ହେଡଲାଇନସ୍:

ସୁବର୍ଣ୍ଣପୁର ଲୋକ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ କରିବା ପାଇଁ ସଂସ୍କୃତି କମିଟିର ଦ୍ୱିତୀୟ ପ୍ରସ୍ତୁତି ବୈଠକ |

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ସୁବର୍ଣ୍ଣପୁରଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) : ଆଜି ଅପରାହ୍ନ ୪.୦୦ ଘଟିକା ସମୟରେ ସୁବର୍ଣ୍ଣପୁର ଲୋକ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ୨୦୨୬ର ସଫଳ ଆୟୋଜନ ଓ ଅନୁଷ୍ଠିତ କରିବା ପାଇଁ ସଂସ୍କୃତି କମିଟିର ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ ସୁବର୍ଣ୍ଣପୁର, ରାଜେନ୍ଦ୍ର ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା | ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ସୁବର୍ଣ୍ଣପୁର ଶ୍ରୀମତୀ ଅଞ୍ଜଳିନା ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର, ଡେପୁଟି କଲେକ୍ଟର, ନିଜାରତ, ସୁବର୍ଣ୍ଣପୁର, ଶ୍ରୀ ବିଶିକେଶନ ପ୍ରଧାନଙ୍କ ସମେତ ସଂସ୍କୃତି କମିଟିର ସମସ୍ତ ସଦସ୍ୟ ସଦସ୍ୟା ଯଥା ଦିଲ୍ଲୀପ ପାତ୍ର, ମାନଭଞ୍ଜନ ମିଶ୍ର, ବେଣି ମାଧବ ବେଦବାକ, ଶତ୍ରୁଘ୍ନ ଲୁହା, ଚୌଧୁରୀ ବିଭାର, ଉମେଶ କୁମ୍ଭାର, ଶାଶ୍ୱତ ତ୍ରିପାଠୀ, ଶ୍ରଦ୍ଧାଞ୍ଜଳି ମିଶ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ | ଜିଲ୍ଲା ସଂସ୍କୃତି ଅଧିକାରୀ, ସୁବର୍ଣ୍ଣପୁର ପ୍ରସ୍ତୁତି ବୈଠକ ର ଆଲୋଚ୍ୟ ବିଷୟ ବସ୍ତୁ ଅନୁଯାୟୀ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ।
ଏହି ପ୍ରସ୍ତୁତି ବୈଠକରେ ଆଗାମୀ ସୁବର୍ଣ୍ଣପୁର ଲୋକ ମହୋତ୍ସବରେ ବିଭିନ୍ନ ଜିଲ୍ଲାର ସାଂସ୍କୃତିକ ଦଳ ଗୁଡିକ ଆମନ୍ତ୍ରଣ କରିବା ପାଇଁ ଚୟନ କରାଯାଇଥିଲା ଏବଂ ସମ୍ଭାବ୍ୟ ସାଂସ୍କୃତିକ ଦଳ ଗୁଡିକ ବିଷୟରେ ଆଲୋଚନା କରାଯାଇଥିଲା | ଏହି ବୈଠକରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ସୁବର୍ଣ୍ଣପୁର, ଶ୍ରୀ ଅର୍ଜୁନ ମାଝୀଙ୍କ ସମେତ ଅନେକ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ପ୍ରୀତି ସୁନା ଉପସ୍ଥିତ ଥିଲେ |ବୈଠକ ଶେଷରେ ଶ୍ରୀ ମାନଭଞ୍ଜନ ମିଶ୍ର ଉପ ସଭାପତି, ତରଭା ବ୍ଲକ ସାଂସ୍କୃତିକ ସମିତି ଧନ୍ୟବାଦ୍ ଅର୍ପଣ କରିଥିଲେ।

0
0
0
s2sdefault