ହେଡଲାଇନସ୍:

୭୧ତମ ରାଜ୍ୟ ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା: କେନ୍ଦୁଝର କ୍ରୀଡ଼ାବିତଙ୍କ ଅପୂର୍ବ ସଫଳତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 କେନ୍ଦୁଝର,ତା୨/୧- କଟକ ରିଜର୍ଭ ପୋଲିସ ଗ୍ରାଉଣ୍ଡ ଠାରେ ଅନୁଷ୍ଠିତ ୭୧ତମ ରାଜ୍ୟ ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ କେନ୍ଦୁଝର ଜିଲ୍ଲାର ଖେଳାଳି ମାନେ ଅତି ଉଚ୍ଚ କୋଟିର ଖେଳ ପ୍ରଦର୍ଶନ କରି ୯ଟି ସ୍ବର୍ଣ୍ଣ,୧୧ଟି ରୌପ୍ୟ ଓ ସମାନ ସଂଖ୍ୟକ କାଂସ୍ୟ ପଦକ ହାସଲ କରି ଜିଲ୍ଲାକୁ ଗୌରାବାନ୍ୱିତ କରିଛନ୍ତି ବୋଲି କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ସାଧାରଣ ସମ୍ପାଦକ ସଂଗ୍ରାମ ପଟ୍ଟନାୟକଙ୍କ ଠାରୁ ପ୍ରକାଶ। ଦଳରେ ଶୃଙ୍ଖଳା ରକ୍ଷା ପାଇଁ ସପ୍ତପୁରି ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ସୁଶୀଲ କୁମାର ନାୟକ ମ୍ୟାନେଜର ଭାବେ ଯୋଗ ଦେଇଥିବା ବେଳେ କେନ୍ଦୁଝର କ୍ରୀଡା ଛାତ୍ରାବlସର ରାଜେନ୍ଦ୍ର ପ୍ରସାଦ ସି ଏବଂ ରଜନୀବାଳା ମୁଣ୍ଡା କୋଚ ଭାବେ କେନ୍ଦୁଝର ଦଳ ସହ କଟକ ଯାତ୍ରା କରିଥିଲେ। ୧୬ବର୍ଷରୁ କମ ବାଳକ ବିଭାଗ ହାଇଜମ୍ପରେ ଦିଲ୍ଲୀପ ମଲ୍ଲିକ, ସଟପୁଟରେ ସୌମ୍ୟ ପ୍ରସାଦ ସେଠୀ, ୬୦୦ ମିଟର ଦୌଡ଼ରେ ବିବେକାନନ୍ଦ ମହାନ୍ତ, ୧୮ବର୍ଷରୁ କମ ବାଳକ ବିଭାଗ ୫୦୦୦ମିଟର ଚାଲିରେ ମହେଶ୍ୱର ସାହୁ, ଲଙ୍ଗଜମ୍ପରେ ବନମାଳୀ ସିଂହ, ହେପଟାଥଲନରେ ବନମାଳୀ ସିଂହ, ୨୦ ବର୍ଷରୁ କମ ବାଳକ ବିଭାଗ ୫୦୦୦ ମିଟର ଚାଲିରେ ଧନେଶ୍ୱର ବାସ୍କେ, ଲଙ୍ଗଜମ୍ପରେ ବିଶ୍ୱଜିତ ଦାସ, ୧୧୦ ମିଟର ବାଧା ଦୌଡ଼ରେ ପ୍ରଥମ ସ୍ଥାନ ହାସଲ କରି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ୧୪ ବର୍ଷରୁ କମ ବାଳକ ବିଭାଗ ଟ୍ରାଇଥଲାନରେ ଶ୍ରୀଲାଲା ଶିଙ୍କୁ, ୧୪ ବର୍ଷରୁ କମ ବାଳିକା ବିଭାଗ ଟ୍ରାଇଥଲାନ ଏ ରେ ପ୍ରତ୍ୟୁଷା ସି, ଟ୍ରାଇଥଲlନ ବି ରେ ଶିଷ୍ଠୀ ମୌର୍ଯ୍ୟ, ୧୬ ବର୍ଷରୁ କମ ବାଳକ ବିଭାଗ ଲଙ୍ଗଜମ୍ପରେ ସୌମ୍ୟ ରଞ୍ଜନ ମନ୍ତ୍ରୀ, ୬୦୦ ମିଟର ଦୌଡ଼ରେ ସୌମ୍ୟ ରଞ୍ଜନ ମନ୍ତ୍ରୀ, ୧୮ ବର୍ଷରୁ କମ ବାଳକ ବିଭାଗ ୪୦୦ ମିଟର ଦୌଡ଼ରେ ଧନଞ୍ଜୟ ସୋରେନ, ୧୦୦୦ ମିଟର ଦୌଡ଼ରେ ସଞ୍ଜୟ ହାଁସଦା, ହେପଟାଥଲାନରେ ଏସକେ ଆନୱାର, ୨୦ ବର୍ଷରୁ କମ ବାଳକ ବିଭାଗ ୫୦୦୦ ଚାଲିରେ ଆଶୁତୋଷ ସିଂହ, ହାମର ଥ୍ରୋରେ ରାଜେଶ ପାତ୍ର ଏବଂ ୨୦ ବର୍ଷରୁ କମ ବାଳିକା ବିଭାଗ ଡିସ୍କସ ଥ୍ରୋରେ ପ୍ରାଚୀ ବିଶ୍ୱାଳ ଦ୍ୱିତୀୟ ସ୍ଥାନ ହାସଲ କରି ରୌପ୍ୟ ପଦକ ହାସଲ କରିଥିଲେ। ସେହିପରି ୧୬ ବର୍ଷରୁ କମ ବାଳକ ବିଭାଗ ୮୦ ମିଟର ବାଧା ଦୌଡ଼ରେ ଅଭୟ କୁମାର ବେହେରା, ଲଙ୍ଗଜମ୍ପରେ ବିବେକାନନ୍ଦ ମହାନ୍ତ, ହାଇଜମ୍ପରେ ରାହୁଲ ନାଏକ, ଜାଭେଲିନ ଥ୍ରୋରେ ସୌମ୍ୟ ପ୍ରସାଦ ସେଠୀ, ୧୬ ବର୍ଷରୁ କମ ବାଳିକା ବିଭାଗ ୬୦ ମିଟର ଦୌଡ଼ରେ ମାନସୀ ମୁଣ୍ଡା, ୧୮ ବର୍ଷରୁ କମ ବାଳକ ବିଭାଗ ୨୦୦ ମିଟର ଦୌଡ଼ରେ ସଚ୍ଚିଦାନନ୍ଦ ନନ୍ଦ ମହାନ୍ତ, ୧୦୦୦ ମିଟର ଦୌଡ଼ରେ ଜୁରୀଶ ନନ୍ଦ, ୧୧୦ ମିଟର ବାଧା ଦୌଡ଼ରେ ସଚ୍ଚିଦାନନ୍ଦ ମହାନ୍ତ, ଲଙ୍ଗଜମ୍ପରେ ହେମନ୍ତ ଖାଡ଼ିଆ, ହାଇଜମ୍ପରେ ହେମନ୍ତ ଖାଡ଼ିଆ ଏବଂ ୨୦ ବର୍ଷରୁ କମ ବାଳକ ବିଭାଗ ୪୦୦ ମିଟର ବାଧା ଦୌଡ଼ରେ ସୁରେନ୍ଦ୍ର ବାଦ୍ରା ତୃତୀୟ ସ୍ଥାନ ହାସଲ କରି କାଂସ୍ୟ ପଦକ ସହ ଜିଲ୍ଲା ପାଇଁ ସମୁଦାୟ ୩୧ଟି ପଦକ ହାସଲ କରିଛନ୍ତି l ଏଥିସହ ୧୬ ବର୍ଷରୁ କମ ଏବଂ ୧୮ ବର୍ଷରୁ କମ ବାଳକ ବିଭାଗରେ କେନ୍ଦୁଝର ଜିଲ୍ଲା ଦଳଗତ ଚମ୍ପିୟାନ ହୋଇ ନଗଦ ୨୦ ହଜାର ଟଙ୍କା ପୁରସ୍କାର ଲାଭ କରିଛନ୍ତି। ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାରେ ନୂତନ ବର୍ଷର ପ୍ରାରମ୍ଭରେ ଏହି ଅଭୁତପୂର୍ବ ସଫଳତା ପାଇଁ କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥାର ସାଧାରଣ ସମ୍ପାଦକ ସଂଗ୍ରାମ ପଟ୍ଟନାୟକ ସମସ୍ତ କ୍ରୀଡ଼ାବିତଙ୍କୁ ଅଭିନନ୍ଦନ ଜଣାଇବା ସଙ୍ଗେ ସଙ୍ଗେ ଖୁବ ଶୀଘ୍ର ଏହି ଚମ୍ପିୟାନ ଦଳ ପାଇଁ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ପ୍ରକାଶ କରିଛନ୍ତି।

0
0
0
s2sdefault