ହେଡଲାଇନସ୍:

ଓଡ଼ଗାଁରେ 'ସଙ୍ଗୀତ ଧାରା'ର ପ୍ରତିଯୋଗିତା, ସେମି ଫାଇନାଲକୁ ଗଲେ ୭

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଓଡ଼ଗାଁ,୨୧।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସାମ୍ବାଦିକ ଭବନ ପରିସରରେ 'ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଅଡିସନ ରବିବାର ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାକୁ ଓଡ଼ଗାଁ ବ୍ଲକ ସାମ୍ବାଦିକ ସଂଘ ସମ୍ପାଦକ ଗଣେଶ୍ୱର ସାହୁଙ୍କ ସହିତ ବରିଷ୍ଠ ସାମ୍ବାଦିକ ସାରସ ମିଶ୍ର ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ପ୍ରତିଯୋଗିତାରେ ଓଡଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ସଂଗୀତାନୁଷ୍ଠାନ ମାନଙ୍କରୁ ୧୪ ରୁ ୨୪ବର୍ଷ ବୟସର ବହୁ ଯୁବ ଓ କିଶୋର କଣ୍ଠଶିଳ୍ପୀ ମାନେ ଅଂଶଗ୍ରହଣ କରିଥିଲେ। ସଙ୍ଗୀତ ପ୍ରତିଯୋଗିତାରେ ବିଚାରକଭାବେ କଣ୍ଠଶିଳ୍ପୀ ଅଧ୍ୟାପକ ଡ. ଆଶୁତୋଷ ମିଶ୍ର, ରବୀନ୍ଦ୍ର କୁମାର ଦାଶ ଏବଂ କଣ୍ଠଶିଳ୍ପୀ ଜୟଶ୍ରୀ ଦେବୀ ପ୍ରମୁଖ ଯୋଗଦାନ କରି ଶ୍ରେଷ୍ଠ ୭ ଜଣ କଣ୍ଠଶିଳ୍ପୀଙ୍କୁ ସେମିଫାଇନାଲ ପର୍ଯ୍ୟାୟକୁ ଚୟନ କରିଥିଲେ । ଏହି କଣ୍ଠଶିଳ୍ପୀ ମାନେ ହେଲେ ଆଶୁତୋଷ ବେହେରା, ପ୍ରିୟାଂଶି ପ୍ରିୟଦର୍ଶିନୀ ସାହୁ, ସୋମାଲିନ ପୃଷ୍ଟି, ସାଇସିଦ୍ଧି ମିଶ୍ର, ସୁଚିନ୍ତିକା ସାହୁ, ବର୍ଷାରାଣୀ ପ୍ରଧାନ, ସମ୍ୟକ ପଣ୍ଡା । ସଙ୍ଗୀତଧାରା ସମ୍ପାଦକ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସୂଚନା ଯୋଗ୍ୟଯେ ଜିଲ୍ଲାର ସମସ୍ତ ୮ଟି ବ୍ଳକରେ କଣ୍ଠଶିଳ୍ପୀ ମାନଙ୍କର ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତା ଅନୁଷ୍ଠିତ ହେଉଅଛି । ଏଥିରୁ ମନୋନୀତ ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗି ମାନଙ୍କୁ ଟ୍ରଫି, ମାନପତ୍ର ସହିତ ପର୍ଯ୍ୟାୟକ୍ରମେ ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇଥାଏ । ଏଥି ସହିତ ପ୍ରତିଯୋଗିତାରେ ପ୍ରଥମସ୍ଥାନ ଅଧିକାର କରିବା ପ୍ରତିଯୋଗୀଙ୍କୁ ‘ନୟାଗଡ଼ ସଙ୍ଗୀତ କଲ୍ଲୋଳ’ ଉପାଧି ପ୍ରଦାନ କରାଯାଇଥାଏ ।

0
0
0
s2sdefault