ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଅପରାହ୍ନରେ ସ୍ଥାନୀୟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ସ୍ମରଣିକା କମିଟିର ଅଧ୍ୟକ୍ଷ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତା ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଗଜପତି ଜିଲ୍ଲାର ସଂସ୍କୃତି , ସାରସ୍ଵତ ସର୍ଜନା , ପରମ୍ପରା , ଆଧ୍ୟାତ୍ମିକ ଚେତନା , କୁଟୀର ଶିଳ୍ପ , କାରୁକାର୍ଯ୍ୟ , ପାଇକ ବିରତ୍ଵ , ରାଜକୀୟ ଅବଦାନ , ଇତିହାସ ପ୍ରଭୃତି ସମ୍ପର୍କରେ ସ୍ବରଚିତ ଲେଖା ( ଅପ୍ରକାଶିତ ) ଗୁଡିକ ଚଳିତ ମାସ ୨୮.୧୨.୨୫ ସୁଦ୍ଧା କମିଟିକୁ ହସ୍ତାନ୍ତର କରିବାହେବେ।
ଉତ୍ସବ ପାଳନ ସମୟ ସ୍ୱଳ୍ପତା ଦୃଷ୍ଟିରୁ ନିର୍ଦ୍ଧିଷ୍ଟ ସମୟ ଓ ତାରିଖ ପରେ ଲେଖା ଗ୍ରହଣ କରାଯିବ ନାହିଁ। ପ୍ରତ୍ୟେକ ଲେଖାର ମୈଳିକତା ରହିଥିବା ଆବଶ୍ୟକ ବୋଲି ଉପସ୍ଥିତ ସଦସ୍ୟ , ସଦସ୍ୟା ମତପୋଷଣ କରିଥିଲେ।
ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ ରୁରୁମାଇ , ଡ. ବିଧୂତ୍ ଶେଖର ମିଶ୍ର , ଉମେଶ ପ୍ରସାଦ ରଥ , ଵିନୋଦ ଚନ୍ଦ୍ର ଜେନା , ଲୋକନାଥ ପଣ୍ଡା , ଡ.କଲ୍ୟାଣୀ ମିଶ୍ର , ଆଶାଲତା ପାଣିଗ୍ରାହୀ ଓ ବିଚିତ୍ରାନନ୍ଦ ବେବର୍ତ୍ତା ଉକ୍ତ ବୈଠକରେ ଯୋଗ ଦାନ କରିଥିଲେ।
ରାଜ୍ୟ
ଗଜପତି ସ୍ମରଣିକା କମିଟିର ପ୍ରଥମ ପ୍ରସ୍ତୁତି ବୈଠକ
- Hits: 5











