ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ସହରର ଜମିଦାରପଡାର ପ୍ରସିଦ୍ଧ ଅବସରପ୍ରାପ୍ତ ଶିକ୍ଷକ ଅଧିକାରୀ ଷଢଙ୍ଗୀଙ୍କ ବାର୍ଧକ୍ୟଜନିତ କାରଣରୁ ମଙ୍ଗଳବାର ସକାଳେ ପରଲୋକ ଘଟିଛି। ମୃତ୍ୟୁ ବେଳେ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା।ସ୍ବର୍ଗତ ଷଢଙ୍ଗୀ ଜଣେ ସରଳ, ଧର୍ମପରାୟଣ ଓ ଛାତ୍ରବତ୍ସଳ ଶିକ୍ଷକ ଭାବେ ଅଞ୍ଚଳରେ ଉଚ୍ଚ ସମ୍ମାନ ରଖୁଥିଲେ। ସେ ବିଜେପୁର ମହାବିଦ୍ୟାଳୟ ପରିଚାଳନା କମିଟିର ବିଭିନ୍ନ ଦାୟିତ୍ୱ ପାଳନ କରି ଶିକ୍ଷା ମଣ୍ଡଳୀରେ ନିଜସ୍ୱ ସୁଖ୍ୟାତି ଗଢିଥିଲେ। ଗଣ୍ୟମାନ୍ୟ ବ୍ୟକ୍ତି, କଲେଜ ଅଧ୍ୟକ୍ଷ, ଅଧ୍ୟାପକବୃନ୍ଦ, କର୍ମଚାରୀ ଏବଂ ସ୍ଥାନୀୟ ଶିକ୍ଷକ-ଶିକ୍ଷୟତ୍ରୀମାନେ ତାଙ୍କ ବାସଭବନକୁ ପହଁଚି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେମାନେ ଅଧିକାରୀ ଷଢଙ୍ଗୀଙ୍କ ଅବଦାନକୁ ସ୍ମରଣ କରି ଗଭୀର ଶୋକ ବ୍ୟକ୍ତ କରିଥିଲେ।
ଦୁଇପୁଅ ଜୟକୃଷ୍ଣ ଓ ନିର୍ମଲ୍ୟ, ବୋହୁ ଏବଂ ନାତି-ନାତୁଣୀଙ୍କୁ ଛାଡି ଚାଲିଯାଇଛନ୍ତି। ସ୍ଥାନୀୟ ଶ୍ମଶାନଘାଟରେ ତାଙ୍କ ଅନ୍ତେଷ୍ଠିକ୍ରୀୟା ସମ୍ପନ୍ନ ହୋଇଥିଲା। ତାଙ୍କ ଜ୍ୟେଷ୍ଠ ପୁତ୍ର ଜୟକୃଷ୍ଣ ମୁଖାଗ୍ନି ଦେଇଥିଲେ।
ରାଜ୍ୟ
ଅବସରପ୍ରାପ୍ତ ଶିକ୍ଷକ ଅଧିକାରୀଙ୍କ ପରଲୋକ
- Hits: 3











