ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ନାଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠର ୨୦୦୩ ମାଟ୍ରିକ୍ ବ୍ୟାଚ୍ ର ଏକ ବନ୍ଧୁ ମିଳନ ଉତ୍ସବ ବନ ବିହାର ପରିସରରେ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ବହୁ ବର୍ଷର ବ୍ୟବଧାନ ପରେ ପୁରାତନ ଛାତ୍ର ମାନେ ନିଜ ବନ୍ଧୁଙ୍କୁ ଗୋଟିଏ ସ୍ଥାନରେ ପାଇ ପରସ୍ପରକୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କର ବ୍ୟକ୍ତିଗତ,ବୃତ୍ତିଗତ ଏବଂ ସାମାଜିକ ଜୀବନ ସମ୍ପର୍କରେ ଆଲୋଚନା କରିଥିଲେ I ଏହି ଦିନରେ ଏହି ପରି ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ଜାରି ରଖିବା ସହିତ ସେଥିରେ ସେହି ବ୍ୟାଚ୍ ର ଛାତ୍ରୀ, ନିଜ ପରିବାର ସଦସ୍ୟ ଏବଂ ନିଜ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସାମିଲ୍ କରାଯିବା ସମ୍ପର୍କରେ ଆଲୋଚନା କରାଯାଇଥିଲା I ସେହିପରି ଏହି ବ୍ୟାଚ୍ ମାଧ୍ୟମରେ ଆଗାମୀ ଦିନରେ ବୃକ୍ଷରୋପଣ,ରକ୍ତଦାନ ଭଳି ସାମାଜିକ କାର୍ଯ୍ୟକ୍ରମ କରାଯିବା ସମ୍ପର୍କରେ ମତ ପ୍ରକାଶ ପାଇଥିଲା I ପୁରାତନ ଛାତ୍ର ଅନିଲ,କୃତିବାସ,ପୂର୍ଣ୍ଣ ଚନ୍ଦ୍ର,ବିରୁପାକ୍ଷ,ନରେନ୍ଦ୍ର,ସୁନିଲ,ନୀଳମାଧବ,ଶ୍ରୀନିବାସ, ଭଗଵାନ,କୈଳାଶ, ସନ୍ତୋଷ,ଯୋଗେନ୍ଦ୍ର,ରାମ ଚନ୍ଦ୍ର,ପଞ୍ଚାନନ, ନୀଳାଚଳ,ସୁଶାନ୍ତ ,ବିଷ୍ଣୁ,ରବି ,କୁମାର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I
ରାଜ୍ୟ
୨୦୦୩ ମାଟ୍ରିକ୍ ବ୍ୟାଚ୍ ର ବନ୍ଧୁ ମିଳନ ଉତ୍ସବ
- Hits: 6











