ମାଲକାନାଗିରି, ୨୧ ଡିସେମ୍ବର – ପି.ଏମ.ଶ୍ରୀ ସରକାରୀ ନୋଡାଲ ହାଇସ୍କୁଲର ବାର୍ଷିକ ଉତ୍ସବ ଆଜି ସ୍କୁଲ ପ୍ରାଙ୍ଗଣରେ ଉତ୍ସାହ ଓ ଧାମାଳିରେ ଆୟୋଜିତ ହେଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ହସ୍ତେ ଦୀପ ପ୍ରଜ୍ୱଳନ ସହିତ ଉଦ୍ଘାଟନ ହେଲା। ସଭାର ପରିଚାଳନା ଶ୍ରୀ ବିଷ୍ଣୁ ପ୍ରସାଦ ସୁବୁଦ୍ଧିଙ୍କ ଦ୍ଵାରା କରାଯାଇଥିଲା । ଏଥିରେ ମୁଖ୍ୟ ବକ୍ତା ଭାବେ ଶ୍ରୀ ଅଶୋକ କୁମାର ପଟ୍ଟନାୟକ,( ପ୍ରାଧିକରଣ ଆଇନର ପ୍ରତିରକ୍ଷା ମୁଖ୍ୟ) ତଥା ସମ୍ମାନିତ ଅତିଥି ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷଧିକାରୀ ଭାଗିରଥି ବେହେରା , ମହିଳା ମହା ବିଦ୍ୟାଳୟର ଅଧକ୍ଷ ଦୁଷ୍ମନ୍ତ ଜେନା , ମାଲକାନଗିରି ମହା ବିଦ୍ୟାଳୟ ର ବାଣିଜ୍ୟ ବିଭାଗ ର ମୁଖ୍ୟଅଧ୍ୟାପକ ଡ. ରଞ୍ଜନ କୁମାର ସ୍ୱାଇଁ , ସାମ୍ବାଦିକ ଶ୍ରୀ ରତ୍ନାକର ଦାସ ଙ୍କ ଉପସ୍ଥିତି ରେ ଛାତ୍ରଛାତ୍ରୀମାନେ ନୃତ୍ୟ, ସଙ୍ଗୀତ, ନାଟକ ଓ ସାହିତ୍ୟିକ ପ୍ରଦର୍ଶନରେ ଦର୍ଶକମାନଙ୍କୁ ମନୋହର କରିଦେଲେ।
ଶିକ୍ଷା, କ୍ରୀଡ଼ା ଓ ସହପାଠ୍ୟ କାର୍ଯ୍ୟକଳାପରେ ଉତ୍କୃଷ୍ଟତା ଦେଖାଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରାଗଲା। “ଶିକ୍ଷାରେ ସଶକ୍ତିକରଣ” ବିଷୟକୁ ନାଟକ ଓ ଭାଷଣ ମାଧ୍ୟମରେ ଉପସ୍ଥାପନ କରାଗଲା।
ମୁଖ୍ୟ ଅତିଥି ସ୍କୁଲର ସମଗ୍ର ଉନ୍ନତି ପ୍ରୟାସକୁ ସ୍ତୁତି କରି, ଛାତ୍ରଛାତ୍ରୀଙ୍କୁ ଶିଷ୍ଟାଚାର ଓ ନବୀନତାରେ ଅଗ୍ରସର ହେବାକୁ ପ୍ରେରିତ କଲେ। ପ୍ରଧାନଶିକ୍ଷୟତ୍ରୀ ଶାନ୍ତି ରାଣୀ ବିଶ୍ଵାସ ନିଜ ଉଦ୍ବୋଧନରେ ଛାତ୍ରଛାତ୍ରୀଙ୍କ ସଫଳତାରେ ଗର୍ବ ପ୍ରକାଶ କରି, ଶିକ୍ଷକମାନଙ୍କ ନିଷ୍ଠାକୁ ସ୍ୱୀକାର କଲେ। ବିଦ୍ୟାଳୟ ର ବରିଷ୍ଟ ଶିକ୍ଷୟତ୍ରୀ ରିତଞ୍ଜଳି ସାମଲ ବାର୍ଷିକ ବିବରଣୀ ପାଠ କରିଥିଲେ । ଗଣିତ ଶିକ୍ଷୟିତ୍ରୀ ଏମ. ନନ୍ଦିନୀ ଧନ୍ୟବାଦ ଅର୍ପଣ କରିଥିଲେ ।
ଜାତୀୟ ସଙ୍ଗୀତ ଓ ରଙ୍ଗୀନ କାର୍ଯ୍ୟକ୍ରମ ସହିତ କାର୍ଯ୍ୟକ୍ରମର ସମାପନ ହେଲା।











