ବାଣପୁର:(ସେକ କୌସର):ଆଜି ପି ଏମ ଶ୍ରୀ ଭେଟିନାଥ ଦେବ ବିଦ୍ୟାପୀଠ ରେ ଉଦଘାଟିତ ହେଲା ପ୍ରସାଦ ଜେନା, ମୁଖ୍ୟ ଅତିଥି ଅମରେନ୍ଦ୍ର ରାଣସିଂହ, ପୂର୍ବତନ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ, ବର୍ତମାନ ର ସରପଞ୍ଚ ସାବିତ୍ରୀ ଭୋଳ ସନମାନିତ ଅତିଥି, ବିଦ୍ୟାଳୟ ପରଚଳନା ସମିତି ର ସଭାପତି ସତ୍ୟନାରାୟଣ ରାଣ ଓ ଆଲୁମିନି ସଭାପତି ଶଶିକାନ୍ତ ସୁବୁଦ୍ଧି କ୍ରୀଡା ଉଦଘାଟନ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ମହେନ୍ଦ୍ର କୁମାର ଦାସ । ବିଦ୍ୟାଳୟ ର କ୍ରୀଡା ଶିକ୍ଷକଅବିନାଶ ଜେନା କ୍ରୀଡା ପରିଚାଳନା କରିଥିଲେ। ଆଜି ଦୌଡ, ଡିଆଁ, ଗୋଲା ଫିଙ୍ଗା,ଅଖା ଡିଆଁ, ଖୋ ଖୋ, କବାଡି, ଚେସ, ଉଚ୍ଚ ଡିଆଁ ଇତ୍ୟାଦି ଖେଳ ହୋଇଛି।ସ୍କାଉଟ ଓ ଏନ ସି ସି ଛାତ୍ର ମାନଙ୍କ ଦ୍ୱାରା ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କର ଯାଇଥିଲା। କ୍ରୀଡା ର ଛାତ୍ର ଜୀବନରେ ଆବଶ୍ୟକ ଓ ଉପକାରିତା ସମ୍ବଦ୍ଧ ରେ ବକ୍ତା ଉପଦେଶ ଦେଇଥିଲେ। ପରିଶେଷ ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କର ଗଲା।
ରାଜ୍ୟ
ପି ଏମ ଶ୍ରୀ ଭାଟିନାଥ ଦେବ ବିଦ୍ୟାପୀଠ ରେ ଉଦଘାଟିତ ହେଲା ବାର୍ଷିକ କ୍ରୀଡା ଉତ୍ସବ l
- Hits: 5











