-
ସୈ।ରଶକ୍ତିରେ ଘର ଓ ଗ୍ରାମ ହେଲା ଆଲୋକିତ,
-
ପ୍ରତି ପରିବାରକୁ ମିଳିଲା ପାନୀୟ ଜଳ,
-
ଅସ୍ଥାୟୀ ବିଦ୍ୟାଳୟରେ ମିଳିବ ମଧ୍ୟାନ୍ନ ଭୋଜନ,
-
୨୦୨୫ ମୋ ପାଇଁ ସାର୍ଥକ ହେଲା(ଜିଲ୍ଲାପାଳ)
ଓଡ଼ଗାଁ,୩୧।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ବାଣ୍ଠପୁର ପଞ୍ଚାୟତ ବିଚ୍ଛିନ୍ନାଞ୍ଚଳ ଅନୁସୂଚିତ ଜନଜାତି ନେପାଳ ଗ୍ରାମକୁ ଫିଟିଲା ରାସ୍ତା । ସୈ।ରଶକ୍ତିରେ ପ୍ରତି ପରିବାର ସହିତ ଗ୍ରାମ ହେଲା ଆଲୋକି କରଣ । ଘରକୁ ମିଳିଲା ପାନୀୟ ଜଳ । ୨୦୨୫ ମସିହା ଡିସେମ୍ବର ୩୧ ତାରିଖ ବୁଧବାର ସନ୍ଧ୍ୟାର ଏକ ସ୍ବତନ୍ତ୍ର ଉଦଘାଟନ କାର୍ଯ୍ୟକ୍ରମରେ ପୁରୀ ଲୋକସଭା ସାଂସଦ ସମ୍ବିତ୍ ପାତ୍ର, ପ୍ରାକ୍ତନ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ସିଂ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକଙ୍କ ସହିତ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ,
ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଲଗ୍ନଜିତ୍ ରାଉତ, ଉପଜିଲ୍ଲାପାଳ କର୍ଣ୍ଣ ଦେବ ସମାଦାର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶିବ ନାରାୟଣ ସିଂ ଉପସ୍ଥିତ ରହିଥିଲେ । ସେହିପରି ତହସିଲଦାର ଡ. ମାନସ ରଞ୍ଜନ ଭୋଇ, ଓଡ଼ଗାଁ, ବିଡ଼ିଓ ପ୍ରିତିବାଳା ରଣା, ଅତିରିକ୍ତ ତହସିଲଦାର ଜି ଶ୍ରୀନୁ, ପବିତ୍ର ମୋହନ ସେଠୀ, ପାନୀୟ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ ସୁବାସ ଚନ୍ଦ୍ର ସ୍ବାଇଁ, ସହକାରୀ କୃଷି ଉଦ୍ୟାନ ଅଧିକାରୀ ଅଜିତ କୁମାର ନାୟକ ଅଂଶଗ୍ରହଣ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭ୍ୟା ବିରଜା ଲକ୍ଷ୍ମୀ ସାହୁ, ଝିଲ୍ଲୀ ପ୍ରଧାନଙ୍କ ସହିତ ବାଣ୍ଠପୁର ସରପଞ୍ଚ ସୁନିତା ବାରିକ, ପଞ୍ଚାୟତ ଜନପ୍ରତିନିଧି ଏବଂ ସମସ୍ତ ଗ୍ରାମବାସୀଙ୍କ ଉପସ୍ଥିତିରେ ପାନୀୟଜଳ ଯୋଗାଣ ଓ ଆଲୋକି କରଣ ବ୍ୟବସ୍ଥାରର ଉଦଘାଟନ ହୋଇଥିଲା । ଏବଂ ପରେ ଏକ ବୈଠକରେ ଗ୍ରାମବାସୀଙ୍କ ସହିତ ପ୍ରଶାସନିକ ପଦାଧିକାରୀ ଓ ରାଜନେତାଙ୍କ ମଧ୍ୟରେ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ପ୍ରତ୍ୟେକ ପରିବାରକୁ ଗୋଟିଏ ମିଠା ପ୍ୟାକେଟ ସହିତ ୨ କମ୍ବଳ ବଣ୍ଟନ କରାଯାଇଥିଲା ବେଳେ ଆବାସ ଯୋଜନାର ହିତାଧିକାରୀଙ୍କୁ ଆବାସ ଯୋଗାଇ ଦେବା ନିମନ୍ତେ ଆବେଦନ କାରୀ ମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କମ୍ୟୁନିଟି ଫରେଷ୍ଟ ଆକ୍ଟ ୨୦୦୬/୮ ଅନୁସାରେ ୫ ଜଣଙ୍କୁ କମ୍ୟୁନିଟ ଫରେଷ୍ଟ ରାଇଟ୍ସ୍ ପଟ୍ଟା ବଣ୍ଟନ କରାଯାଇଥିଲା । ଆଜି ବର୍ଷର ଶେଷ ସନ୍ଧ୍ୟାରେ ସାରା ବର୍ଷ ଯାକର ଆନନ୍ଦ ଉପଲବ୍ଧି ମିଳିଲା ଏବଂ କାର୍ଯ୍ୟର ସାର୍ଥକତା ମିଳିଗଲା ବୋଲି ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ଜିଲ୍ଲାପାଳ ।











