ନୂଆବର୍ଷରେ ଆୟ ବହିର୍ଭୁତ ସମ୍ପତ୍ତି ଲାଗି ଜେଲ ଗଲେ ପଂଚାୟତ ନିର୍ବାହୀ ଅଧିକାରୀ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 କେନ୍ଦୁଝର,ତା୨/୧- ଠିକ ନୂଆ ବର୍ଷର ଅବ୍ୟବହିତି ପୂର୍ବରୁ ହାଟଡିହି ବ୍ଲକ ଅନ୍ତର୍ଗତ ବଞ୍ଚୋ ପଂଚାୟତର ନିର୍ବାହୀ ଅଧିକାରୀଙ୍କୁ ଭିଜିଲାନ୍ସ ଆୟ ଠାରୁ ଅଧିକ ସମ୍ପତ୍ତି ରଖିଥିବା ଲାଗି ଧରିଥିଲା। ଶ୍ରୀ ଜେନାଙ୍କ ଯେତେକି ରୋଜଗାର ତାଠାରୁ ୧୩୯% ଅଧିକ ସମ୍ପତ୍ତି ରଖିଥିଲେ। ଏସବୁ କୁଆଡୁ କେମିତି ଅର୍ଜନ କଲେ ତାହାର ସେ ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ବାଲେଶ୍ୱର ଭିଜିଲାନ୍ସ ଥାନା ପକ୍ଷରୁ କେଶ୍ ନଂ୨୦ରେ ଜେନା ଓ ତାଙ୍କ ସ୍ତ୍ରୀଙ୍କ ନାମରେ ଅଣ୍ଡର ସେକସନ ୧୩/୨ଆର/ଡବ୍ଲ୍ୟୁ ୧୩(୧) ବି/୧୨ବି ପିସି (ଆମେଣ୍ଡମେଣ୍ଟ) ଆକ୍ଟ ୨୦୧୮ ମାମଲା ଦରଜ ହୋଇଛି। ଏହା ପରେ ଜେନାଙ୍କୁ ଗିରଫ କରି ନୂଆ ବର୍ଷ ଦିନରେ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ, କେନ୍ଦୁଝରଙ୍କ ପାଖରେ ହାଜର କରାଯାଇଛି ସେଠାରୁ ତାଙ୍କୁ ଜେଲ ପଠେଇ ଦିଆଯାଇଥିବା ଜଣାଯାଇଛି। ଭିଜିଲାନ୍ସ ତରଫରୁ ତଦନ୍ତ ସମୟରେ ଜିତେନ୍ଦ୍ର ଜେନା ଓ ତାଙ୍କ ସମ୍ପକୀୟଙ୍କ ନାମରେ କୋଟି କୋଟି ଟଙ୍କାର ସମ୍ପତ୍ତି ଥିବାର ସୂଚନା ଦିଆଯାଇଛି। ସେଗୁଡିକ  ହେଲା (୧)- ହାଟଡିହି,ବିରଞ୍ଚିପୁରରେ ପ୍ଲଟ ନଂ-୪୦୮/୨୩୯୦/୬୩୮୮ ଉପରେ ଏକ ୩୩୦୦ ବର୍ଗଫୁଟର ୩ ମହଲା ଘର।(୨) ହାଟଡିହି,ଜଗନ୍ନାଥପୁର ମୌଜା ବସନ୍ତିଆ ବଜାର ଉପରେ ଗୋଟେ ନିର୍ମାଣଧୀନ ୨ ମହଲା ୫୦୦୦ ବର୍ଗଫୁଟର ଦୋତାଲା ମାର୍କେଟ କମ୍ପ୍ଲେକ୍ସ ଯାହାର ମୂଲ୍ୟ ୧.୩୪ କୋଟି ଟଙ୍କା ହେବ।(୩)-ବସନ୍ତିଆ ବଜାରରେ ଥିବା ମା' ସରସ୍ଵତୀ ସେଲ୍ସ ନାମରେ ଦୁଇଟି ଭଡ଼ା ଗୋଦାମ ଘର ସେଥିରେ ମାତ୍ର ୧.୧୪ କୋଟି ଟଙ୍କାର ଜିନିଷ ଥିଲା ।(୪)-ବିଦ୍ୟାଧରପୁରରେ ଥିବା ସରସ୍ଵତୀ ସେଲ୍ସ ନାମରେ ଗୋଟେ ଇଲୋଟ୍ରୋନିକ୍ସ ଦୋକାନ।(୫)- ୬ଟି ପ୍ଲଟ ମିଳିଛି ୩ଟି ବିରଞ୍ଚିପୁର, ଚଣ୍ଡିଆ ଓ ହାଟଡିହିରୁ ଅନ୍ୟ ୩ଟି ଜଗନ୍ନାଥପୁର ମୌଜା, ବସନ୍ତିଆ ବଜାର ଓ ହାଟଡିହି,କେନ୍ଦୁଝରରେ ରହିଛି ।(୬)-୧୦୦ ଗ୍ରାମ ସୁନା । (୭)-୩୩.୦୧ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ଇନ୍ସୁରାନ୍ସ ଡିପୋଜିଟ ।(୮)- ଗୋଟେ ମାରୁତି ଏର୍ଟିଗା କାର ଓ ୨ଟି ଦୁଇ ଚକିଆ ଗାଡ଼ି ମୂଲ୍ୟ ୧୧.୩୨ ଲକ୍ଷ ଟଙ୍କା।(୯)-୪ଲକ୍ଷ ମୂଲ୍ୟର ଘରକରଣା ଜିନିଷ । ଭିଜିଲାନ୍ସ ପକ୍ଷରୁ ଆହୁରି ଅଧିକ ତଦନ୍ତ ଚାଲୁଥିବା ସ୍ପଷ୍ଟ କରାଯାଇଛି। ନୂଆ ବର୍ଷରେ ଅସାଧୁ କର୍ମଚାରୀ ଧରା ହୋଇ ଜେଲ ଯିବାରୁ ଅନ୍ୟାନ୍ୟ ଭ୍ରଷ୍ଟ ଲୋକେ ଆତଙ୍କିତ ହୋଇଥିବା ଆଲୋଚନା ହେଉଛି।

0
0
0
s2sdefault