ହେଡଲାଇନସ୍:

ପାଣି ପଞ୍ଚାୟତ ପକ୍ଷ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର ତା ୩୧.୧୨.୨୦୨୫: ଆଜି ସ୍ଥାନୀୟ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସ୍ଥିତ ଅଶୋକ ମେହେଟ୍ଟା ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ଆସନ୍ତା ୬ ଜାନୁଆରୀ ରୁ ୨୦ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ପାଣି ପଞ୍ଚାୟତ ପକ୍ଷ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଏସ ଇ,ଜଳସେଚନ ପଦ୍ମ ଚରଣ ବେହେରା, ସି ଡି ଏ ଓ ସୁଧୀର ରଞ୍ଜନ ବେହେରା, ଇ ଇ, ଓ ଏଲ ଆଇ ସି ଦିଲ୍ଲୀପ ଦାସ, ଡି ଇ ଓ ଛତ୍ରପତି ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ପାଣି ପଞ୍ଚାୟତ ପକ୍ଷ ପାଳନ ର ମୁଖ୍ୟ ଉଦ୍ଦେଶ୍ୟ ଜଳ ସଞ୍ଚୟ, ସମୁଚିତ ବଣ୍ଟନ , ସୁସ୍ଥାୟୀ ବ୍ୟବହାର ଓ ଭବିଷ୍ୟତ ପିଢ଼ି ପାଇଁ ଜଳ ସୁରକ୍ଷିତ ରଖିବା।ଏଥିପାଇଁ ବିଶେଷ କାର୍ଯ୍ୟକ୍ରମ ପ୍ରସ୍ତୁତି ପାଇଁ ଆଲୋଚନା ହୋଇଥିଲା।ଆସନ୍ତା ୬.୧.୨୦୨୬ରେ ପାଣି ପଞ୍ଚାୟତ ସଚେତନତା ରଥ ଉଦ୍ଘାଟନ ହୋଇ ଜିଲ୍ଲାର ସମସ୍ତ ବ୍ଲକ ଓ ପଞ୍ଚାୟତ କୁ ଗସ୍ତ କରିବା ସହ ଜଳ ପରିଚାଳନା ଉପରେ ବିଶେଷ ସଚେତନତା ସୃଷ୍ଟି କରିବ।ଆସନ୍ତା ୬.୧.୨୦୨୬ ରେ ଉମରକୋଟ ଏବଂ ନବରଙ୍ଗପୁର ସବ ଡିଭିଜନ ସ୍ତରୀୟ ବିଭିନ୍ନ ପ୍ରତିଯୋଗୀତାପ୍ରବନ୍ଧ,ବକ୍ତୃତା,କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହେବ ଏବଂ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତା ଆସନ୍ତା ୯.୧.୨୦୨୬ ତାରିଖରେ ଅନୁଷ୍ଠିତ ହେବ। ତା୧୩ .୧.୨୦୨୬ ରିଖ ରେ ଜିଲ୍ଲା ସ୍ତରୀୟ ଉତ୍ସବରେ ଉତ୍ତମ ଚାଷୀ ,ଉତ୍ତମ ପାଣି ପଞ୍ଚାୟତ ସହ ଉତ୍ତମ କର୍ମଚାରୀଙ୍କୁ ସମ୍ଭର୍ଦ୍ଧନା,ପ୍ରତିଯୋଗୀତା ର ପୁରସ୍କାର ବିତରଣ,ଶପଥ ପାଠ, ପ୍ରଦର୍ଶନୀ ଷ୍ଟଲ, ସଭାକାର୍ଯ୍ୟ ଅନୁଷ୍ଠିତ ହେବ।ପ୍ରସ୍ତୁତି ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ ଇ ଇ, ଟି ପି ଏସ ଓ ଡି ଏଲ,ଡି ଆଇ ପି ଆର୍ ଓ, ଡି ଡି,ଉଦ୍ୟାନ ବିଭାଗ,ସି ଡି ଭି ଓ,ପି ଡି , ୱାଟରସେଡ,ଡି ଏଫ୍ ଓ(ମତ୍ସ୍ୟ )ଉପସ୍ଥିତ ଥିଲେ।

0
0
0
s2sdefault