ହେଡଲାଇନସ୍:

ପରିବେଶ କୁ ବିଗାଡ଼ୁଛି ଧାନ କ୍ଷେତର ଧୂଆଁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅସ୍ତରଙ୍ଗ :୩୧.୧୨.୨୦୨୫ ପରିବେଶ ପ୍ରଦୂଷଣ ବର୍ତମାନ ପୃଥିବୀ ପାଇଁ ଏକ ବଡ ସଙ୍କଟ ହୋଇ ଉଭା ହୋଇଛି | ପରିବେଶ କୁ ପ୍ରଦୂଷଣ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ଏହି ମାନବ ସମାଜ ,ମନୁଷ୍ୟ କୃତ୍ୟ ବିଭିର୍ନ ପ୍ରଦୂଷଣ ଦିନକୁ ଦିନ ବଢିଚାଲିଛି | ବିଭିର୍ନ ପ୍ରଦୂଷଣ ମଧ୍ୟରେ ବାୟୁ ପ୍ରଦୂଷଣ ,ଜଳ ପ୍ରଦୂଷଣ ,ମାଟି ପ୍ରଦୂଷଣ ,ଶବ୍ଦ ପ୍ରଦୂଷଣ ରହିଥିବା ବେଳେ ସବୁଠାରୁ ଉଗ୍ର ରୂପ ନେଇ ଚାଲିଛି ବାୟୁ ପ୍ରଦୂଷଣ | ବାୟୁ ପ୍ରଦୂଷଣର ମାତ୍ରା ଦିନକୁ ଦିନ ଉଗ୍ରରୂପ ନେଇଚାଲିଛି ,ଏହାର ମୁଖ୍ୟ କାରଣ ହେଉଛି କଳ କାରଖାନା ରୁ ନିର୍ଗତ ବିଷକ୍ତ ଧୂଆଁ ସହିତ ବିଭିର୍ନ ,ଗାଡିମଟର ରୁ ନିର୍ଗତ ହେଉଥିବା ଧୂଆଁ | ଏହି ବିଷକ୍ତ ଧୂଆଁ ର ପରିମାଣ ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ ଏହାକୁ କାବୁ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ ଭାବେ ଫେଲ ମାରିଛନ୍ତି | ବିଶେଷ ଭାବେ ସହରାଞ୍ଚଳରେ ଏହାର ତୀବ୍ରତା ଉପରମୁହାଁ ହୋଇ ଚାଲିଥିବା ବେଳେ ଗ୍ରାମାଞ୍ଚଳରେ ଏହା କିଛି ମାତ୍ରାରେ କମ ରହିଛି | କିନ୍ତୁ ବର୍ତମାନ ଧାନ ଚାଷ ର ଅମଳ ସମୟ ହୋଇଥିବାରୁ ଧାନ କ୍ଷେତର ଧାନ ନଡା ଗ୍ରାମାଞ୍ଚଳରେ ଏବେ ବାୟୁପ୍ରଦୂଷଣ ବଢାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି | ପାରମ୍ପରିକ ଧାନ ଚାଷ ରେ ଚାଷୀ ମାନେ ଧାନ ଗଛ କୁ ହାତରେ କାଟି ସେଥିରୁ ନଡା ବାହାର କରୁଥିଲେ ଏବଂ ସେହି ନଡା ରେ ଚାଳଘର ସବୁ ଛପର କରାଉଥିଲେ ,ଅବଶିଷ୍ଟ ଗାଈ ବଳଦ ଙ୍କୁ ଖାଇବାକୁ ଦେଉଥିଲେ | କିନ୍ତୁ କିଛି ବର୍ଷ ହେବ ଗ୍ରାମାଞ୍ଚଳରେ ଚାଳଘର ସଂଖ୍ୟା ଲୋପ ପାଇ ଯାଇଥିବା ବେଳେ ଆଉ କାହାରି ଘରେ ଗାଈ ବଳଦ ପାଳିବା କମି ଯାଇଛି ,ଯାହା ଫଳରେ ଚାଷୀ ମାନେ ପୂର୍ବ ଭଳି ପାରମ୍ପରିକ ଭାବରେ ଧାନ ଅମଳ ନ କରି ଆଧୁନିକ ଧାନ ଅମଳ ମେସିନ ମାଧ୍ୟମରେ ଧାନ କ୍ଷେତରୁ ଧାନ ଅମଳକରି ନେଉଛନ୍ତି | ଯାହା ଫଳରେ କ୍ଷେତରେ ଧାନ ନଡା ପଡି ରହୁଛି ,ଚାଷୀମାନେ ସେହି କ୍ଷେତରେ ରବି ଫସଲ ପାଇଁ ପଡ଼ିରହିଥିବା ଧାନ ନଡା କୁ ପୋଡି ଜାଳି ଦେଉଛନ୍ତି | ଏହି ନଡା ସବୁ ଅସ୍ତରଙ୍ଗ ଏବଂ କାକଟପୁର ଅଞ୍ଚଳର ବିଭିର୍ନ ଚାଷ କ୍ଷେତରେ ହୁ ହୁ ହୋଇ ଜଳି ଚାଲିଥିବା ଦେଖିବାକୁ ମିଳିଥିବା ବେଳେ ସେହି ନଡା ଜଳୁଥିବା କ୍ଷେତରୁ ପ୍ରଚୁର ମାତ୍ରାରେ ଧୂଆଁ ବାହାରୁଥିବାର ମଧ୍ୟ ଦେଖିବାକୁ ମିଳିଛି | ଏହି ଧାନ କ୍ଷେତର ଧୂଆଁ ବର୍ତମାନ ଅସ୍ତରଙ୍ଗ ଏବଂ କାକଟପୁର ଅଞ୍ଚଳରେ ଧୂଆଁ ମୟ ପରିବେଶ ସୃଷ୍ଟି କରିଛି | ଯାହାକୁ ନେଇ ବିଶେଷ ଭାବରେ ବୃଦ୍ଧ ଏବଂ ଶିଶୁ ଙ୍କ ମଧ୍ୟରେ ଥଣ୍ଡା ,କାଶ ଜୋର ସହିତ ଶ୍ଵାସ ଜନିତ ରୋଗ ଦେଖିବାକୁ ମିଳୁଛି |ବିଶେଷ ଭାବରେ ଗ୍ରାମାଞ୍ଚଳ ପରିବେଶ କୁ ବିଷାକ୍ତ କରିବାରେ ଏହି ଧାନ କ୍ଷେତର ଧୂଆଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି | ଏହି ଧୂଆଁ ଯୋଗୁଁ ବାୟୁ ପ୍ରଦୂଷଣ ମାତ୍ରା ବଢିଚାଲିଥିବା ବେଳେ ପୁରୀଜିଲ୍ଲା ପ୍ରଦୂଷଣ ବିଭାଗ ଏବେ ଚିରନିଦ୍ରାରେ ରହିଥିବା ଦେଖିବାକୁ ମିଳିଛି ,ବିଭାଗ ପକ୍ଷରୁ ଏ ନେଇ କୌଣସି କାର୍ଯ|ନୁଷ୍ଠାନ ଗ୍ରହଣ କରାଯାଉନାହିଁ କିମ୍ବା ଜନ ସଚେତନ କରାଯାଉ ନ ଥିବା ଜାଣିବାକୁ ମିଳିଛି | ତୁରନ୍ତ ପ୍ରଦୂଷଣ ବିଭାଗ ର ଅଧିକାରୀ ମାନେ ଅସ୍ତରଙ୍ଗ ଏବଂ କାକଟପୁର ଗ୍ରସ୍ତ କରି ଏଭଳି ନଡା ପୋଡ଼ିକୁ ବନ୍ଦ କରିବା ସହିତ ବିଭିର୍ନ ଗ୍ରାମରେ ଜନ ସଚେତନତା କରିବା ପାଇଁ ପରିବେଶବିତ ଶୋଭାକର ବେହେରା ଦାବି କରିଛନ୍ତି |

0
0
0
s2sdefault