ହେଡଲାଇନସ୍:

ରଘୁନାଥଜିଉଙ୍କର ଶ୍ରୀରାମ ତାରକ ମହାଯଜ୍ଞ ଉଦଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୩୧।୧୨(ଶ୍ରୀକାନ୍ତ କୁମାର ମିଶ୍ର):ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ବିରାଜିତ ମର୍ଯ୍ୟାଦା ପୁରୁଷୋତମ ଶ୍ରୀଶ୍ରୀ ରଘୁନାଥଜିଉଙ୍କର ୪ ଦିନ ବ୍ୟାପୀ ଶ୍ରୀରାମ ତାରକ ମହାଯଜ୍ଞ ଉଦଯାପିତ ହୋଇଯାଇଛି | ଜୟ ଶ୍ରୀରାମ ସେବା ସମିତି ଆନୁକୂଲ୍ୟରେ ରବିବାର ଅନୁକୂଳ ହୋଇଥିବା ଏହି କାର୍ଯ୍ୟକ୍ରମରେ ରବିବାର ଶୁଭ ଅଙ୍କୁରୋପଣ, ସୋମବାର ଶତାଧିକ ମହିଳା ଓ ପୁରୁଷଙ୍କ କଳଶ ଯାତ୍ରା ସହିତ ବ୍ରାହ୍ମଣ ବରଣ, ଅଗ୍ନିସ୍ଥାପନ ସହିତ ଆହୁତି ପ୍ରଦାନ କରାଯାଇଥିଲା | ମଙ୍ଗଳବାର ସକାଳୁ ସୂର୍ଯ୍ୟପୂଜା, ଷୋଡଶଉପଚାର ପୂଜା ସହିତ ଆହୁତି ପ୍ରଦାନ କରାଯାଇଥିଲା | ସେହିପରି ବୁଧବାର ଉଦଯାପନୀ ଦିବସରେ ସକାଳୁ ସୂର୍ଯ୍ୟପୂଜା, ଷୋଡଶ ଉପଚାର ପୂଜା ସହିତ ଆହୁତି ଓ ଅରାହ୍ନରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା | ଏହା ସହିତ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଯଂଜ୍ଞ ଚଳୁ ସହିତ ଅନ୍ନ ପ୍ରସାଦ ବିତରଣ କରାଯାଇଥିଲା | ଯଜ୍ଞ କର୍ତ୍ତା ଭାବେ ସତ୍ୟନାରାୟଣ ନାୟକ ପତ୍ନୀ ବିଶ୍ଵମୋହିନୀ ଦାୟିତ୍ୱ ନିର୍ବାହ କରିଥିଲେ | ମନ୍ଦିର ପରିଛା ହାରିବନ୍ଧୁ ଷଡ଼ଙ୍ଗୀ, ପଣ୍ଡିତ ଶାନ୍ତନୁ ଦାଶ, ମାଧବ ଆଚାର୍ଯ୍ୟ ଓ ଦୁର୍ଗା ମାଧବ ଷଡ଼ଙ୍ଗୀଞ୍ଜ ସହିତ ବେଦଜ୍ଞ ପଣ୍ଡିତ ମଣ୍ଡଳୀ ଯଜ୍ଞ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ସୁରେଶ କୁମାର ସାମନ୍ତରା, କାର୍ତିକ ପଣ୍ଡା, ଶ୍ରୀମନ୍ତ ମହାରଣା, ସୁଶାନ୍ତ ସାହୁ, ବରେନ୍ଦ୍ର ନନ୍ଦ, ଅଚ୍ୟୁତାନନ୍ଦ ପଣ୍ଡା ଓ କବିରାଜ ପଣ୍ଡାଙ୍କ ସମେତ ଗ୍ରାମବାସୀ ଓ ଶ୍ରଦ୍ଧାଳୁଙ୍କ ସହଯୋଗରେ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା |

0
0
0
s2sdefault