କେନ୍ଦୁଝର,ତା୧୮/୧୨- ସ୍କୁଲ ଚାଲିଥିବା ବେଳେ ଝୁମ୍ପୁରା ନୋଡାଲ ସ୍କୁଲରେ ଜଣେ କର୍ତ୍ତବ୍ୟରତ ଶିକ୍ଷୟିତ୍ରୀଙ୍କୁ ସଂଘବଦ୍ଧ ଆକ୍ରମଣ ପ୍ରତିବାଦରେ ଝୁମ୍ପୁରା ଥାନାରେ ଏତଲା ଦରଜ ହୋଇଥିବା ଜଣା ଯାଇଛି। ସୂଚନା ମିଳିଛି କି ବ୍ରହ୍ମପୁର କରଞ୍ଜିଆ ଗ୍ରାମର ପ୍ରମିଳା ସାହୁ, ସ୍ୱାମୀ ଦିଲୀପ କୁମାର ସାହୁ ଥାନାରେ ଲିଖିତ ଦେଇଛନ୍ତି କି ସେ ୨୦୨୩ରେ ଅର୍ଶଳା ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲରେ ସହକାରୀ ଶିକ୍ଷୟିତ୍ରୀ ଥିବା ବେଳେ ସେଠାରେ ଥିବା ପ୍ରଧାନ ଶିକ୍ଷକ ଅର୍ଜୁନ ମହାନ୍ତ କୁଆଡ଼େ ଟାଙ୍ଗରାଣୀ ମର୍ଡର କେଶରେ ଥିଲେ ସେ ତାଙ୍କୁ ନିୟମିତ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ। ଏପରିକି ସେ ଦ୍ବିଅର୍ଥ ବୋଧକ ଶବ୍ଦ ବ୍ୟବହାର କରି ଶୌଚାଳୟରେ ତାଙ୍କର ଆପତ୍ତିଜନକ ଫଟୋ ଉଠାଇଥିଲେ। ସେ ସବୁ ବେଳେ ତାଙ୍କୁ ଝୁମ୍ପୁରା ବ୍ଲକ ଶିକ୍ଷକ ସଂଘ ସଭାପତି ରାଜେନ୍ଦ୍ର ସାହୁଙ୍କ ନାମ ଯୋଡି କୁହନ୍ତି। ତେଣୁ ନିର୍ଯ୍ୟାତନା ଅତି ହେବାରୁ ଏହା ବିରୁଦ୍ଧରେ ସେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବିଇଓଙ୍କୁ ଲିଖିତ ଜଣାଇ ଥିଲେ। ତେବେ ସେ ତା ୧୧/୯/୨୩ରିଖ ଅପରାହ୍ନ ୪ଟା୧୫ରେ ସ୍କୁଲରୁ ଫେରି ଅର୍ଶଳା ଓଭର ବ୍ରିଜ ନିକଟରେ ବସକୁ ଅପେକ୍ଷା କରିଥିବା ବେଳେ ରାଜେନ୍ଦ୍ର ସାହୁ ବାଇକରେ ଆସି ତାଙ୍କୁ ନାନା ଅଶ୍ଳୀଳ କଥା କହିଥିଲେ। ତେଣୁ ସେ ଏବିଇଓ ଜୟନ୍ତୀ ମଲ୍ଲିକଙ୍କୁ ଏକଥା କହିବାରୁ ସେ ରାଜେନ୍ଦ୍ର ସାହୁ ଜଣେ ଶିକ୍ଷକ ନେତା ତେଣୁ ଚୁପ ରହିବାକୁ ପରାମର୍ଶ ଦେଲେ। କିନ୍ତୁ ସେ ପରେ ସ୍ୱାମୀଙ୍କୁ ଏକଥା କହି କେନ୍ଦୁଝର ଜିଲ୍ଲାପାଳଙ୍କ ପାଖେ ଅଭିଯୋଗ କରିବାରୁ ତାଙ୍କର ଝୁମ୍ପୁରା ନୋଡାଲ ସ୍କୁଲକୁ ବଦଳି ହେଲା। ମାତ୍ର ସେଠାରେ ରାଜେନ୍ଦ୍ର ସାହୁଙ୍କ ଖାସ ବନ୍ଧୁ ନିରାକାର ବେହେରା ହେଡ଼ ମାଷ୍ଟର ଥିଲେ ସେ ସାଙ୍ଗ କଥାରେ ପ୍ରମିଳାଙ୍କୁ ଅପମାନ ଦେବା ଆରମ୍ଭ କଲେ। ରାଜେନ୍ଦ୍ର ଓ ନିରାକାରଙ୍କ ପ୍ରରୋଚନାରେ ଅରବିନ୍ଦ ବେହେରା ବୋଲି ଜଣେ ଲୋକ ଗ୍ୟାଙ୍ଗ ଧରି ତାଙ୍କୁ ସ୍କୁଲ ପରିସରରେ ତା ୩/୧୨/୨୫ ରିଖ ୨ଟା ୨୦ରେ ଆକ୍ରମଣ କଲା। ଅନ୍ୟ ଆକ୍ରମଣକାରୀ ମାନେ ହେଲେ ମହମ୍ମଦ ଇମତିଆଜ ଅଲ୍ଲୀ, ଜୁଲି ସେରାଜ,ଲିନୁ ବେହେରା,ଭଜନ ପାତ୍ର ଆଦି ଅଶ୍ଳୀଳ ଭାଷା ମଧ୍ୟ କହୁଥିଲେ। ତେଣୁ ଝୁମ୍ପୁରା ଥାନାରେ ଏତଲା ନଂ ୨୦୬/ତା ୧୪/୧୨/୨୫ରେ ଭାରତୀୟ ନ୍ୟାୟ ସଂହିତାର ଦଫା ନଂ ୧୨୬(୨),୨୯୬/୧୧୫(୨),୭୪,୩୫୧(୨)/୭୯/୩(୫)ରେ ମାମଲା ହୋଇଛି। ପୋଲିସ ପକ୍ଷରୁ ଘଟଣାର ତଦନ୍ତ ହୋଇ ଅପରାଧୀଙ୍କୁ ଖୋଜାଯାଉଥିବା ଜଣାଯାଇଛି।
ରାଜ୍ୟ
ସ୍କୁଲ ଶିକ୍ଷୟତ୍ରୀଙ୍କୁ ନିର୍ଯାତନା ଦେଇ ଆକ୍ରମଣ କରିବାରୁ ଥାନାରେ ଏତଲା ଦରଜ।
- Hits: 6











