ପୁରୀ,୧/୧ (ଅନିମେଶ ପଟ୍ଟନାୟକ) : ନିଆରା ଢଙ୍ଗରେ ନୂଆବର୍ଷ ପାଳନ କଲେ ବଳିଆପଣ୍ଡା ସ୍ଥିତ ଏକଲବ୍ଯ ପାଠଶାଳାର ଛାତ୍ରଛାତ୍ରୀ । ବସ୍ତି ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଘର ଘର ବୁଲି ସଚେତନତା ସୃଷ୍ଟି କରିଥିଲେ ଛାତ୍ରଛାତ୍ରୀ । ସାମାଜିକ ଅନୁଷ୍ଠାନ "ଦି ବେଲ" ପକ୍ଷରୁ ଏହି ସଂକଳ୍ପ ଯାତ୍ରା ଆୟୋଜନ କରାଯାଇଥିଲା । ଯୋଗ ଗୁରୁ ରମାବଲ୍ଲଭ ମହାପାତ୍ର ମୁଖ୍ଯ ଅତିଥି ଭାବେ ଯୋଗଦେଇ ସଂକଳ୍ପ ଯାତ୍ରାକୁ ଉଦଘାଟନ କରିଥିଲେ । ଦି ବେଲ ର ଅଧକ୍ଷ ସିଦ୍ଧାର୍ଥ ରାୟ କହିଛନ୍ତି ବସ୍ତି ଅଞ୍ଚଳର ଶିକ୍ଷା ବିକାଶ ପାଇଁ ସରକାରଙ୍କ ପକ୍ଷରୁ କୌଣସି ପ୍ରୟାସ ଓ ସଚେତନତା କରାଯାଉନାହିଁ । ସଂକଳ୍ପ ଯାତ୍ରା ଓ ସଚେତନତା କାର୍ଯ୍ୟକ୍ରମକୁ ଉମେଶ ଦାସ, ରାଜ ଲକ୍ଷ୍ମୀ ଦାସ, ବନିତା ଦୀକ୍ଷିତ , ରିଙ୍କି ବାରିକ, ଶାନ୍ତି ପ୍ରଧାନ, ମଳୟ ଗଜେନ୍ଦ୍ର, ଶିଲି ସେଠୀ, ସୁକାନ୍ତ ପଣ୍ଡା ସହିତ ଦି ବେଲ ଅନୁଷ୍ଠାନ ୟୁଥ୍ ଓ ଓମେଂନ୍ସ୍ କ୍ଲବ୍ ସଦସ୍ୟ ସଦସ୍ୟା ମାନେ ପରିଚାଳନା କରି ଥିଲେ ।
ରାଜ୍ୟ
ନିଆରା ଢଙ୍ଗରେ ନୂଆବର୍ଷ ପାଳିତ; ଶିକ୍ଷାର ବାର୍ତ୍ତା ବାଣ୍ଟିଲେ ଛାତ୍ରଛାତ୍ରୀ
- Hits: 8











