କେନ୍ଦୁଝର,ତା୧୩/୧୨(ଦିଲ୍ଲୀପ ସାହୁ )- ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଆଜି ଜିଲ୍ଲା କୋର୍ଟ, ଆନନ୍ଦପୁର ଓ ଚମ୍ପୁଆ ଅତିରିକ୍ତ ଜିଲ୍ଲା ଜଜ ଏବଂ ବଡ଼ବିଲ, ହାଟଡିହି, ତେଲକୋଇ ଓ ଘଟଗାଁର ପ୍ରଥମ ଶ୍ରେଣୀ ବିଚର ବିଭାଗୀୟ ଅଦାଲତ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୫୮୨୯ଟି ମକଦ୍ଦମାର ଫଇସଲା ହୋଇ ମୋଟ ୭,୮୯, ୨୧, ୭୫୦ଟଙ୍କା ଆଦାୟ ହୋଇଥିଲା। ଜିଲ୍ଲା କୋର୍ଟ ପରିସରରେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଜଜ ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ବେହେରା ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କୁ ମଧ୍ୟରେ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ଶ୍ରୀଯୁକ୍ତ ଭଗବାନ ପ୍ରଧାନ, ପରିବାର ଅଦାଲତର ବିଚାରପତି ଶ୍ରୀମତୀ ଇତିଶ୍ରୀ ମହାପାତ୍ର,ଅତିରିକ୍ତ ଜିଲ୍ଲା ଜଜ ଶ୍ରୀମତୀ ମମତା ଦାସ,ଅଧ୍ୟକ୍ଷ ସ୍ଥାୟୀ ଲୋକ ଅଦାଲତ ବିଚାରପତି ଶ୍ରୀଯୁକ୍ତ ଇ ବିଘ୍ନେଶ୍ୱର ରାଓ,ମୁଖ୍ୟ ବିଚରାବିଭାଗୀୟ ବିଚାରପତି ଶ୍ରୀଯୁକ୍ତ ହିମାଂଶୁ ଶେଖର ବିଶ୍ୱାଳ,ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀଯୁକ୍ତ ଅମରେଶ ନାୟକ,ରେଜିଷ୍ଟ୍ରାର ଶ୍ରୀମତୀ ସୁଚେତା କୃପାଳିନୀ,ମହିଳା କୋର୍ଟ ବିଚାରପତି ନେହା ଦାସ, ଉପଖଣ୍ଡୀୟ ବିଚାରପତି ଶ୍ରୀମତୀ ସୁମିତ୍ରା କୁମାରୀ ଦାସ,କନିଷ୍ଠ ବିଚାରପତି ପ୍ରଥମଶ୍ରେଣୀ ଶ୍ରୀଯୁକ୍ତ ଅମ୍ବିକେଶ ପାଣିଗ୍ରାହୀ ନିଜ ନିଜ କୋର୍ଟରେ ମକଦ୍ଦମା ଗୁଡିକର ପରିଚାଳନା କରିଥିଲେ। ପ୍ରାଧିକରଣ ସଚିବ ସସ୍ମିତା ନନ୍ଦିନୀ ତ୍ରିପାଠୀ ସମସ୍ତ କୋର୍ଟ ପରିଚାଳନା କରିବା ସହ ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ କାର୍ଯ୍ୟଭାର ସମ୍ଭାଳି ଥିଲେ। ପ୍ରାକ ବ୍ୟାଙ୍କ ମକଦ୍ଦମା ୩୬ଟି ସମାଧାନ ହୋଇ ୧୦,୭୯,୨୦୦ଟଙ୍କା, ୫୫ଟି ମଟର ଯାନ ଦୁର୍ଘଟଣା ମାମଲାରୁ ୫,୨୯,୮୫,୦୦୦ଟଙ୍କା, ପ୍ରାକ ଲୋକ ଉପଯୋଗୀ ସେବା ୪୧ଟି ମାମଲାରୁ ୩,୧୮,୬୬୦ ଟଙ୍କା,୧୭ଟି ପ୍ରାକ୍ ବିଏସ୍ଏନଏଲ ମାମଲାରୁ ୧୭,୯୮୨ଟଙ୍କା, ରାଜସ୍ଵ ମକଦ୍ଦମା ୫୧୮୭ଟି ଫଇସଲା ରୁ ୭,୨୫,୦୦,୦୧୫ଟଙ୍କା, ଦେୱାନୀ ମକଦ୍ଦମା ୫୪ଟିରୁ ୧୫୯,୨୬,୮୧୧ଟଙ୍କା,୪୨୭ଟି ଫୌଜଦାରୀ ମକଦ୍ଦମାରୁ ୭୮,୬୯,୦୮୨ଟଙ୍କା ଆଦାୟ ହୋଇଥିଲା। ଏଥି ସହ ୧୧ଟି ପାରିବାରିକ ଓ ୨ଟି ଖାଉଟି ମାମଲାର ସମାଧାନ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ କୋର୍ଟ ପରିଚାଳକ ଅଚ୍ୟୁତ ସାମନ୍ତ, କୋର୍ଟ ନାଜିର ଦିଲୀପ ବେହେରା,ଆଇନ ସେବା ପ୍ରାଧିକରଣ ପ୍ୟାନେଲ ଅଧିବକ୍ତା ମାନସ ରଞ୍ଜନ ସାହୁ,କରୁଣାକର ବ୍ରହ୍ମ, ହାଡିବନ୍ଧୁ ମିଶ୍ର, ହୁସେନ ଉଦ୍ଦିନ, ଅର୍ଚ୍ଚନା ଦାସ,ପବିତ୍ର ନାରାୟଣ ବିଦ୍ୟାଧର, ରେଣୁଦେବୀ ସିଂହ, ପ୍ରାଧିକରଣ କର୍ମୀ ଶ୍ରୀ ସତ୍ୟରଞ୍ଜନ ଦାସ,ଶ୍ରୀମତୀ ସ୍ନେହଲତା ବାସ୍କେ,ଶ୍ରୀ ଦେବବ୍ରତ କୁମାର ଦାସ,ଶ୍ରୀ ଶିଶିର କୁମାର ସାହୁ,ବିଶ୍ୱଜିତ ସାହୁ ଉପସ୍ଥିତ ରହି ଅଦାଲତ ପରିଚାଳନାରେ ସହଯୋଗ କରିଥିଲେ।
ରାଜ୍ୟ
କେନ୍ଦୁଝରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ।
- Hits: 52











