ବଲାଙ୍ଗୀର, ଘନଶ୍ୟାମ ନାଗ (ବିଶେଷ ପ୍ରତିନିଧି):-ବଲାଙ୍ଗୀର ଜିଲ୍ଲା ଆଇଜେୟୁ (ଓଡ଼ିଶା ଓର୍କିଂ ଜର୍ଣ୍ଣାଲିଷ୍ଟସ୍ ୟୁନିଅନ) ଶାଖା ପକ୍ଷରୁ ଆଜି ନୂଆପଡ଼ା ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଲୋୟର ଇନ୍ଦ୍ର ଡ୍ୟାମ ପରିସରରେ ଏକ ସ୍ନେହମୟ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ବ୍ଲକ ରୁ ବରିଷ୍ଠ ଓ କନିଷ୍ଠ ସାମ୍ବାଦିକମାନେ ସାମିଲ ହୋଇ ସଂଗଠନର ଏକତା ଓ ସମ୍ପ୍ରୀତିକୁ ଅଧିକ ସୁଦୃଢ଼ କରିଛନ୍ତି।
ବନ୍ଧୁମିଳନ ଅବସରରେ ସାମ୍ବାଦିକମାନେ ପରସ୍ପର ଅନୁଭବ ବିନିମୟ କରିବା ସହ ସାମ୍ବାଦିକତା କ୍ଷେତ୍ରରେ ଥିବା ବିଭିନ୍ନ ସମସ୍ୟା, ସୁରକ୍ଷା, ଅଧିକାର ଓ ଦାୟିତ୍ୱ ସମ୍ପର୍କରେ ଗଭୀର ଆଲୋଚନା କରିଥିଲେ। ସତ୍ୟନିଷ୍ଠ, ନିର୍ଭୀକ ଓ ଜନମୁଖୀ ସାମ୍ବାଦିକତା ହିଁ ସମାଜର ମୂଳ ଆଧାର ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ଆଇଜେୟୁ (ଓୟୁଡବ୍ଲୁଜେ) ବଲାଙ୍ଗୀର ଜିଲ୍ଲା ଶାଖାର ନେତୃତ୍ୱବୃନ୍ଦ ସଂଗଠନର ଆଗାମୀ କାର୍ଯ୍ୟଯୋଜନା ସମ୍ପର୍କରେ ଆଲୋକପାତ କରି ସାମ୍ବାଦିକମାନଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ସଂଗଠନ ସଦା ସଚେତନ ଓ କ୍ରିୟାଶୀଳ ରହିବ ବୋଲି ଆଶ୍ୱାସନ ଦେଇଥିଲେ। ପ୍ରାକୃତିକ ପରିବେଶ ମଧ୍ୟରେ ଆୟୋଜିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ସମସ୍ତ ସାମ୍ବାଦିକଙ୍କ ମନରେ ନୂଆ ଉତ୍ସାହ, ସ୍ନେହ ଓ ଏକତାର ସନ୍ଦେଶ ନେଇ ଆସିଥିବାବେଳେ, କାର୍ଯ୍ୟକ୍ରମ ଶେଷରେ ସମସ୍ତେ ଏପରି ସାମୂହିକ ଆୟୋଜନ ଆଗାମୀ ଦିନରେ ଆହୁରି ବ୍ୟାପକ ଭାବେ କରାଯିବା ଉପରେ ଜୋର ଦେଇଥିଲେ।ଏହି ଅବସର ରେ ବଲାଙ୍ଗୀର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଜନାବ ଖାନ, ଜିଲ୍ଲା ଉପ ସଭାପତି ଶ୍ରୀଯୁକ୍ତ ଧର୍ମେନ୍ଦ୍ର ନାଗ, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବିନୟ କୁମାର ନନ୍ଦ, ସମ୍ପାଦକ ଶ୍ରୀଯୁକ୍ତ କଞ୍ଜରକାନ୍ତ ମୁନା,ସମ୍ପାଦକ ଶ୍ରୀଯୁକ୍ତ ପୂର୍ଣ୍ଣ ଶଶି ଶେଖର ରାଓ, ଶ୍ରୀଯୁକ୍ତ ଚନ୍ଦ୍ରଭାନୁ ପଧାନ, ଶ୍ରୀଯୁକ୍ତ ଡୋଲେସ୍ୱର୍ ମେହେର, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଘନ ନାଗ, ପାଟଣାଗଡ ମଣ୍ଡଳ ସଭାପତି ଶ୍ରୀଯୁକ୍ତ ଦିଲୀପ ଭୋଇ, ଖପ୍ରାଖୋଲ ବ୍ଲକ ସଭାପତି ଶ୍ରୀଯୁକ୍ତ ଲିଙ୍ଗରାଜ ଶେଠ୍, ଶ୍ରୀଯୁକ୍ତ ମଧୁ ମାଝୀ ସହିତ ଜିଲ୍ଲାର ଅନ୍ୟ ବରିଷ୍ଠ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ।
ରାଜ୍ୟ
ବଲାଙ୍ଗୀର ଜିଲ୍ଲା ଆଇଜେୟୁ (ଓୟୁଡବ୍ଲୁଜେ) ଶାଖା ପକ୍ଷରୁ ନୂଆପଡ଼ା ଜିଲ୍ଲା ଲୋୟର ଇନ୍ଦ୍ର ଡ୍ୟାମ ଠାରେ ବନ୍ଧୁମିଳନ ଅନୁଷ୍ଠିତ
- Hits: 5











