ପି ସି ପି ଏନ୍ ଡି ଟି ଆଇନ ସଂପର୍କରେ ସଚେତନତା
ନବରଙ୍ଗପୁର ତା ୩୧.୧୨.୨୦୨୫:ଅଶୋକ ସାହୁ, ଶାସକ ପ୍ରଶାସକ, ୩୦.୧୨.୨୦୨୫ ରିଖ ଦିନ ଅପରାହ୍ନ ୪.୦୦ ଘ ସମୟରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ନବରଙ୍ଗପୁର ଦ୍ଵାରା ମିଶନ ଶକ୍ତି ସମ୍ମିଳନୀ କକ୍ଷ ଠାରେ ଆୟୋଜିତ "ବେଟି ବଚାଓ ବେଟି ପଢାଓ" ଯୋଜନା ଅନ୍ତର୍ଗତ ଅନଲାଇନ ସୁରକ୍ଷା ଓ ସାଇବର ବୁଳିଂ ବିଷୟରେ ଏକ ଦିନିକିଆ କର୍ମଶାଳା ସହ ପିସିପିଏନଡିଟି ଆଇନ ସମ୍ପର୍କରେ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଦ୍ରୌପଦୀ କହଁର ସମସ୍ତଙ୍କୁ ସ୍ଵାଗତ ଜଣାଇଥିଲେ। ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ତପନ କୁମାର ଖୁଣ୍ଟିଆ ଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଡି ଆଇ ପି ଆର୍ ଓ ମନୋଜ ବେହେରା , ଏ ଡି ଡବ୍ଲୁ ଓ ଭରତ ସାହୁ , ସମସ୍ତ ସି ଡିପିଓ,ସୁପରଭାଇଯର,ଅଙ୍ଗନବାଡି କର୍ମୀ,ସଖୀ,ୱାନ ଷ୍ଟପ ସେଣ୍ଟର କର୍ମକର୍ତ୍ତା ଉପସ୍ଥିତ ଥିଲେ।ଏହି କାର୍ଯ୍ୟଶାଳାର ମୂଖ୍ୟ ଉଦ୍ଦେଶ୍ୟ ସାଇବର ଠକେଇ ରୁ ନିଜକୁ ରକ୍ଷା କରିବା, ସତର୍କ ରହିବା ଓ ଅନ୍ୟଙ୍କୁ ସଚେତନ କରିବା।ନିଜେ କିଭଳି ସତର୍କ ରହିବା,ସୁରକ୍ଷିତ ବ୍ୟାଙ୍କିଙ୍ଗ ଅଭ୍ୟାସ, ଶକ୍ତିଶାଳୀ ପାସୱାର୍ଡ, ଡିଜିଟାଲ ଆରେଷ୍ଟ ଠକେଇ, ଟ୍ରେଡିଂ ଠକେଇ, ପାର୍ଶଲ୍ ଠକେଇ, ଓ ଟି ପି ଠକେଇ ଭଳି ବିଭିନ୍ନ ପ୍ରକାରର ସାଇବର ଅପରାଧ ଉପରେ ଆଇନଜୀବୀ କିଶୋରୀ ପଟ୍ଟନାୟକ ଏବଂ ପୋଲିସ ବିଭାଗର ସାଇବର ଅଧିକାରୀ ସଭାରେ ଆଲୋଚନା କରିଥିଲେ। ସେଭଳି ଗର୍ଭଧାରଣ ପୂର୍ବ ଓ ପ୍ରସବ ପୂର୍ବ ନିଦାନ କୌଶଳ ଅଧିନିୟମ (PCPNDT) ଆଇନ ସମ୍ପର୍କରେ ସଚେତନତା ବୃଦ୍ଧି କରିବା, ଲିଙ୍ଗ ଚୟନ ଓ ଗର୍ଭସ୍ଥ ଶିଶୁର ଲିଙ୍ଗ ପରୀକ୍ଷାକୁ ରୋକିବା, ଏବଂ ଝିଅ ଶିଶୁଙ୍କ ସୁରକ୍ଷା ଓ ସମାନ ଅଧିକାର ସୁନିଶ୍ଚିତ କରିବା ଉପରେ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ବିସ୍ତୃତ ଆଲୋଚନା କରିଥିଲେ ଓ ଆଇନ ଯିବି କିଶୋରୀ ପଟ୍ଟନାୟକ PCPNDT ରେ ଥିବା ଆଇନଗତ ଦଣ୍ଡ ବିଧାନକୁ ବିସ୍ତୃତ ଭାବେ କହିଥିଲେ। ଆଶା କର୍ମୀ, ଅଙ୍ଗନୱାଡ଼ି ଦିଦି ଓ କିଶୋରୀ ବାଳିକା ମାନଙ୍କୁ ନେଇ ସଚେତନତା ଶୋଭାଯାତ୍ରା କରାଯାଇଥିଲା। ଜିଲ୍ଲା ମହିଳା ସଶକ୍ତି କରଣ ସଂଯୋଜକ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଥିଲେ।











