(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି ): ଗୁଣପୁର ଉପଖଣ୍ଡସ୍ତରୀୟ ଚଇତି ଇଡ଼ତାଲ ମୋହତ୍ସବ ଅବସରରେ ଶନିବାର ଦିନ ସକାଳେ ସ୍ଥାନୀୟ ମିନି ଷ୍ଟାଡିୟମରେ କ୍ରିକେଟ ଓ ବ୍ଲକ ଅଫିସ ପଛପଟ ପଡିଆରେ କବାଡି ପ୍ରତିଯୋଗିତା ଉଦଘାଟନ ହୋଇଯାଇଛି। ଏହି ପ୍ରତିଯୋଗିତାକୁ ଉପ ଜିଲ୍ଲାପାଳ ଅଭିଷେକ ଦିଲ୍ଲୀପ ଦୁଧାଲ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦଘାଟନ କରିଥିଲେ। ଅନ୍ୟ ନିମନ୍ତ୍ରଣ ଅତିଥି ଓ କମିଟି ସଭ୍ୟଙ୍କ ମଧ୍ୟରେ ଚଇତି ମହୋତ୍ସବର ଉପଦେଷ୍ଟା ତଥା ଗାନ୍ଧୀ ବିଶ୍ଵ ବିଦ୍ୟାଳୟର ଉପ ସଭାପତି ଡ଼. ଚନ୍ଦ୍ରଧ୍ଵଜ ପଣ୍ଡା, ରାୟଗଡା ଜିଲ୍ଲା ଆମ୍ବୁସମ୍ୟନ ଅକ୍ଷୟ କୁମାର ଦାଶ, ପୌର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼, ଚଇତି କ୍ରୀଡ଼ା କମିଟି ଅଧ୍ୟକ୍ଷ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ବାସ୍ତିକ ଜମାଦାର ,ବରିଷ୍ଠ ସାମ୍ବାଦିକ ତ୍ରିନାଥ ଖାଡ଼ଙ୍ଗା, ମହର୍ଷି ଗୁରୁକୂଳ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ସନ୍ତୋଷ କୁମାର ଗୁରୁ, ବ୍ଲକ ମଙ୍ଗଳ ଅଧିକାରୀ ଗଙ୍ଗାଧର ବେହେରା ପ୍ରମୁଖ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । କ୍ରୀଡ଼ା କମିଟିର ସଦସ୍ୟ ସପନ ଦାଶ,ରବୀନ୍ଦ୍ର କୁମାର ପଣ୍ଡା, କିରଣ ପାଣିଗ୍ରାହୀଙ୍କ ତତ୍ତ୍ଵାବୋଧନ ରେ ଆୟୋଜିତ କ୍ରିକେଟ ପ୍ରତିଯୋଗିତାର ପ୍ରଥମ ଦିନ ତିନୋଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଇଜିଙ୍ଗ ଷ୍ଟାର, କିଲର ସିକ୍ସ ଓ ପ୍ଲେ ଅଫ ଦଳ ବିଜୟ ହାସଲ କରିଥିଲେ। ଆଜିର ମ୍ୟାଚ ଗୁଡ଼ିକୁ ରଞ୍ଜନ ଜେନା,ହରିବନ୍ଧୁ ଗମାଙ୍ଗ ପ୍ରମୁଖ ପରିଚାଳନା କରିଥିବାବେଳେ ଉଦିତ ଶବର ସ୍କୋରର ଦାୟିତ୍ୱ ତୁଲାଉଥିଲେ। ସେହିପରି କବାଡି ପ୍ରତିଯୋଗିତାରେ ବାଳିକା ବିଭାଗରେ ଅନୁଷ୍ଠିତ ମ୍ୟାଚରେ ଗୁଣପୁର ଉଚ୍ଚ ବାଳିକା ବିଦ୍ୟାଳୟ ଚାମ୍ପିୟାନ ହୋଇଥିବା ବେଳେ ଡ଼ମ୍ବସରା ଉଚ୍ଚ ବାଳିକା ବିଦ୍ୟାଳୟ ଦଳ ରନର୍ସ ହୋଇଥିବା ଜଣାପଡିଛି। କବାଡି ପୁରୁଷ ବରିଷ୍ଠ ବିଭାଗରେ ଚନ୍ଦ୍ର ପୁର,ଗୁଣପୁର ମହାବିଦ୍ୟାଳୟ,ହୋନୁଓସ,ଗୁଣପୁର ୱାରୀୟର ଦଳ ବିଜୟ ହୋଇଥିବା ବେଳେ କନିଷ୍ଠ ବିଭାଗରେ ଜଗନ୍ନାଥ ପବ୍ଲିକ ସ୍କୁଲ, ବିକ୍ରମପୁର ହାଇସ୍କୁଲ, ଇଏମଆରଏସ ,ଭାରସିଂ ହାଇସ୍କୁଲ ଦଳ ବିଜୟ ହାସଲ କରିଥିବା ସୂଚନା ମିଳିଛି। ଏହି ପ୍ରତିଯୋଗିତା ଗୁଡିକୁ କ୍ରୀଡା ଶିକ୍ଷକ ଶିକ୍ଷୟତ୍ରୀ ନମିତା ରଥ,ଅଲିଭା ଜ୍ୟୋତି ଦେ, ନନ୍ଦିନୀ ପଣ୍ଡା, ଜୟକୃଷ୍ଣ ପାତ୍ର,ଶଙ୍କର୍ଷଣ ମହାନ୍ତି, ଗଣେଶ ମହାପାତ୍ର, କମଳାକାନ୍ତ ଖୁଣ୍ଟିଆ, ଦିଲ୍ଲୀପ ପଣ୍ଡା, ମନୋଜ କୁମାର ରଥ ପ୍ରମୁଖ ପରିଚାଳନା କରିଥିଲେ। ସୂଚନାଯୋଗ୍ୟ କ୍ରୀଡ଼ା ପ୍ରତିଯୋଗିତା ଗୁଡିକୁ ଏଚଡିଏଫସି,ଏକ୍ସିସ, ଆଇସି ଆସି ବ୍ୟାଙ୍କ ପ୍ରଯୋଜନା କରିଛନ୍ତି।











