ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବିଞ୍ଜିଗିରି ଠାରେ ଯାହା ଭଞ୍ଜନଗର ଠାରୁ ମାତ୍ର ୬ କିଲୋମିଟର ଦୁରତ୍ଵ ରେ ଅବସ୍ଥିତ ବୀର ବିପ୍ଳବୀ ଚକରା ବିଷୋୟୀଙ୍କ ଜନ୍ମ ମାଟି ସେଠାରେ ଆଜି ପବିତ୍ର ଶାମ୍ବ ଦଶମୀ ଅବସରରେ ଡିସେମ୍ବର ମାସ ୩୦ ତାରିଖ ମଙ୍ଗଳ ବାର ୨୦୨୫ ଦିବସ ରେ ରାଜ୍ୟ ସ୍ତରୀୟ ୨୦୩ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ବିଧାୟକ ନାୟକ କହିଥିଲେ ଯେ, ପ୍ରଥମ ଥର ପାଇଁ ବୀର ବିପ୍ଳବୀ ଚକରା ବିଷୋୟୀଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ତାଙ୍କ ଜନ୍ମମାଟି ବିଞ୍ଜିଗିରି ଠାରେ ସରକାରଙ୍କ ପକ୍ଷରୁ ପାଳିତ ହେଉଛି। ପୁର୍ବରୁ ଭଞ୍ଜନଗର ଟାଉନ ହଲରେ ଏହି ଉତ୍ସବ ପାଳନ ହେଉଥିଲା। ଅଞ୍ଚଳବାସୀଙ୍କ ଅନୁରୋଧକୁ ରକ୍ଷା କରି ବିଞ୍ଜିଗିରି ଠାରେ ଏହି ଉତ୍ସବ ଚଳିତ ବର୍ଷ କରିବା ପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲି। ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଉତ୍ସବ ହୋଇଛି। ମୁଁ ହେଉଛି ଡାକ ପିଅନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆମ ମାନଙ୍କୁ ଲୋକଙ୍କ ସେବା ନିମନ୍ତେ ଡାକ ପିଅନ ଭଳି କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଛନ୍ତି । ତେଣୁ ମୁଁ ଲୋକଙ୍କ ସମସ୍ୟାକୁ ସରକାରଙ୍କ ପାଖରେ ଉପସ୍ଥାପନ କରୁଛି । ଅଞ୍ଚଳର ବିକାଶ ପାଇଁ ଅର୍ଥର ଅଭାବ ନାହିଁ। ଚକରା ବିଷୋୟୀ ବିଞ୍ଜିଗିରିରେ ଜନ୍ମ ହୋଇଥିଲେ ମଧ୍ୟ ତାଙ୍କର କର୍ମସ୍ଥଳ ଚାକରା ଘାଟି, ରଣ ଘଣ୍ଟା ଥିଲା। ସେଠୀ ସେ ଯୁଦ୍ଧ କୌଶଳ ପ୍ରଦର୍ଶନ କରି ବ୍ରିଟିଶ ବିରୋଧରେ ଲଢେଇ କରିଥିଲେ। ଆଗାମୀ ଦିନରେ ଦିଲ୍ଲୀରେ ବଡ ଧରଣର ଏହିଭଳି କାର୍ଯ୍ୟକ୍ରମ ହେବ। ଗୋରା ମାନଙ୍କୁ ଏ ମାଟିରୁ ହଟାଇବା ଲକ୍ଷ୍ୟ ନେଇ ଚକରା ଲଢେଇ କରୁଥିଲେ। ଏହିଭଳି ଜଣେ ମହାନ ବୀରଙ୍କ ଜନ୍ମ ମାଟିର ବିକାଶ ପାଇଁ ସରକାର ୧୫ କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ତାହାର ଅର୍ଥ ୪ ଦିନ ପୂର୍ବେ ଆସିଯାଇଛି। ଆଗାମୀ ଦିନରେ ତୋରା ବାଡ଼ିରେ ଏକ ସହିଦ ସ୍ମୃତି ସ୍ତମ୍ଭ ହେବ ବୋଲି ମଧ୍ୟ ପ୍ରକାଶ କରିଛନ୍ତି। ଏଥିସହ ଅନ୍ୟାନ୍ୟ ବିକାଶ ପାଇଁ ଆହୁରି ୮ କୋଟି ଅନୁଦାନ ଆସିବ ବୋଲି ବିଧାୟକ ନାୟକ ସଭାରେ ଘୋଷଣା କରିଥିଲେ।
ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଭଞ୍ଜନଗର ଉପଜିଲ୍ଲାପାଳ ଉମା ଶଙ୍କର ବେହେରା ସଭାରେ ଅଧ୍ୟକ୍ଷତା କରି କହିଥିଲେ ଯେ,ଐତିହ୍ୟ ଗ୍ରାମ ହେଉଛି ବିଞ୍ଜିଗିରି। ୧୮୨୩ ମସିହାରେ ଏଠାରେ ଚକରା ବିଷୋୟୀ ଜନ୍ମ ଗ୍ରହଣ କରିଥିଲେ। ୧୮୩୭ ମସିହାରେ ବ୍ରିଟିଶ ସହ ଲଢ଼େଇରେ ତାଙ୍କ ବାପା ମୃତ୍ୟୁବରଣ କରିଥିଲେ। ସେତେବେଳକୁ ଚକରାଙ୍କୁ ୧୪ ବର୍ଷ ହୋଇଥିଲା। ଏହି ସମୟରେ ବ୍ରିଟିଶ ଶାସକ ଆଦିବାସୀମାନଙ୍କୁ ଦମନ କରିବା ପାଇଁ ୧୮୪୫ ରେ ମେରିଆ ଆକ୍ଟ୍ ଆଣିଥିଲେ। ଯାହାକୁ ନେଇ ଚକରା ବ୍ରିଟିଶ ମାନଙ୍କ ବିରୋଧରେ ନିଜ ମାଟି ପାଇଁ ଲଢେଇ କରିଥିଲେ। ଜାତି, ପରମ୍ପରା, ସଂସ୍କୃତି, ଧର୍ମକୁ ଆମ ଦେଶରେ ହଜାର ହଜାର ବର୍ଷଧରି ସମ୍ମାନ ଦିଆଯାଉଛି । ମାତ୍ର ବ୍ରିଟିଶ ଶାସକ ଆଦିବାସୀଙ୍କ କିଛି ପରମ୍ପରାକୁ ଆଇନ ବଳରେ ବନ୍ଦ କରିବା ଯୋଜନା କରିଥିଲେ। ଏହିଭଳି ମହାନ ପୁରୁଷଙ୍କ ସ୍ମୃତି ରକ୍ଷାପାଇଁ ମାନ୍ୟବର ବିଧାୟକ ଯେଉଁ ପଦକ୍ଷେପ ନେଉଛନ୍ତି ତାହା ପ୍ରଶଂସା ଯୋଗ୍ୟ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପରେ ଚକରା ଘାଟି ହେବ ଏହି ଅଞ୍ଚଳର ଦ୍ୱିତୀୟ ବଡ ପର୍ଯ୍ୟଟନ କ୍ଷେତ୍ର ବୋଲି ଉପଜିଲ୍ଲାପାଳ କହିଥିଲେ।
ଡ. ରୋଜାଲିନ ସେନାପତି,ଡିଏଫଓ ହିମାଂଶୁ ଶେଖର ମହାନ୍ତି, ବଡିିଓ ଭାରତୀ ଦେବୀ, ତହସିଲଦାର ଅଭିପ୍ସା ପଟ୍ଟନାୟକ, ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ଆପଟ୍ଟ,ବ୍ଲକ ଅଧ୍ୟକ୍ଷ ନରୀସଭା ନାୟକ, ଏଏସ୍ ପି ରଞ୍ଜନ କୁମାର ଦେ, ସିଡିପିଓ ନିଲିମା କୁମାରୀ ପଣ୍ଡା, ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ରଥ ପ୍ରମୁଖ ଅତିଥି ଭାବେ ଯୋଗଦେଇ ନିଜର ମତ ରଖିଥିଲେ। ଏହି ଅବସରରେ ରିତାରାଣୀ ମହାପାତ୍ରଙ୍କ ଦ୍ୱାରା ଓଡିଆ ରୁ ଇଂରାଜୀ ଅନୁବାଦ ପୁସ୍ତକ କନ୍ଧମାନଙ୍କ ଅଞ୍ଚଳ ଫୁଲବାଣୀ ଓ ଜଗଦୀଶ ଙ୍କ ଦ୍ବାରା ଲିଖିତ ପୁସ୍ତକ ବୀର ଚକରା ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ଶେଷରେ ଚକରା ବିଷୋୟୀ ଉପରେ ଏକ ନାଟକ ପରିବେଷଣ ହୋଇଥିଲା " ଚକରା ର ଚକ୍ରବ୍ୟୁହ" । ଏହାପୂର୍ବରୁ ସକାଳେ ଅତିଥି ମାନେ ଭଞ୍ଜନଗର ଚକରା ବିଷୋୟୀ ଛକରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ। ସୁବାସ ପ୍ରଧାନ, ଏମପି ପ୍ରତିନିଧି ସନ୍ତୋଷ ତିଆଡି, ରବିନ୍ଦ୍ର ଗୌଡ଼, ଦୁର୍ଗା, ପୂର୍ଣ୍ଣ ବିଷୋୟୀ, ଗୌରହରି ଗୌଡ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ। ଏବଂ ଏହି ମହାନ୍ କାର୍ଯ୍ୟକ୍ରମ ରେ ମଧ୍ୟ ପୂର୍ବରୁ ଯେଉଁ ମାନଙ୍କ ପ୍ରଚେଷ୍ଟା ଓ ସହଯୋଗରେ ଏହା ହୋଇପାରିଛି, ସେହି ମହାନ୍ ବ୍ୟକ୍ତି ମାନଙ୍କୁ ମଧ୍ୟ ଉପଢୌକନ ସହ ସମ୍ମାନିତ କରାଯାଇଥିଲା। ସେହିପରି ଭାବରେ ଆଜିର ଭଳି ପବିତ୍ର ଶାମ୍ବ ଦଶମୀ ତଥା ବୀର ବିପ୍ଳବୀ ଚକରା ବିଷୋୟୀ ଙ୍କ ୨୦୩ ତମ ଜୟନ୍ତୀ ଅବସରରେ " ବୀର ବିପ୍ଳବୀ ଚକରା ବିଷୋୟୀ ସ୍ମୃତି ରକ୍ଷା ଓ ଭିଟାମାଟି ସୁରକ୍ଷା ପରିଷଦ" ଦ୍ଵାରା ଭଞ୍ଜନଗର ଖାଲାସିସାହିରେ ଥିବା ଜୟ୍ ଜଗନ୍ନାଥ ନାମକ ଶିକ୍ଷାନୁଷ୍ଠାନ ର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀ ଶିକ୍ଷକ ଙ୍କ ସହଯୋଗ ରେ ବୀର ବିପ୍ଳବୀ ଚକରା ବିଷୋୟୀ ଙ୍କ ଜୟନ୍ତୀ ଉତ୍ସବ ପାଳନ ହୋଇଯାଇଛି। ଏଥିନିମିତ୍ତ ଉକ୍ତ ପରିଷଦର ଆବାହକ ଶ୍ରୀଯୁକ୍ତ ମୁରଲୀଧର ପଣ୍ଡା ଏବଂ ଉକ୍ତ ଶିକ୍ଷାନୁଷ୍ଠାନ ର ସମସ୍ତ ଛାତ୍ରଛାତ୍ରୀ ଓ କର୍ମକର୍ତ୍ତା ଗଣ ହାତରେ ବ୍ୟାନର ଧରି ବୀର ବିପ୍ଳବୀ ଚକରା ଙ୍କ ଜୟ୍ ଜୟ୍ ନାରା ଗାନ କରି ସହର ପରିକ୍ରମା କରିବା ପରେ, ଶେଷରେ ଚକରା ବିଷୋୟୀ ବାଇପାସ୍ ଛକରେ ଥିବା ବିରାଟ ଚକରା ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହା ସହିତ ସେହି ପ୍ରତିମୂର୍ତ୍ତି ସ୍ଥଳରେ ଅନେକ ବରିଷ୍ଠ ଶିକ୍ଷକ, ପୂର୍ବତନ ନଗରପାଳ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ବିଞ୍ଜିଗିରି ଗ୍ରାମର କେତେକ ଗ୍ରାମବାସୀ ମଧ୍ୟ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ମାଧ୍ୟମରେ ବୀର ବିପ୍ଳବୀ ଚକରା ବିଷୋୟୀ ଙ୍କ ସ୍ମୃତି ଚାରଣ କରିଥିଲେ।











