ହେଡଲାଇନସ୍:

ରାଜଗାଙ୍ଗପୁର ର ଲାଞ୍ଜିବେର୍ଣା ମାଇନ୍ସ ର ଜମି ଫେରିପାଇବେ କି ନାହିଁ ଅନିଶ୍ଚିତତା – ବିଜେଡି ନେତ୍ରୀ ରଶ୍ମି ଏକ୍କା.

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜଗାଙ୍ଗପୁର –( ବିଷ୍ଣୁ ଭୋମିକ) – ରାଜଗାଙ୍ଗପୁର ଅଞ୍ଚଳର ଲାଞ୍ଜିବେର୍ଣା ଗ୍ରାମରେ ଡାଲମିଆ ସିମେଣ୍ଟ କମ୍ପାନୀର ଖଣି ସଂପ୍ରସାରଣ ପାଇଁ ଚାଲୁଥିବା ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ବେଆଇନ ଦର୍ଶାଇ ଆଦିବାସୀ ଗ୍ରାମବାସୀମାନେ ଜୋରଦାର ବିରୋଧ କରିଥିଲେ । ଜମି ଜବରଦଖ ବରଦଖଲ ଅଭି ଭିଯୋଗରେ ଆଦି ବାସୀମା ବାସୀମାନେ ଧାରଣାରେ ବସିଥିବା ବେଳେ ଏହି ଆନ୍ଦୋଳନରେ ରାଜଗାଙ୍ଗପୁର ଓ ବିରମିତ୍ରପୁର ବିଧାୟକଙ୍କ ସମେତ ବହୁ ରାଜନୈତିକ ନେତା ଯୋଗ ଦେଇ ଜମି ଅଧୂଗ୍ରହଣ ପ୍ରକ୍ରିୟାକୁ ବେଆଇନ ବୋଲି କରିଥିଲେ। ଆନ୍ଦୋଳନ ତୀବ୍ର ହେବା ପରେ ପ୍ରଶାସନ ପକ୍ଷରୁ ଜମି ଜମି ଅଧୂଗ୍ରହଣ ପ୍ରକ୍ରିୟାକୁ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି। ତଥାପି ଯେଉଁ ଆ ଜମି ମାଲିକମାନଙ୍କ ଜମି ପୂର୍ବରୁ ଖୋଳା ଯାଇଛି, ସେମାନେ ଆଜି ପର୍ଯ୍ୟନ୍ତ ର୍ଯ୍ୟନ୍ତ ନିଜ ଜମି ଫେରି ପାଇବେ କି ନାହିଁ ସେନେଇ ନଇ ଅନିଶ୍ଚିତତା ମଧ୍ଯରେ ଅଛନ୍ତି । ଜମି ଆଦିବାସୀ ଫେରାଇବା ଦାବି କୁ ନେଇ ଆଦିବାସୀମାନେ ସଂଘର୍ଷ ଜାରି ବେଳେ, ଆସନ୍ତା ଜାନୁଆରୀ ୧୮ ତାରିଖ ମଧ୍ୟରେ ଯଦି ଜମି ଫେରାଯ ରାଯାଇନଥାଏ,

ତେବେ ରାଜରାସ୍ତା ଅବରୋଧ କରାଯିବ ବୋଲି ସଚେତନ କରାଯାଇଛି। ଏହି ଘୋଷଣା ପରେ ପ୍ରଶାସନ ମଧ୍ୟରେ ଚିନ୍ତା ବଢ଼ିଛି। ଏହି ପ୍ରସଙ୍ଗରେ ବିଜେଡି ମହିଳା ନେତ୍ରୀ ରଶ୍ମି ଏକ୍କା ମତ ପ୍ରକାଶ କରି କହିଛନ୍ତି ଛନ୍ତି ଯେ, କମ୍ପାନୀ ପ୍ରଥମ ଦିନରୁ ଯେତେବେଳେ ବେଆଇନ ଭାବେ ଜମି ଅଧୂଗ୍ରହଣ କରୁଥିଲା, ସେତେବେଳେ କୌଣସି ରାଜନେତାଙ୍କୁ ଦେଖୁବାକୁ ମିଳିନଥିଲା। କିନ୍ତୁ ନିଜ ଅସ୍ତିତ୍ଵ ଦେଖାଇବା ପାଇଁ ତିନି ଦିନ ପରେ ନେତାମାନଙ୍କ ଭିଡ଼ ଲାଗିଗଲା । ଜୋରଦାର ବିରୋଧ ହେଲା, କାମ ବନ୍ଦ ହେଲା, କିନ୍ତୁ ଆଜି ପର୍ଯ୍ୟନ୍ତ ଜମି ମାଲିକମାନେ ନିଜ ଜମି ଫେରି ପାଇନଥିବା ଘଟଣା ଗମ୍ଭୀର ପ୍ରଶ୍ନ ସୃଷ୍ଟି କରୁଛି। ପ୍ରଥମ ଦିନରୁ ଯଦି ସମସ୍ତ ରାଜନୈତିକ ନେତା ଏକତ୍ର ହୋଇ ଜମି ଅଧୂଗ୍ରହଣ ପ୍ରକ୍ରିୟାକୁ ବିରୋଧ କରିଥାନ୍ତେ, ତେବେ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା ବୋଲି ରଶ୍ମି ଏକ୍କା ତାଛଲ୍ୟ କରିଛନ୍ତି । ତଥାପି ଆଗାମୀ ଦିନରେ ଆନ୍ଦୋଳନରେ ଆଗୁଆ ଭୂମିକା ନେଇଥିବା ନେତାମାନଙ୍କ ତତ୍ତ୍ଵାବଧାନରେ ଜମି ମାଲିକମାନେ ନିଜ ଜମି ଫେରି ପାଇବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

0
0
0
s2sdefault