ରାଉରକେଲା, (ବସନ୍ତ କୁମାର ଜେନା): ରାଉରକେଲା ର ନୃତ୍ୟ ବିସ୍ମୟ ରୋଜା ରଣାଙ୍କ ନାମରେ ନାମିତ ରୋଜା ନୃତ୍ୟାନୁଷ୍ଠାନ ବିଗତ ତିନି ଦିନ ଧରି ଏକ ନୃତ୍ୟ ପ୍ରତିଯୋଗୀତା ଆଜା ନାଚଲେ ରାଉରକେଲା ର ଦୁଇଟି ପ୍ରମୁଖ ପ୍ରେକ୍ଷାଳୟ ଭଞ୍ଜ ଭବନ ଓ ସିଭିକ ସେଣ୍ଟର ପ୍ରେକ୍ଷାଳୟ ଠାରେ ଆୟୋଜନ କରା ଯାଇଥିଲା । ପ୍ରଥମ କରି ଅନୁଷ୍ଠାନ ତରଫରୁ ଶାସ୍ତ୍ରୀୟ ଓ ପାଶ୍ଚାତ୍ୟ ଉପରେ ଏକକ ଓ ଦଳୀୟ ନୃତ୍ୟ ପ୍ରତିଯୋଗୀତା ର ଆୟୋଜନ ରୂପକ ଗତ ୨୭ ତାରିଖ ସକାଳ ୧୦.୩୦ ରୁ ରାତ୍ର ୯ ଟା ପର୍ଯ୍ୟନ୍ତ ଶାସ୍ତ୍ରୀୟ ନୃତ୍ୟ ଓ ୨୮ ତାରିଖ ରାତ୍ର ୧୦.୩୦ ପର୍ଯ୍ୟନ୍ତ ପାଶ୍ଚାତ୍ୟ ନୃତ୍ୟ ପରିବେଷଣ କରା ଯାଇଥିଲା । କୁନି କୁନି ପିଲା ମାନଙ୍କ ଠାରୁ ବରିଷ୍ଠ ବର୍ଗ ପର୍ଯ୍ୟନ୍ତ ଉକ୍ତ ଦୁଇ ଦିନରେ ଅନ୍ୟୁନ ୨୩୦ ଜଣ ପ୍ରତିଯୋଗୀ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରି ଥିଲେ । ରାଉରକେଲା ତଥା ରାଜ୍ୟର ବିଭିନ୍ନ କୋଣ ଅନୁକୋଣ ରୁ ଅଭିଭାବକ ମାନେ ସେମାନଙ୍କ ପିଲା ମାନଙ୍କୁ ଉତ୍କଣ୍ଠା ର ସହ ଉତ୍ସାହିତ ପୂର୍ବକ ପ୍ରତିଯୋଗୀତା ରେ ନିଯୋଜିତ କରୁଥିଲେ । ଶାସ୍ତ୍ରୀୟ ନୃତ୍ୟ ରେ ବରହମପୁର ରୁ ଓଡିଶୀ ଗୁରୁ ଦେବୀ କୁମାରୀ ପ୍ରଧାନ ଓ ରାଉରକେଲା ରୁ ଭାରତନାଟ୍ୟମ ଗୁରୁ ସୁଚିସ୍ମିତା ବିଶ୍ଵାସ ଏବଂ ୨୮ ତାରିଖ ପାଶ୍ଚାତ୍ୟ ନୃତ୍ୟ ପାଇଁ ସୁଦୂର ବଲିଉଡ ରେ ପରାକାଷ୍ଠା ଦେଖାଇଥିବା ରୋଜା ରାଣା ଙ୍କ ସହିତ ଭୂଭାନେଶ୍ଵର ରୁ ସୂର୍ଯାନ ରଥ ବୈଚାରିକ / ବିଚାରକ ଦାୟିତ୍ଵ ନିଭାଇ ଥିଲେ । ଦୁଇ ଦିନ ଧରି ଚାଲିଥିବା ନୃତ୍ୟ ପରତିଯୋଗୀତା କୁ ରୋଜା ନୃତ୍ୟାନୁଷ୍ଠାନ ର ଅଧକ୍ଷ୍ୟା ବିଷ୍ଣୁ ପ୍ରିୟା ସ୍ଵାଇଁ ଙ୍କ ସହ ନିର୍ଦ୍ଦେଶକ ଆଲୋକ ଜେନା ଓ ଅତିଥି ଭାବରେ ଆସ୍ଥା NGO ର ଉପ ସଭାପତି ରାଜ କୁମାର ପଣ୍ଡା ଏବଂ ସଭାପତି ବିଷ୍ଣୁ ମୋହନ ମିଶ୍ର ଉଦ୍ଘାଟନ କରିଥିଲେ । ପ୍ରାରମ୍ଭ ରେ ରୋଜା ନୃତ୍ୟାନୁଷ୍ଠାନ ର ନୂତନ ଭାବେ ଅବସ୍ଥାପିତ କାର୍ଯ୍ୟକାରୀ ସଭାପତି ଟୁନା ଗଉଡ ସମସ୍ତ ସମାବେଶ କୁ ସ୍ଵାଗତ ଜଣାଇଥିବା ବେଳେ ସମ୍ପାଦିକା ଶିବାନୀ ରାଣା ନୃତ୍ୟ ପ୍ରତିଯୋଗୀତା ର ପ୍ରତ୍ୟେକ ପର୍ଯ୍ୟାୟ କୁ ବିଷଦ ଭାବରେ ପ୍ରତିଯୋଗୀ ମାନଙ୍କୁ ବୁଝାଇ ଥିଲେ । ଉକ୍ତ ଦୁଇ ଦିନ ର ପ୍ରତିଯୋଗୀତା କୁ ଶ୍ରେୟା ମହାନ୍ତି ଓ ସ୍ମୃତି ରଞ୍ଜନ ନାୟକ ପରିଚାଳନା କରିଥିଲେ । ଉଲ୍ଲେଖ ଥାଉ କି ସମସ୍ତ ପ୍ରତିଯୋଗୀ ଙ୍କୁ ତାଙ୍କ ନୃତ୍ୟ ପ୍ରମାଣପତ୍ର ପ୍ରଦାନ କରା ଯାଉଥିଲା ଓ ପ୍ରତ୍ୟେକ ପର୍ଯ୍ୟାୟ ସମ୍ପୂର୍ଣ ହେଲା ପରେ ପ୍ରତିଯୋଗୀ ମାନଙ୍କୁ ସମଦିନରେ ତାଙ୍କ ବିଜେତା ଅନୁଯାୟୀ ପୁରସ୍କାର ରାଶି ସହିତ ଉପଢୌକନ ଓ ପ୍ରମାଣ ପତ୍ର ବିଚାରିକା / ବିଚାରକ ମାନଙ୍କ ଠାରୁ ପ୍ରଦାନ ହେଉଥିଲା । ପ୍ରତିଯୋଗୀତା ପରଦିନ ଅର୍ଥାତ ଉଦଯାପନୀ ସନ୍ଧ୍ୟାରେ ରାଉରକେଲା ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଶାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବରେ ସିଭିକ ସେଣ୍ଟର ରେ ଉପସ୍ଥିତ ଥିଲେ । ସମ୍ମାନିତ ଅତିଥି ଭାବରେ ଓଲିଉଡ ନାୟିକା ଅଙ୍କିତା ଦାସ, ଏନଆଇଟି ର ପ୍ରଫେସର ରାଜୀବ ପଣ୍ଡା, ସମାଜ ସେବୀ କମଳ ଅଗରୱାଲ, ଶିଳ୍ପଦ୍ୟୋଗୀ ଶ୍ରେୟା ମହାନ୍ତି, ଲାୟନ୍ସ କ୍ଲବର ସଭାପତି ଶ୍ରୀମତୀ ବୈଶାଳୀ ଖେଡିଆ, ଡାକ୍ତର ଅମିତ ଦାସ ଓ ଅବସର ପ୍ରାପ୍ତ କର୍ମଚାରୀ ସଂଘ ର ସଭାପତି ଶ୍ରୀଯୁକ୍ତ ଅଭୟ ଦାସ ଙ୍କ ସହ ନୃତ୍ୟାନୁଷ୍ଠାନ ର ଅଧକ୍ଷ୍ୟା ବିଷ୍ଣୁ ପ୍ରିୟା ସ୍ଵାଇଁ, ନିର୍ଦ୍ଦେଶକ ଆଲୋକ ଜେନା ଓ ସମ୍ପାଦିକା ଶିବାନୀ ରାଣା ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ଉଦଯାପନୀ ଅଭିଭାଷଣ ରଖିଥିଲେ । ବିଧାୟକ ସାରଦା ପ୍ରସାଦ ନାୟକଙ୍କୁ ପୁଷ୍ପ ଗୁଚ୍ଛ ସହ ଉତ୍ତରୀୟ ପ୍ରଦାନ କରା ଯାଇଥିଲା । ବିଧାୟକ ତାଙ୍କ ବକ୍ତବ୍ୟରେ ରୋଜାର ନୃତ୍ୟକୁ ଏକ ସମୟରେ ବିମୋହିତ ଦର୍ଶକ ପରି ଦେଖିଥିଲେ ବୋଲି କହିଥିଲେ ଓ ରାଉରକେଲା ରୁ ଯାଇ ବମ୍ବେ ଭଳି ତାରକା ମେଳରେ ନିଜର ଉପସ୍ଥିତି ଜାହିର କରି ପାରିଛି ବୋଲି ଆମେ ରାଉରକେଲା ବାସୀ ଗର୍ବିତ । ସମସ୍ତ ଅତିଥି ନୃତ୍ୟାନୁଷ୍ଠାନ ର ତିନି ଦିନ ଧରି ଶାସ୍ତ୍ରୀୟ ଓ ପାଶ୍ଚାତ୍ୟ ନୃତ୍ୟ ଉପରେ ନିଆରା କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ସନ୍ଧ୍ୟାର ପ୍ରଥମ ପର୍ଯ୍ୟାୟ ରେ ବିଭିନ୍ନ ଖବର ସରବରାହ ରୁ ବିଶିଷ୍ଟ ସାମ୍ବାଦିକ ସମ୍ମାନ ରେ ୧୧ ଜଣକୁ ସାମ୍ବାଦିକ ଙ୍କୁ ମୁଖ୍ୟଅତିଥିଙ୍କ କର କମଳରୁ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା । ସାଂସ୍କୃତିକ କାର୍ଯ୍ୟ ପ୍ରାରମ୍ଭରେ ଗୁରୁ ଦୀପିକା ପାତ୍ର ଙ୍କ ନୃତ୍ୟାଙ୍ଗନା ନୃତ୍ୟାନୁଷ୍ଠାନର ନୃତ୍ୟ ଶିଳ୍ପୀ ମାନଙ୍କ ଦ୍ଵାରା ଓଡିଶୀ ନୃତ୍ୟ ପରିବେଷଣ ସହ ସନ୍ଧ୍ୟାକୁ ଅତୀବ ଆକର୍ଷଣ କରିବାପାଇଁ ରୋଜା ବଲିଉଡ ପ୍ରକାରରେ ତାର ଗ୍ରୁପ ସହିତ ମିଶି ବିଭିନ୍ନ ଶୈଳୀ ରେ ନୃତ୍ୟ ପରିବେଷଣ କରିଥିଲେ ଓ ଗୁରୁ ବିଜୟ ମୁଖୀ ଙ୍କ ଜୁମ୍ବା ନୃତ୍ୟ ଶୈଳୀ ରେ ସ୍ଥାନୀୟ ମହିଳା ମାନେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରି ଦର୍ଶକ ଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ । ପ୍ରେକ୍ଷାଳୟ ଦର୍ଶକ ମାନଙ୍କ ଅନୁରୋଧ କ୍ରମେ ଓଲିଉଡ ନାୟିକା ଅଙ୍କିତା ତାଙ୍କର ସିନେମା ଗୀତରେ ନୃତ୍ୟ ପ୍ରଦର୍ଶନ କରିଥିଲେ । ଉକ୍ତ ଉଦଯାପାନୀ ସନ୍ଧ୍ୟା କୁ ଉଦ୍ଘୋସିକା ଭାବରେ ମୋନାଲିସା ସାହୁ ପରିଚାଳନା କରିଥିଲେ । କାର୍ଯ୍ୟ କ୍ରମ କୁ ନୃତ୍ୟାନୁଷ୍ଠାନ ର ସସ୍ମିତା ଜେନା, ସୂରଜ ତନ୍ତି, ସୋମ୍ୟଶ୍ରୀ ନାୟକ, ରୁବି ପାତ୍ର, ବିଭୁତି ଭୂଷଣ ସେଠୀ, ହରେନ୍ଦ୍ର ନାୟକ, ଅନୁ ତନ୍ତି, ମୁକେଶ, ମନୀଷା ରାଣୀ, ଚିରଞ୍ଜିବୀ, ପୟୋସିନୀ, ସବିତା ଜେନା, ମନୀଷା ଜେନା, ଓ କ୍ଷିତିଶ ଜେନା ପ୍ରମୁଖ ସହଯୋଗ କରିଥିଲେ ।
ରାଜ୍ୟ
ଆଜା ନାଚଲେ ନୃତ୍ୟ ପ୍ରତିଯୋଗିତା 2025 ସମାପିତ
- Hits: 24











