ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ନୂତନ ବର୍ଷକୁ ଅଭିନନ୍ଦନ ଜଣାଇବା ଅବସରରେ ଚାରି ଆଡ଼େ ଖୁସିର ମାହୋଲ୍ ଚାଲିଥିବା ବେଳେ ବର୍ଷର ପ୍ରଥମ ଦୀନ ବେଲଗୁଣ୍ଠା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି I ବେଲଗୁଣ୍ଠା ଅଞ୍ଚଳର ଜଣେ ଇଞ୍ଜିନିୟରିଙ୍ଗ୍ ଛାତ୍ରଙ୍କ ସଡ଼କ ଦୂର୍ଘଟଣାରେ ମୃତ୍ୟୁ ଘଟଣା ଅଞ୍ଚଳବାସୀଙ୍କୁ ସ୍ତମ୍ଭୀଭୁତ କରିଦେଇଛି I ସୂଚନା ପ୍ରକାରେ ଗୁରୁବାର ବେଲଗୁଣ୍ଠା କୋଳି ସାହିର ଏସ୍ ବରୁଣ କୁମାର (୨୦) କୌଣସି କାମରେ ଏକ ମୋଟରସାଇକେଲ୍ ରେ ଜଗନ୍ନାଥପ୍ରସାଦ ଯାଇଥିଲେ I ସେଠାରୁ ବେଲଗୁଣ୍ଠା ଅଭିମୁଖେ ଫେରିବା ବେଳେ ରାତ୍ର ସାତ ଘଣ୍ଟା ପନ୍ଦର ମିନିଟ୍ ସମୟରେ ବରୁଣ ବେଲଗୁଣ୍ଠା ନିକଟସ୍ଥ ଉଢୁରା- କୋକଲୁଣ୍ଡା ମଝି ରାସ୍ତାରେ ହୋଇଥିବା ବେଳେ ବରୁଣଙ୍କ ମୋଟରସାଇକେଲ୍ ବେଲଗୁଣ୍ଠା ପଟୁ ଯାଉଥିବା ଏକ ଅଟୋ ସହ ଧକ୍କା ହୋଇଥିଲା I ଫଳରେ ବରୁଣ ମୋଟରସାଇକେଲ୍ ସହିତ ରାସ୍ତା କଡ଼କୁ ଛିଟିକି ପଡ଼ିଥିବା ବେଳେ ଅଟୋଟି ମଧ୍ୟ ରାସ୍ତ ଉପରେ ଓଲଟି ପଡ଼ିଥିଲା I ଅଟୋରେ ଥିବା ଜଣେ ଶିଶୁ ଏବଂ ମହିଳା ସାମାନ୍ୟ ଆହତ ହୋଇଥିବା ବେଳେ ବରୁଣଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହୋଇଥିଲା I ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ୍ ଯୋଗେ ଅଟୋରେ ବସିଥିବା ଆହତ ମହିଳା ଏବଂ ଶିଶୁକୁ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରାଯାଇଥିବା ବେଳେ ଗୁରୁତର ବରୁଣଙ୍କୁ ଭଞ୍ଜନଗର ମେଡିକାଲ୍ ରେ ଭର୍ତ୍ତି କରାଯାଇଥିଲା I କିନ୍ତୁ ସେଠାରେ ଡାକ୍ତର ବରୁଣଙ୍କୁ ବ୍ରହ୍ମପୁର ନେବା ପାଇଁ ପରାମର୍ଶ ଦେଇଥିଲେ I ବରୁଣଙ୍କୁ ବ୍ରହ୍ମପୁରା ନିଆଯିବା ସମୟରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା I ଆସିକା ମେଡିକାଲ୍ ରେ ଡ଼ାକ୍ତର ବରୁଣଙ୍କୁ ମୃତ ଘୋଷଣା କରିଥିଲେ I ଆଜି ଆସିକା ମେଡିକାଳରେ ଶବ ଵେବଛେଦ ପରେ ତାର ପରିବାର କୁ ହସ୍ତାନ୍ତର କରାଯାଇଥିଲା l ଏ ନେଇ ବେଲଗୁଣ୍ଠା ଥାନାରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରୁଛି l ଆଜି ଅପରାହ୍ନ ତିନିଟା ତିରିଶି ରେ ଶବ ବେଲଗୁଣ୍ଠା ରେ ପହଂଚିବା ପରେ ବରୁଣଙ୍କ ପରିବାର ଏବଂ ସାଙ୍ଗସାଥୀ ମହଲରେ ଶୋକର ଛାୟା ଖେଳି ଯାଇଛି I ବରୁଣ ଜଣେ ମେଧାବୀ, ମେଳାପୀ ଏବଂ ଶାନ୍ତ, ସରଳ ସ୍ଵଭାବର ଛାତ୍ର ଥିଲେ I ସେ ଭୁବନେଶ୍ୱରରର ଏକ ଘରୋଇ କଲେଜ୍ ରେ ଇଞ୍ଜିନିୟରିଙ୍ଗ୍ କରୁଥିଲେ I ସେ ଛୁଟିରେ ଗାଆଁକୁ ଆସିଥିବା ବେଳେ ଦୁର୍ଘଟଣାରେ ନିଜ ଜୀବନ ହରାଇଛନ୍ତି I ବରୁଣଙ୍କ ମାଆ ବେଲଗୁଣ୍ଠା. ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଲାଇବ୍ରେରିଆନ୍ ଭାବେ କାର୍ଯ୍ୟ କରୁ୍ଥିବା ବେଳେ ତାଙ୍କ ବାପା ଉଦୟଗିରିରେ କାର୍ଯ୍ୟରତ ଅଛନ୍ତି I
ରାଜ୍ୟ
ନୂତନ ବର୍ଷରେ ଅଘଟଣ ; ସଡ଼କ ଦୁର୍ଘଟଣାରେ ଇଞ୍ଜିନିୟରିଙ୍ଗ୍ ଛାତ୍ରଙ୍କ ଅକାଳ ବିୟୋଗ
- Hits: 6











