ଲୁଟେରାମାନେ ବେଲଗୁଣ୍ଠା ପୋଲିସ୍ ର ନିଦ ହଜାଇ ଦେଇଛନ୍ତି ମାଆ ବାର ପାହାନ୍ତି ଠାକୁରାଣୀ ଏବଂ ଶନି ମନ୍ଦିରରୁ ଚୋରି
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ମନ୍ଦିର ଲୁଟେରାମାନେ ବେଲଗୁଣ୍ଠା ପୋଲିସ୍ ର ନିଦ ହଜାଇ ଦେଇଛନ୍ତି I ଲଗାତାର ଦ୍ୱିତୀୟ ଦିନ ପାଇଁ ମନ୍ଦିର ଲୁଟେରା ବେଲଗୁଣ୍ଠା ପୋଲିସ୍ କୁ ଦେଇଛନ୍ତି ଚାଲେଞ୍ଜ୍ I ଗୁରୁବାର ରାତିରେ ଦୁର୍ବୃତ୍ତ ମାନେ ବେଲଗୁଣ୍ଠାର ଅଧିଷ୍ଠାତ୍ରୀ ଦେବୀ ମାଆ ବ୍ରାହ୍ମଣ ଦେବୀଙ୍କ ମନ୍ଦିରରୁ ଚୋରି କରିବାର ପାଖାପାଖି ଚବିଶି ଘଣ୍ଟା ମଧ୍ୟରେ ଅର୍ଥାତ୍ ଶୁକ୍ରବାର ରାତିରେ ଟାର୍ଗେଟ୍ କରିଛନ୍ତି ବେଲଗୁଣ୍ଠା ଥାନା ଅନ୍ତର୍ଗତ ଘୂ. ନୂଆଁଗାଆଁର ମାଆ ବାର ପାହାନ୍ତି ଠାକୁରାଣୀ ଏବଂ ଶନି ମନ୍ଦିରକୁ I ଶୁକ୍ରବାର ରାତିରେ ଗ୍ରାମର ଉଭୟ ମନ୍ଦିରରୁ ଚୋରି ହୋଇଥିବା ନେଇ ବେଲଗୁଣ୍ଠା ଥାନାରେ ମନ୍ଦିର ପରିଚାଳନା କମିଟି ତରଫରୁ ଅଭିଯୋଗ ହୋଇଛି I କମିଟିର ଅଭିଯୋଗ ପ୍ରକାରେ ଶୁକ୍ରବାର ରାତିରେ କୌଣସି ଦୁର୍ବୃତ୍ତ ମାଆ ବାର ପାହାନ୍ତି ଠାକୁରାଣୀ ମନ୍ଦିରର ଲାଇଟ୍ ଏବଂ ତାଲା ଭାଙ୍ଗି ଠାକୁରାଣୀଙ୍କ ଦେହରେ ଥିବା ସମସ୍ତ ଅଳାଙ୍କାର ତଥା ରୂପା ମୁକୁଟ, ରୂପା ହାର,କାନ ଏବଂ ନାକର ଅଳଙ୍କାର, ଆଖି ଆଦି ସାମଗ୍ରୀ ଚୋରୀ କରି ନେଇଛନ୍ତି I ସେହିପରି ଗ୍ରାମର ଶନି ମନ୍ଦିରରୁ ରୂପା ଗ୍ଲାସ୍, ରୂପା ଗିନା, ପାଣି ପମ୍ପ୍ ଏବଂ କିଛି ବିଦ୍ୟୁତ୍ ସାମଗ୍ରୀ ଚୋରି କରି ନେଇଛନ୍ତି I











