କେନ୍ଦ୍ରାପଡା(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କେନ୍ଦ୍ରାପଡ଼ାରେ ୨୦୧୫ ମସିହା ଠାରୁ ଆୟୁର୍ବେଦିକ ନୀୟମ ଅନୁସାରେ ଏକ ପଞ୍ଚକର୍ମ ବିଭାଗ ଚାଲୁଅଛି l ଏଥିରେ ବିଭିନ୍ନ ପ୍ରକାର ରୋଗ ତଥା ସମସ୍ୟା ଯଥା ପକ୍ଷାଘାତ, ସ୍ନାୟୁ ଜନିତ ସମସ୍ୟା, ମାଂସ ପେଶୀୟ ଜନିତ ସମସ୍ୟା, ଆଣ୍ଠୁ ଗଣ୍ଠି ଜନିତ ରୋଗ, ତ୍ରୁଟିପୂର୍ଣ୍ଣ ଜୀବନ ଶୈଳୀ ଜନିତ ରୋଗ ଆଦି ର ଆସୁ ସମାଧାନ କରାଯାଉଛି l ପ୍ରତି ମାସରେ ପ୍ରାୟତଃ ୩୦୦ ରୁ ୩୫୦ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି l ରୋଗୀ ଚିକିତ୍ସା ଜନିତ ଶତକଡା ୮୦ ଭାଗ ରୋଗୀ ଉପକୃତ ହେଉଛନ୍ତି l ଏହି ୟୁନିଟ ରେ ଜଣେ ଡାକ୍ତର ସୌହାଦ୍ୟ କୁମାର ନାଏକ ଚିକିତ୍ସା କରୁଥିବା ବେଳେ ଜଣେ ପଞ୍ଚକର୍ମ ସହାୟକ ଶିବ ଶଙ୍କର ଭୋଳ ଏବଂ ଅନ୍ୟ ଜଣେ ମହିଳା ପଞ୍ଚକର୍ମ ସହାୟିକା ଉର୍ମିଳା ମହାନ୍ତି କାର୍ଯ୍ୟ କରି ଆସୁଛନ୍ତି l ଏହି ପଞ୍ଚକର୍ମ ଓଡ଼ିଶା ସରକାର ଙ୍କ ସ୍ଵାସ୍ଥ୍ୟ ଓ ପରିବାର ବିଭାଗ ଅନ୍ତର୍ଗତ ଆୟୁଷ ମନ୍ତ୍ରଣାଳୟ ଦ୍ଵାରା ପରିଚାଳିତ l ଏହି କାର୍ଯକ୍ରମ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ. ମନୋରଞ୍ଜନ ରାଉତ ଓ ଏ ଡି ଏମ୍ ଓ ମେଡିକାଲ ଡ଼ ପ୍ରମୋଦ କୁମାର ପ୍ରହରାଜ ଙ୍କ ସମେତ ହସ୍ପିଟାଲ ମ୍ୟାନେଜର ପ୍ରଭାତ କୁମାର ନାୟକ, ସୁଭାସିସ ସାଠୁଆ, ଆକାଉଣ୍ଟାଣ୍ଟ କୁମୁରେଶ ନାୟକ ପ୍ରମୁଖ ତଦାରଖ କରୁଛନ୍ତି l ଏହି ଚିକିତ୍ସା ମାଧ୍ୟମରେ ଜିଲ୍ଲାର ବହୁ ନେତ୍ରୁ ସ୍ଥାନୀୟ, ରାଜନେତା, ଅଧିକାରୀ ଓ କର୍ମଚାରୀ ଚିକିତ୍ସିତ ହୋଇ ଭଲ ହୋଇଛନ୍ତି l ନିକଟରେ ଡେପୁଟି ମ୍ୟାନେଜର ପ୍ରଜନନ ଓ ଶିଶୁ ସ୍ବାସ୍ଥ୍ୟ ଡ଼. ସୁକାନ୍ତ କୁମାର ପ୍ରଧାନ ଏହି ପଞ୍ଚକର୍ମ ବ୍ୟବସ୍ଥାର ସୁବିଧା ପାଇଛନ୍ତି l
ରାଜ୍ୟ
କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଞ୍ଚକର୍ମ ଉପଚାର କାର୍ଯକ୍ରମ ।
- Hits: 4











