ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ବାଲିଭାଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟ ବିଷୋୟୀଙ୍କୁ ବାଲିଭାଗ ଗ୍ରାମବାସୀଙ୍କ ତରଫରୁ ଭାବବିହ୍ୱଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି I ଏହି ଅବସରରେ ବାଲିଭାଗ ଗ୍ରାମରେ ନାଟଙ୍ଗା ସରପଞ୍ଚ ପ୍ରତିନିଧି ତଥା ପୂର୍ବତନ ସରପଞ୍ଚ ଦେବେନ୍ଦ୍ର ଗୌଡ଼ଙ୍କ ନେତୃତ୍ୱରେ ଅନୁଷ୍ଠିତ ଅବସରକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ଜ୍ଞାନୀ ଗୁଣି ଉପସ୍ଥିତ ରହି ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ବିଷୋୟୀଙ୍କ ଶିକ୍ଷକ ଜୀବନ ସମ୍ପର୍କରେ ନିଜ ନିଜର ମତ ରଖିଥିଲେ I ଶ୍ରୀ ବିଷୋୟୀ ଜଣେ ସମୟାନୁବର୍ତ୍ତି,ଛାତ୍ର ବତ୍ସଳ ଏବଂ ପରିବେଶପ୍ରେମୀ ଶିକ୍ଷକ ଥିଲେ I ସେ ଗତ ୧୯୯୧ ମସିହାରେ ନିଜର ଶିକ୍ଷକ ଜୀବନ ଆରମ୍ଭ କରିଥିବା ବେଳେ ୨୦୧୯ ମସିହାରୁ ବାଲିଭାଗ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରୂପେ ଦାୟିତ୍ୱ ତୁଲାଇ ଆସୁଥିଲେ I ଆଜିର ଅବସରକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୁବ ସମାଜସେବୀ ଅକ୍ଷୟ କୁମାର ଗୌଡ଼, ଶିକ୍ଷାବିତ୍ ସୂର୍ଯ୍ୟମଣି ଗୌଡ଼, ପ୍ରଫୁଲ୍ଲ ଗୌଡ଼, ରଞ୍ଜିତ୍ ମହାପାତ୍ର, ମନୋଜ ବିଶ୍ୱାଳ, ଗଣେଶ ଗୌଡ଼, ରମେଶ ଚନ୍ଦ୍ର ବିଶ୍ୱାଳ, ଅଶୋକ କୁମାର ଗୌଡ଼, ସୁବାସ ଚନ୍ଦ୍ର ପ୍ରଧାନ, ବଳରାମ ଗୌଡ଼, ରାମେଶ୍ଵର ଜେନା,ପ୍ରବୀଣ କୁମାର ଜେନା, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ସମେତ ଗ୍ରାମର ବହୁ ବ୍ୟକ୍ତି ଉପସ୍ଥିତ ରହି ଶିକ୍ଷକ ଶ୍ରୀ ବିଷୋୟୀଙ୍କୁ ପୁଷ୍ପଗୁଚ୍ଛ, ଉପଢ଼ୌକନ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ Iଏହି ପ୍ରରିପ୍ରେକ୍ଷୀରେ ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀଙ୍କ ସହିତ ଗ୍ରାମବାସୀ, ଛାତ୍ରଛାତ୍ରୀ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ବିଷୋୟୀଙ୍କୁ ବାଲିଭାଗ,କଇଠପଲ୍ଲୀ ,ଶ୍ରୀକରପୁର ,କଇଠପଲ୍ଲୀ ହରିଜନ ସାହି ଗ୍ରାମ ପରିକ୍ରମା କରାଇଥିଲେ I ଗ୍ରାମ ପରିକ୍ରମା ଗ୍ରାମର ପୁରୁଷ ଓ ମହିଳା ମାନେ ହରିବୋଲ ଏବଂ ହୁଳହୁଳି ଦେଇ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ I ଏହି ସମୟରେ ସମସ୍ତେ ଭାବ ବିହ୍ୱଳ ହୋଇପଡିବା ସହ ସମସ୍ତଙ୍କ ଆଖିରେ ଲୁହ ଆସିଯାଇଥିଲା I ଏହା ସହିତ ବାଲିଭାଗ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତରଫରୁ ମଧ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ଶିକ୍ଷକ ଶ୍ରୀ ବିଷୋୟୀଙ୍କୁ ଅବସରକାଳୀନ ସମର୍ଦ୍ଧନା ପ୍ରଦାନ କରିଥିଲେ I ଗ୍ରାମବାସୀ ଶିକ୍ଷକ ଶ୍ରୀ ବିଷୋୟୀଙ୍କୁ ତାଙ୍କ କଇଣ୍ଡି ସ୍ଥିତ ବାସ ଭବନରେ ସମ୍ମାନର ସହିତ ବିଦାୟ ଦେଇ ଆସିଥିଲେ I
ରାଜ୍ୟ
ଶିକ୍ଷକଙ୍କୁ ଭାବ ବିହ୍ୱଳ ଅବସରକାଳୀନ ସମ୍ବର୍ଦ୍ଧନା
- Hits: 9











