ହେଡଲାଇନସ୍:

ବାଲେଶ୍ୱରରେ ଜିଲ୍ଲାସ୍ତରୀୟ ‘ଜାତୀୟ ପ୍ରେସ ଦିବସ’

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 ବାଲେଶ୍ୱର: ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ‘ଜାତୀୟ ପ୍ରେ୍ରସ ଦିବସ-୨୦୧୭’ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ସଦଭାବନା ସଭାଗୃହରେ ଆଜି ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପ୍ରମୋଦ କୁମାର ଦାସ ଅଧ୍ୟକ୍ଷତା କରିବା ସହିତ ଜାତୀୟ ପ୍ରେସ ଦିବସ ପାଳନର ଆଭିମୁଖ୍ୟ ଏବଂ “ଗଣମାଧ୍ୟମ ପ୍ରତି ଆହ୍ୱାନ” ଶୀର୍ଷକ ଉପରେ ସୂଚନା ଦେଇଥିଲେ । ପୂର୍ବାଞ୍ଚଳ ଆଇଜି ପୁଲିସ ବିନୟତୋଷ ମିଶ୍ର ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନରେ ଗଣମାଧ୍ୟମର ଭୂମିକା ସର୍ବଦା ଗୁରୁତ୍ୱପୂର୍ଣ୍ଣ ରହି ଆସିଥିବା କହିଥିଲେ । ଅତିରିକ୍ତ ଜିଲ୍ଲାପାଳ ମନ୍ମଥ କୁମାର ପାଣି ଏଥିରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଗଣମାଧ୍ୟମର ନିରପେକ୍ଷତା ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତ୍ରିଲୋଚନ ପ୍ରଧାନ, ବାଲେଶ୍ୱର ଉପ-ଜିଲ୍ଲାପାଳ ଭବତାରଣ ସାହୁ ଏଥିରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଗଣମାଧ୍ୟମ ଏବଂ ପ୍ରଶାସନ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ କାର୍ଯ୍ୟକ୍ରମରେ ଉପସ୍ଥିତ ସାମ୍ବାଦିକ ସତ୍ୟପ୍ରିୟ ମହାନ୍ତି,  ଚିତରଂଜନ ସାହୁ, ସର୍ବେଶ୍ୱର ଦାସ, ବ୍ରହ୍ମାନନ୍ଦ ସ୍ୱାଇଁ, ବଂଶୀଧର ଦଳେଇ, ସମାଜସେବୀ ମହେନ୍ଦ୍ର ପ୍ରସାଦ ଧଳ ପ୍ରମୁଖ ଗଣମାଧ୍ୟମ କ୍ଷେତ୍ରରେ ଥିବା ବିଭିନ୍ନ ସମସ୍ୟା ଓ ପ୍ରତିକାର ସମ୍ପର୍କରେ ମତାମତ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଗଣମାଧ୍ୟମ ସହିତ ଦୀର୍ଘଦିନ ଧରି ଜଡ଼ିତ ଥିବା ସ୍ୱର୍ଗତ ବିସ୍ମୟ ମହାନ୍ତି ଏବଂ ସ୍ୱର୍ଗତ ବିଶ୍ୱଜିତ ଷଡଙ୍ଗୀଙ୍କ ସ୍ମୃତିରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ କୁମାର ସାହୁ ସ୍ୱାଗତ ଅଭିଭାଷଣ ପ୍ରଦାନ ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । 

0
0
0
s2sdefault