ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାତୀୟ ଆଇନ ସେବା ପ୍ରାଧିକରଣ (ନାଲସା), ନୂଆଦିଲ୍ଲୀଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତି , ଜିଲ୍ଲା ଓ ଦଣ୍ଡାଧୀଶ-cum-ଅଧ୍ୟକ୍ଷ , ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ), ଗଜପତିଙ୍କ ତତ୍ୱାବଧାନରେ ଆଜି ପାରଳାଖେମୁଣ୍ଡି , ମୋହନା , ଆର୍. ଉଦୟଗିରି ସିଭିଲ କୋର୍ଟ ପରିସରରେ ଏବଂ ଗ୍ରାମନ୍ୟାୟାଳୟ କାଶୀନଗର ରେ ୪ର୍ଥ ଜାତୀୟ ଲୋକ ଆଦାଲତ ସଫଳତାର ସହିତ ଅନୁଷ୍ଠିତ ହୋଇଛି।
ଏହି ଅବସରରେ ଶ୍ରୀ ବିଭୁ ପ୍ରସାଦ ପଣ୍ଡା , ଅତିରିକ୍ତ ଜିଲ୍ଲା ଜଜ୍ ଗଜପତି , ଶ୍ରୀ ନରତ୍ତମ ସେଠୀ , ମୁଖ୍ୟ ନ୍ୟାୟିକ ଦଣ୍ଡାଧୀଶ , ଗଜପତି , ଶ୍ରୀ ଜୀବାନନ୍ଦ ପାଢ଼ୀ , ସିଭିଲ ଜଜ୍ (ସିନିୟର ଡିଭିଜନ) , ଶ୍ରୀ ପ୍ରସନ୍ନ କୁମାର ବେହେରା , ରେଜିଷ୍ଟ୍ରାର , ସିଭିଲ କୋର୍ଟ, ଗଜପତି , ଶ୍ରୀ ବିମଳ ରାଉଳ, ସଚିବ, ଡିଏଲଏସଏ , ଶ୍ରୀମତୀ ରସ୍ମିତା ସାହୁ , ସିଭିଲ ଜଜ୍ (ସିନିୟର ଡିଭିଜନ), ମହିଳା କୋର୍ଟ , ଶ୍ରୀମତୀ ବିଷ୍ଣୁପ୍ରିୟା ସାମନ୍ତରାୟ , ଏସ୍ଡିଜେଏମ , ପାରଳାଖେମୁଣ୍ଡି , ଶ୍ରୀ ସତ୍ୟଜିତ ପାଣି , ଜେଏମଏଫସି , ପାରଳାଖେମୁଣ୍ଡି , ଶ୍ରୀମତୀ ସୌଦାମିନୀ ବିଶ୍ୱାଳ , ସିଭିଲ ଜଜ୍ (ସିନିୟର ଡିଭିଜନ), ଆର୍. ଉଦୟଗିରି , ଶ୍ରୀ ତରୁଣ କୁମାର ସେଠୀ , ଜେଏମଏଫସି, ଆର୍. ଉଦୟଗିରି , ଶ୍ରୀ ସୁଭଜିତ ବେହେରା, ଜେଏମଏଫସି, ମୋହନା ଓ ଶ୍ରୀମତୀ ମୋନାଲି ବେହେରା, ଗ୍ରାମ ନ୍ୟାୟାଧିକାରୀ-cum-ଜେଏମଏଫସି , କାଶୀନଗର ନିଜ ନିଜ ଆଦାଲତରେ ଉପସ୍ଥିତ ରହି ଜାତୀୟ ଲୋକ ଆଦାଲତ ପରିଚାଳନା କରିଥିଲେ।
ଲୋକ ଆଦାଲତରେ ମୋଟ ୩,୫୪୨ଟି ମାମଲା ଗ୍ରହଣ କରାଯାଇଥିବା ବେଳେ ୨,୭୫୩ଟି ମାମଲା ନିଷ୍ପତ୍ତି ହୋଇଥିଲା ଏବଂ ମୋଟ ₹୨୫,୨୦,୬୭୯ ଟଙ୍କା ସମାଧାନ ରାଶି ନିର୍ଦ୍ଧାରଣ କରାଯାଇଥିଲା।
ରାଜ୍ୟ
ଗଜପତି ଜିଲ୍ଲାରେ ୪ ର୍ଥ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ
- Hits: 13











