(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର ତା:୧୩-୧୨-୨୦୨୫ରିଖ ଦିନ ଗୁଣୁପୁର ଶିଶୁ ବିକାଶ ଯୋଜନା ବିଭାଗ ଆନୁକୂଲ୍ୟରେ ବ୍ଲକ ସଦ ଭାବନା ଗୃହ ରେ କେନ୍ଦ୍ର ସରକାର ଙ୍କ ବେଟି ବଚାଓ ବେଟି ପଢ଼ାଓ (ଅଦ୍ଵିକା ) ଏବଂ ସାଇବର କ୍ରାଇମ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗୁଣୁପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ୱସ୍ତିକ ଜମାଦାର ଯୋଗ ଦେଇ ଥିବା ବେଳେ ଅନ୍ୟତମ ଅତିଥି ଭାବେ ଗୁଣୁପୁର ସଦର ଥାନା ଅଧିକାରୀ ରଂଜିତ ତ୍ରିପାଠୀ ବ୍ଲକ ମଙ୍ଗଳ ଅଧିକାରୀ ଗଙ୍ଗାଧର ବେହେରା ସାହାରା ପରିବାର ପରାମର୍ଶ କେନ୍ଦ୍ର ର ସଚିବ ପ୍ରମୋଦ କୁମାର ସାହୁ ଆଶା ଅନୁଷ୍ଠାନ ର ସମ୍ପାଦକ ୱାଇ ବେଣୁଧର ଅଧିବକ୍ତା ପ୍ରଦିପ କୁମାର ପାଢ଼ୀ ଯୋଗ ଦେଇ ବର୍ତ୍ତମାନ ସମାଜ ରେ ଇଣ୍ଟରନେଟ ସାଇବର କ୍ରାଇମ ବଢୁ ଥିବାରୁ କ୍ଷୋଭ ପ୍ରକଶ କରିବା ସହ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ମୋବାଇଲ ଠାରୁ ଦୁରେଇ ରହିବାକୁ ଜଣାଇ ଥିଲେ ।
ସମାଜ ରେ କନ୍ୟା ଭୃଣ ହତ୍ୟା ବଢୁ ଥିବାରୁ କନ୍ୟା ଭୃଣ ହତ୍ୟା ବନ୍ଦ କରିବା ସହ ବେଟି ବଚାଓ ବେଟି ପଢ଼ାଓ ଯୋଜନା ପ୍ରଧାନମନ୍ତ୍ରୀ ଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ବକ୍ତା ମାନେ ନିଜ ବ୍ୟକ୍ତବରେ କହିଥିଲେ । ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ନେଇ ଏକ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା ଏବଂ କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନେ ପୁରସ୍କୃତ କରି ଥିଲେ |
ଏହି କାର୍ଯ୍ୟକ୍ରମ ରେ ଗୁଣୁପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ର ଅନନ୍ତ ପାତ୍ର ଯୋଗ ଦେଇ ଥିଲେ । ଏହି କାର୍ଯ୍ୟକ୍ରମ କୁ ଗୁଣୁପୁର ବ୍ଲକ ଶିଶୁ ବିକାଶ ଅଧିକାରୀ ସୁଶ୍ରୀ ସୁଷମା ପ୍ରସାଦ ପରିଚାଳନା କରିଥିବା ବେଳେ ବିଭିନ୍ନ ସ୍କୁଲ କଲେଜ ର ବହୁ ଛାତ୍ର ଛାତ୍ରୀ ଯୋଗ ଦେଇ ଥିଲେ ଏବଂ ଶିଶୁ ବିକାଶ ପ୍ରକଳ୍ପ ର ସମସ୍ତ କର୍ମଚାରୀ ସହଯୋଗ କରି ଥିଲେ ।











