ବିଜେପୁର : ନଗର ମଣ୍ଡଳ ସଭାପତି ଶ୍ରୀ ମହେଶ ଦେବତାଙ୍କ ସଭାପତିତ୍ୱରେ ବିଜେପୁର ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ ମଧ୍ୟ ପଡା କଲ୍ୟାଣ ମଣ୍ଡପ ଠାରେ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ସନତ କୁମାର ଗଡ଼ତିଆ ଯୋଗ ଦେଇଥିଲେ।ବୈଠକରେ ରାଜ୍ୟ ପରିଷଦ ସଦସ୍ୟ ଶ୍ରୀ ଶରତ ବିଶି,ଓ ଶ୍ରୀ ଅଚ୍ୟୁତ ବୁଦ୍ଧିଆ ଜିଲ୍ଲା ସମ୍ପାଦକ ଶ୍ରୀ ଅକ୍ଷୟ କୁମାର ନାୟକ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସୁଶାନ୍ତ ଗଡ଼ତିଆ, ପୂର୍ବତନ ବିଜେପୁର ମଣ୍ଡଳ ସଭାପତି ଶ୍ରୀ ଯୋଗୀନ୍ଦ୍ର ପଧାନ, ଜାରିଂ ମଣ୍ଡଳ ସଭାପତି ଶ୍ରୀ ଆନନ୍ଦ ବାରିକ,ପ୍ରମୁଖ ଉପସ୍ଥିତ ଥିଲେ।ବୈଠକର ଆରମ୍ଭରେ ସଭାପତି ଶ୍ରୀ ମହେଶ ଦେବତା ସମସ୍ତ ଅତିଥି ଓ କାର୍ଯ୍ୟକର୍ତ୍ତାମାନଙ୍କୁ ସ୍ୱାଗତ କରି ସଂଗଠନର ଚାଲୁଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସଂକ୍ଷିପ୍ତ ଆଲୋଚନା କରିଥିଲେ। ସେ କହିଥିଲେ ଯେ, ଦଳୀୟ ସଂଗଠନକୁ ତଳସ୍ତରରେ ଆହୁରି ସୁଦୃଢ଼ କରିବା ପାଇଁ ସମସ୍ତଙ୍କ ସହଯୋଗ ଅତ୍ୟନ୍ତ ଆବଶ୍ୟକ।
ମୁଖ୍ୟ ଅତିଥି ବିଧାୟକ ଶ୍ରୀ ସନତ କୁମାର ଗଡ଼ତିଆ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ସଂଗଠନ ହେଉଛି ଦଳର ମୂଳ ଶକ୍ତି। କାର୍ଯ୍ୟକର୍ତ୍ତାମାନେ ନିଷ୍ଠା, ଶିଷ୍ଟାଚାର ଓ ସମର୍ପଣର ସହିତ କାମ କଲେ ଦଳ ନିଶ୍ଚୟ ଆଗକୁ ବଢ଼ିବ ବୋଲି ସେ କହିଥିଲେ। ସେ ଆସନ୍ତା ଦିନରେ ହେବାକୁଥିବା ସଂଗଠନାତ୍ମକ କାର୍ଯ୍ୟକ୍ରମ ଓ ସାମାଜିକ କାର୍ଯ୍ୟରେ ସକ୍ରିୟ ଭାଗୀଦାର ହେବା ପାଇଁ କାର୍ଯ୍ୟକର୍ତ୍ତାମାନଙ୍କୁ ଆହ୍ୱାନ କରିଥିଲେ।ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ମଧ୍ୟ ସଂଗଠନର ଶକ୍ତିବର୍ଦ୍ଧନ, ଏକତା ଓ ଶିସ୍ଟ ଦଳୀୟ କାର୍ଯ୍ୟପଦ୍ଧତି ଉପରେ ଗୁରୁତ୍ୱ ଦେଇ ମତାମତ ରଖିଥିଲେ।ଶେଷରେ ସଂଗଠନକୁ ଘରେଘରେ ପହଞ୍ଚାଇବା ଓ ସାଧାରଣ ଲୋକଙ୍କ ସହ ସଂଯୋଗ ବଢ଼ାଇବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହୋଇ ବୈଠକ ସମାପ୍ତ କରାଯାଇଥିଲା।











