ବେଲଗୁଣ୍ଠା,- (ଶିବରାମ ଚୌଧୁରୀ )-, ବର୍ତ୍ତମାନ ଶୀତର ପ୍ରକୋପ ଜାରି ରହିଥିବା ବେଳେ ଶୀତ ସାଥିରେ ତାଳ ଦେଇଛି ଘନ କୁହୁଡ଼ି I ଏହି କୁହୁଡ଼ି ରାତିରୁ ଆରମ୍ଭ ହୋଇ ସକାଳ ଦଶଟା ପର୍ଯ୍ୟନ୍ତ ବାୟୁ ମଣ୍ଡଳକୁ ଆଚ୍ଛାଦିତ କରି ରଖୁଛି I ଆଜି ବେଲଗୁଣ୍ଠା ସହରରେ ଏହିଭଳି ଘନ କୁହୁଡ଼ି ଦେଖିବାକୁ ମିଳିଥିଲା I ସହରରେ ଗତ କାଲି ରାତିରୁ ଆଜି ସକାଳ ସାଢେ ଦଶଟା ପର୍ଯ୍ଯନ୍ତ କୁହୁଡ଼ିର ଆସ୍ତରଣ ପଡିରହିଥିଲା I ଦିନ ଦଶଟା ପର୍ଯ୍ୟନ୍ତ କୁହୁଡ଼ି ଯୋଗୁଁ ରାସ୍ତାଘାଟ କିଛି ଦେଖା ଯାଉନଥିଲା I ଫଳରେ ଲୋକେ ବାହାରକୁ ବାହାରିବା ପାଇଁ ନିରାପଦ ମନେ କରିନଥିଲେ I ବିଶେଷ କରି ସକାଳୁ ରାସ୍ତା ଉପରେ ମର୍ଣିଙ୍ଗ୍ ୱାକ୍ କରୁ୍ଥିବା ଲୋକେ, ସକାଳୁ ପରିବାପତ୍ର ନେଇ ବଜାରକୁ ଆସୁଥିବା ଚାଷୀ ମାନେ ଏହି କୁହୁଡ଼ି ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଥିଲା I ସାଢେ ଦଶଟା ପରେ କୁହୁଡ଼ି କମିବାରୁ ରାସ୍ତାରେ ଚଳପ୍ରଚଳ ସ୍ୱାଭାବିକ ହୋଇଥିଲା I
ରାଜ୍ୟ
ବେଲଗୁଣ୍ଠା ; ଦିନ ଦଶଟା ପର୍ଯ୍ୟନ୍ତ ରାସ୍ତା ଘାଟ କୁହୁଡ଼ି ଚଦର ତଳେ
- Hits: 4











