କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ): କେନ୍ଦ୍ରାପଡ଼ା ଜିଲ୍ଲା ଚାନ୍ଦୋଳ ସ୍ଥିତ ଆଦିଶ୍ରୀ ମଣ୍ଡପରେ ରାଜ୍ୟ ସାମ୍ବାଦିକ ସଂଘ କେନ୍ଦ୍ରାପଡ଼ା ଜିଲ୍ଲା ଶାଖା ପକ୍ଷରୁ ବାର୍ଷିକ ଉତ୍ସବ ସହ ପ୍ରାନ୍ତୀୟ ସାମ୍ବାଦିକ ସମାବେଶ– ୨୦୨୫ ଉତ୍ସାହ ଓ ଉତ୍କଣ୍ଠାର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ଜିଲ୍ଲା ସଭାପତିଙ୍କ ସଭାପତିତ୍ୱରେ ରାଜ୍ୟ ସଭାପତି, ସମ୍ପାଦକ ମଣ୍ଡଳୀ ସଦସ୍ୟ ଓ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ସାମ୍ବାଦିକ ମାନେ ଯୋଗଦେଇ ସାମ୍ବାଦିକତାର ଭୂମିକା, ସମସ୍ୟା, ଚ୍ୟାଲେଞ୍ଜ ଓ ଦାୟିତ୍ୱ ଉପରେ ଗଭୀର ଆଲୋଚନା କରିଥିଲେ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କେନ୍ଦ୍ରାପଡ଼ା ବିଧାୟକ ଶ୍ରୀ ଗଣେଶ୍ୱର ବେହେରା ଯୋଗଦେଇ ସାମ୍ବାଦିକ ମାନେ ସମାଜର ଚତୁର୍ଥ ସ୍ତମ୍ଭ ଭାବେ ସତ୍ୟନିଷ୍ଠ, ନିର୍ଭୀକ ଓ ଦାୟିତ୍ୱଶୀଳ ଭୂମିକା ନିର୍ବାହ କରିବା ଆବଶ୍ୟକ ବୋଲି କହିଥିଲେ।ମୁଖ୍ୟ ଅତିଥି ଭାବେ ଶ୍ରୀ ବିଜୟ ମହାପାତ୍ର ଓ ମୁଖ୍ୟ ବକ୍ତା ବରିଷ୍ଠ ସାମ୍ବାଦିକ ଶ୍ରୀ ନବୀନ ଦାସ ସାମ୍ବାଦିକତାରେ ନୀତିଗତ ମୂଲ୍ୟବୋଧ, ନିଷ୍ପକ୍ଷତା ଓ ସାଧାରଣ ଲୋକଙ୍କ ସ୍ୱାର୍ଥ ସୁରକ୍ଷା ମାଧ୍ୟମର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସମାବେଶ ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ବରିଷ୍ଠ ସାମ୍ବାଦିକ, ସମାଜସେବୀ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହିତ ସାମ୍ବାଦିକମାନଙ୍କ ମଧ୍ୟରେ ଆପସିକ ଆଲୋଚନା ଓ ଅନୁଭବ ବିନିମୟ ହୋଇ ସମାବେଶକୁ ଅଧିକ ଅର୍ଥପୂର୍ଣ୍ଣ କରିଥିଲା।ସମଗ୍ର କାର୍ଯ୍ୟକ୍ରମ ସୁଚାରୁ ଓ ସଫଳ ଭାବେ ସମ୍ପନ୍ନ ହୋଇଥିବାରୁ ଆୟୋଜକ ମଣ୍ଡଳୀ ସନ୍ତୋଷ ପ୍ରକାଶ କରିଥିବା ସହ ଭବିଷ୍ୟତରେ ଏପରି ସାମ୍ବାଦିକ ସମାବେଶ ଆହୁରି ସୁଦୃଢ଼ ସାମ୍ବାଦିକତା ଗଠନରେ ସହାୟକ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି।
ରାଜ୍ୟ
ରାଜ୍ୟ ସାମ୍ବାଦିକ ସଂଘ ର ବାର୍ଷିକ ଉତ୍ସବ ଓ ପ୍ରାନ୍ତୀୟ ସାମ୍ବାଦିକ ସମାବେଶ ଅନୁଷ୍ଠିତ ।
- Hits: 6











