧିକାରୀ,ସମସ୍ତ ବ୍ଲକ ରୁ ମତ୍ସ୍ୟ ଚାଷୀ, ପ୍ରାଣୀ ପାଳକ, ସ୍ୱୟଂ ସହାୟକ ଗୋଷ୍ଠୀ,ଯୁବ ଉଦ୍ୟୋଗୀ,ଅଗ୍ରଣୀ ଚାଷୀ, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।ଶେଷରେ ସି ଡି ଭି ଓ ରାଧେଶ୍ୟାମ ଲାଇକ ଧନ୍ୟବାଦ୍ ଅର୍ପଣ କରିଥିଲେ।

0
0
0
s2sdefault