(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): କୄଷି ଓ କୄଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ତ୍ରିବସୀୟ ଉପଖଣ୍ଡସ୍ତରୀୟ କୄଷି ଯନ୍ତ୍ରପାତି ମେଳା –୨୦୨୫ ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ ପଡ଼ିଆ, ଗୁଣପୁର ଠାରେ ଉପସ୍ଥିତ ମାନ୍ୟଗଣ୍ୟ ଅତିଥି ଓ ଅଧିକାରୀଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ଓ ବେଦ ମନ୍ତ୍ରପାଠ ପୂର୍ବକ ଉଦ୍ଘାଟିତ ହୋଇଯାଇଛି ।
ଡ଼ିସେମ୍ବର ୧୦ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ମେଳାର ପ୍ରଥମ ଦିବସରେ ମୁଖ୍ୟ ଅତିଥି ରୂପେ ଶ୍ରୀମତୀ ମମତା ଗୌଡ଼ - ଅଧ୍ୟକ୍ଷା, ଗୁଣପୁର ପୌର ପରିଷଦ, ସମ୍ମାନିତ ଅତିଥି, ଶ୍ରୀମତୀ ଝିଲ୍ଲୀ ଶବର ଅଧ୍ୟକ୍ଷା, PS- ଗୁଣପୁର, ଶ୍ରୀମତୀ ମଣିମାଳା ଶବର ଅଧ୍ୟକ୍ଷା PS: ପଦ୍ମପୁର , ଶ୍ରୀ ରମେଶ ଚନ୍ଦ୍ର ସାହୁ, ଉପାଦକ୍ଷ PS- ପଦ୍ମପୁର ଯୋଗ ଦେଇଥିଲେ । ପ୍ରଥମେ ଶ୍ରୀ ଦିବ୍ୟ ସ୍ୱରୂପ, ପଣ୍ଡା କୃଷି ଜିଲ୍ଲା ଅଧିକାରୀ, ଗୁଣପୁର ଙ୍କ ସ୍ୱାଗତ ଅଭିଭାଷଣ ପରେ ଶଶ୍ରୀ ସନ୍ତୋଷ କୁମାର ମିଶ୍ର, ନିର୍ବାହୀ ଯନ୍ତ୍ରୀ, ରାୟଗଡ଼ା ମେଳାର ଉଦେଶ୍ୟ ଜ୍ଞାପନ କରିଥିଲେ l
ନୂତନ ଜ୍ଞାନ କୌଶଳ ଓ କୃଷି ଯନ୍ତ୍ରପାତି ବ୍ୟବହାର କରି ଚାଷୀର କିପରି ସର୍ବାଙ୍ଗୀନ ଉନ୍ନତି ସାଧନ ହେବ ସେଥିପ୍ରତି ମୂଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଆଲୋକପାତ କରିଥିଲେ । କୃଷକ ପାଠଶାଳା ଆଲୋଚନା ଚକ୍ରରେ ଡ଼.ପ୍ରଶାନ୍ତ କୁମାର ପଣ୍ଡା, ବରିଷ୍ଠ ବୈଜ୍ଞାନିକ NCRS ଓ ଡ. ସୁସ୍ମିତା ମହାନ୍ତି, ବରିଷ୍ଠ ବୈଜ୍ଞାନିକ ଏବଂ ମୁଖ୍ୟ, କୃଷି ବିଜ୍ଞାନ କେନ୍ଦ୍ର, ରାୟଗଡ଼ା ଭାଗ ନେଇ ଉପସ୍ଥିତ କୃଷକ ମାନଙ୍କୁ ମିଲେଟ ଓ ହରଡ ସ୍ମାର୍ଟ ଫାର୍ମିଙ୍ଗ୍ ମାଧ୍ୟମରେ କିପରି ଚାଷ କରିହେବ ବୁଝାଇଥିଲେ ।
ଏହି ମେଳାରେ ମୋଟ ୩୨ଟି ପ୍ରଦର୍ଶନୀ ଷ୍ଟଲ୍ ମଧ୍ୟରୁ 21 ଗୋଟି ଷ୍ଟଲ୍ ମଧ୍ୟରେ ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତି ଯଥା:- କମ୍ବାଇନ୍ ହାରଭେଷ୍ଟର୍, ଟ୍ରାକ୍ଟର୍, ପାୱାର୍ ଟିଲର୍, ଟ୍ରାନ୍ସ ପ୍ଲାଣ୍ଟର , ପାଵାର୍ ଥ୍ରେସର , ରିପର୍, ବିଭିନ୍ନ ପମ୍ପସେଟ୍ ପ୍ରଭୃତି ସ୍ୱୀକୃତି ପ୍ରାପ୍ତ ଡ଼ିଲର୍ ମାନଙ୍କ ଦ୍ୱାରା ପ୍ରଦର୍ଶିତ କରାଯାଇଥିଲା । ବିଭିନ୍ନ ଷ୍ଟଲ୍ ଗୁଡ଼ିକ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିଲା । ବିଭାଗୀୟ ଷ୍ଟଲ୍ ମାଧ୍ୟମରେ କୃଷି ଯନ୍ତ୍ରପାତି ପାଇଁ ସରକାରୀ ଆର୍ଥିକ ସହାୟତାର ସଚେତନତା, କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡ଼ିକର ପ୍ରଚାର ପ୍ରସାର, ବ୍ୟାଙ୍କ୍ଋଣ ମାଧ୍ୟମରେ କୃଷି ଯନ୍ତ୍ରପାତି କ୍ରୟ, ତତ୍କାଳ ବୁକିଂ ବ୍ୟବସ୍ଥା, ଅଗ୍ରୀମ ରିହାତି ପାଇଁ e-RUPI ର ବ୍ୟବହାର ପ୍ରଭୃତି ମାଧ୍ୟମରେ ମୂଲ୍ୟବାନ ପରାମର୍ଶ ଦିଆଯାଇଥିଲା।
ମେଳାର ପ୍ରଥମ ଦିନରେ ଗୁଣପୁର, ପଦ୍ମପୁର ଓ ମୁନିଗୁଡ଼ା ବ୍ଲକ୍ରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଚାଷର ଉନ୍ନତି କରିଥିବା ୧୨ଜଣ ଚାଷୀଙ୍କୁ ସମ୍ମାନୀତ କରାଯାଇଥିଲା ।
ଅପରାହ୍ନରେ ବିଭିନ୍ନ ସ୍ଥାନରୁ ଆସିଥିବା କଳାକାର ମାନଙ୍କ ଦ୍ୱାରା ପରିବେଷଣ କରିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ମେଳାକୁ ଅଧିକ ଆକର୍ଷଣ କରିଥିଲା ଓ ସମସ୍ତ କଳାକାର ମାନଙ୍କୁ ମାନପତ୍ର ଓ ମୋମେଂଟୋ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ସୁଶ୍ରୀ ଭାଗ୍ୟଶ୍ରୀ ମଲ୍ଲିକ, ସହକାରୀ କୃଷି ଯନ୍ତ୍ରୀ, ରାମନାଗୁଡ଼ା ଓ ଶ୍ରୀ ଉତ୍ତମ କୁମାର ଦାଶ, ସହକାରୀ ବୈଷୟିକ ପରିଚାଳକ,ମୁନିଗୁଡ଼ା ମଞ୍ଚ ପରିଚାଳନା କରିଥିଲେ । ଶେଷରେ ଶ୍ରୀ ପ୍ରକାଶ ଚନ୍ଦ୍ର ବେହେରା, କୃଷି ଜିଲ୍ଲା ଅଧିକାରୀ, ମୁନିଗୁଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ କୃଷି ଜିଲ୍ଲା ଗୁଣୁପୁର ଏବଂ ମୁନିଗୁଡ଼ା ର ସମସ୍ତ ଅଧିକାରୀ ଓ କର୍ମକର୍ତ୍ତା ସହଯୋଗ କରିଥିଲେ l
ରାଜ୍ୟ
ତ୍ରିବସୀୟ ଉପଖଣ୍ଡସ୍ତରୀୟ କୄଷି ଯନ୍ତ୍ରପାତି ମେଳା – ୨୦୨୫ ଉଦ୍ଘାଟିତ
- Hits: 3











