ହେଡଲାଇନସ୍:

ଖଣ୍ଡସିବାଞ୍ଜିରେ ସିର୍ଜିନା ବନବିହାର କାର୍ଯ୍ଯକ୍ରମ ଅନୁଷ୍ଠିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର:- ଖଣ୍ଡସିବାଞ୍ଜି ଗ୍ରାମରେ ସିର୍ଜିନା ବନ ବିହାର କାର୍ଯ୍ଯକ୍ରମରେ ୧୯ ଜଣ ସଭ୍ୟ ସଭ୍ୟା ସହିତ ଗାଁ ର ଯୁବ ଗୋଷ୍ଠୀ ଓ ଗ୍ରାମର ଭଦ୍ର ମଣ୍ଡଲିଯୋଗ ଦାନ କରି ଥିଲେ। ଶ୍ରୀଯୁକ୍ତ ଆଖଣ୍ଡଲ ଦାଶ ଙ୍କ ସଭାପତିତ୍ଵ ରେ ମନୋଜ୍ଞ କବିତା ପାଠ ହୋଇଥିଲା। ଏହାକୁ ସଂଯୋଜନା କରି ଥିଲେ ସୁଶ୍ରୀ ରଞ୍ଜୁ ଲତା ସାହୁ ଓ ସମୀକ୍ଷା କରି ଥିଲେ ଡ ଅବନୀ କାନ୍ତ ସାହୁ। ମୁଖ୍ୟ ଅତିଥି ଭାବରେ ଶ୍ରୀଗୌରାଙ୍ଗ ପାଣ୍ଡେ ଓ ସମ୍ମାନିତ ଅତିଥି ଭାବରେ ଶ୍ରୀ ସନାତନ ବେହେରା ଯୋଗଦାନ କରି ଥିଲେ।
କବିତା ପାଠ ପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକ ରେ ସଂପାଦକ ରାଜେନ୍ଦ୍ର କୁମାର୍ ମହାନ୍ତି ଆସନ୍ତା ଏପ୍ରିଲ ମାସ ୪ ଓ ୫ ରେ ହେବାକୁ ଥିବା ସିରଜିନା ଉତ୍ସଵ ଓ ଶିଶୁ ନାଟକ ପ୍ରତି ଯୋଗିତା ବିଷୟ ରେ ଆଲୋଚନା କରିଥିଲେ। ଶେଷ ରେ ଖଣ୍ଡସିବାଞ୍ଜି ରେ ବଣଭୋଜି ର ଆୟୋଜନ କରାଯାଇଥିଲା। ଶ୍ରୀ ଶଙ୍କର ଶତପଥି, ସହ ସମ୍ପାଦକ ପୋଲସ୍ତ୍ୟ ସାହା ଡ ଅବନୀ କାନ୍ତ ସାହୁ , ନରୋତ୍ତମ୍ ଦାଶ ସନାତନ ବାରିକ୍, ଯେମନ୍ତ ସାହୁ, କିଶୋର ପାତ୍ର, ପଦ୍ମାବତୀ ଭଇଁସାଲ୍ ଦେବେନ୍ଦ୍ର ତ୍ରିପାଠୀ, ଆଶୁତୋଷ ପାଣିଗ୍ରାହୀ ,ଶୁଭଙ୍କର ପୁରୋହିତ ବେଣୁଧର ସାହୁ ଓ ଆକାଶ ବିଶି ସହଯୋଗ କରିଥିଲେ। ପରାୟଣ ଗାୟକ ନୀଳାମ୍ବର ଦାଶ ଭଜନ ପରିବେଷଣ କରିଥିଲେ। ଗାଁ ର ଯୁବକ ମାନଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ସଫଳ ହୋଇ ଥିଲା।

0
0
0
s2sdefault