ହେଡଲାଇନସ୍:

ଶିମିଳିପାଳରେ ମାତିଛନ୍ତି ମାଫିଆ !!!! ମାଖନା ହାତୀର ଶବ ଉଦ୍ଧାର, ଦାନ୍ତ ଗାଏବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବାରିପଦା/Dillip Mohanry - ଶିମିଳିପାଳ ଅଭୟାରଣ୍ୟର ପାଦ ଦେଶସ୍ଥିତ କପ୍ତିପଦା ରେଞ୍ଜର ବଡ଼ଖମଣ ନିକଟରେ ଆଜି ଏକ ମୃତ ହାତୀର ଶବ ଦେଖିବାକୁ ପାଇଥିଲେ ବନ କର୍ମଚାରୀମାନେ । ଖବରପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଁଞ୍ଚି ମୃତ ହାତୀର ଶବକୁ ଜବତ କରିଥିବା ବେଳେ ଛୋଟଛୋଟ ଦାନ୍ତ ଶରୀରରେ ନ ଥିବାର ଦେଖିବାକୁ ମିଳିଥିଲା । ତେବେ ଏହା ଏକ ମାଖନା ହାତୀ ରହିଥିବା ବେଳେ ନେଚୁ୍ୟରାଲ ଡେ଼ଥ ହୋଇଥିବାର କୁହାଯାଇଛି । ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ଭାନୁ ମିତ୍ର ଆଚାର୍ଯ୍ୟ କହିବା ଅନୁସାରେ ହାତୀଟି ମାଖନା ରହିଥିଲା ଏବଂ ବୃଦ୍ଧ ହୋଇଯାଇଥିବାରୁ  ଦଳକୁ  ପରିତ୍ୟାଗ କରି ପ୍ରାୟ ଦୁଇ ମାସ ହେବ ଏକାକୀ ଘୁରି ବୁଲୁଥିବାର ଦେଖିବାକୁ ପାଇଥିଲେ । ଏ ବିଷୟରେ ବନ ବିଭାଗକୁ ପୂର୍ବରୁ ମଧ୍ୟ ସୂଚନା ଦେଇ ସାରିଥିଲେ । ହାତୀଟି ମାଖନା ହୋଇଥିବାରୁ ତାର ଛୋଟ ଦାନ୍ତ ରହିବା କଥା । ମାତ୍ର ମରିଯିବା ପରେ ହାତୀର ଦାନ୍ତ ନ ଥିବାର ଜଣାପଡ଼ୁଛି । ତେବେ ଏହି ହାତୀର ଦାନ୍ତ କୁଆଡେ଼ ଗଲା ତାହା ଏକ ପ୍ରଶ୍ନବାଚୀ ହୋଇଛି । ଭୂବନେଶ୍ୱରରେ ରହିଛି, ଫେରିଲେ ଯାହା କିଛି ସଠିକ୍ ଜଣାପଡ଼ିବ ବୋଲି ଶ୍ରୀଆଚାର୍ଯ୍ୟ କହିଛନ୍ତି । ଏବିଷୟରେ ଆରସିସିଏଫ ହରି ଶଙ୍କର ବିଷ୍ଟଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ ଉଦ୍ୟମ କରାଯାଇ ଥିଲେ ମଧ୍ୟ ସମ୍ଭବ ହୋଇପାରି ନ ଥିଲା ।

 

0
0
0
s2sdefault