ହେଡଲାଇନସ୍:

ଆଦିତ୍ୟ ଆଲୁମିନା ରିଫାଇନେରୀ ଆୟୋଜନ କଲା ଚକ୍ଷୁ ପରୀକ୍ଷା ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାଶୀପୁର ରୁ ବୈକୁଣ୍ଠ ଦୁରିଆ: ଆଦିତ୍ୟ ବିର୍ଲା ଗ୍ରୁପର ହିଣ୍ଡାଇକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ର ଆଦିତ୍ୟ ଆଲୁମିନା ରେଫାଇନାରୀ, ନିଜର CSR (କର୍ପୋରେଟ ସାମାଜିକ ଦାୟିତ୍ଵ) ପୋଡ଼ାପାଡ଼ି ପଞ୍ଚାୟତ ଅଞ୍ଚଳରେ ଏକ ସଫଳ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରିଥିଲା । ଏହି ଶିବିରର ଉଦ୍ଦେଶ୍ୟ ଥିଲା ଦୃଷ୍ଟି ଦୋଷ, ମୋତିଆ ବିନ୍ଦୁ (କ୍ୟାଟାରାକ୍ଟ) ଚିହ୍ନଟ ଓ ରେଟିନା ରିପ୍ରାଚୀନ ପରୀକ୍ଷା।

ଏହି ଚକ୍ଷୁ ପରୀକ୍ଷା ଶିବିରଟି ରାୟଗଡ଼ା ସ୍ଥିତ ଏଲ୍.ଭି. ପ୍ରସାଦ ଆଖ୍ ହସ୍ପିଟାଲର ଚିକିସହ ଦଳଙ୍କ ସହଯୋଗରେ ସମ୍ପର ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ମାନ୍ୟଗଣ୍ୟ ଅତିଥିମାନଙ୍କ ମଧ୍ୟରେ ଶ୍ରୀ ଏସ୍.ଜେ. ମିଶ୍ର (ଚେୟାରମ୍ୟାନ), ଶ୍ରୀ ମଳହେର ବେଗ୍ (ପ୍ରେସିଡେଣ୍ଟ ଏବଂ ଇଉନିଟ୍ ହେଡ୍, ଆଦିତ୍ୟ ଆଲୁମିନା ରେଫାଇନାରୀ, କଂସାରୀଗୁଡ଼ା), ଡାକ୍ତର ରାଉତ (ଭାଇସ୍ ପ୍ରେସିଡେଣ୍ଟ, କର୍ପୋରେଟ ଅଫେୟର୍ସ), ଶ୍ରୀ ଦୀପକ ମହାନ୍ତି (ହେଜ୍‌ - HR, IR ଏବଂ CSR) ଏବଂ ଶ୍ରୀ ତନ୍ମୟ ମହାରି (ପ୍ରକଳ୍ପ ଅଧିକାରୀ- CSR ଏବଂ" R&R) ଉପସ୍ଥିତ ଥିଲେ। ଏହି ଅବସରରେ ରେଫାଇନାରୀ ପକ୍ଷରୁ ସ୍ଥାନୀୟ ସମୁଦାୟ ସହିତ ଥିବା ସମ୍ପର୍କକୁ ମଧ୍ୟ ଉଜାଗର କରାଯାଇଥିଲା I

ପୋଢ଼ାପାଡ଼ି ପଞ୍ଚାୟତ ଅଧୀନରେ ଥିବା ୧୪ଟି ଗ୍ରାମରୁ ମୋଟ ୧୭୩ ଜଣ ଲୋକ ଏହି ଚକ୍ଷୁ ପରୀକ୍ଷା ଶିବିରରେ ଅଂଶଗ୍ରହଣ କରିଥିଲେ । ଉଚ୍ଚମାନର ଆଧୁନିକ ଚିକିତ୍ସା ଯନ୍ତ୍ରପାତି ବ୍ୟବହାର କରି ମୋଡିଆବିନ୍ଦୁ, ରେଟିନା ରିଫ୍ରାକ୍ସନ ଏବଂ ସାଧାରଣ ଦୃଷ୍ଟି ଦୋଷର ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷାଗୁଡ଼ିକ ଏଲ୍.ଭି. ପ୍ରସାଦ ଆଖୁ ହସ୍ପିଟାଲର ଅନୁଭବୀ ଚିକିତ୍ସକମାନଙ୍କ ଦ୍ବାରା କରାଯାଇଥିଲା ।

ପରବର୍ତ୍ତୀ ଚିକିତ୍ସା ବ୍ୟବସ୍ଥା ଅନ୍ତର୍ଗତ, ଯେଉଁ ରୋଗୀମାନଙ୍କର ଦୃଷ୍ଟି ଦୋଷ ଚିହ୍ନଟ ହୋଇଛି, ସେମାନଙ୍କୁ ଚନ୍ତା (ରିଫ୍ରାକ୍ଟିଭ୍ ଲେନ୍ସ) ପ୍ରଦାନ କରାଯିବ ଏବଂ ଯେଉଁମାନଙ୍କର ମୋତିଆବିନ୍ଦୁ ଚିହ୍ନଟ ହୋଇଛି, ସେମାନଙ୍କୁ ଆଗାମୀ ଦିନରେ ଅପରେସନ ପାଇଁ ପଠାଯିବ।

ଏହି ପଦକ୍ଷେପ ଆଦିତ୍ୟ ଆଲୁମିନା ରେଫାଇନାରୀଙ୍କ ଦ୍ବାରା ଆକପାଖ ଅଞ୍ଚଳରେ ଭରମ ଓ ଗୁଣାତ୍ମକ ସ୍ବାସ୍ଥ୍ୟସେବା ସୁବିଧା ପହଞ୍ଚାଇବା ପାଇଁ ଚାଲୁଥିବା ନିରନ୍ତର CSR ପ୍ରୟାସକୁ ପ୍ରତିଫଳିତ କରେ।

0
0
0
s2sdefault