ଦେଶିକୁକୁଡା ଆଣିବାକୁ ଯିବା ମହଙ୍ଗା ପଡ଼ିଲା,
ଓଡଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡାଝୋଲା ଫାଣ୍ଡି ବାହାଡାଝୋଲାଠାରୁ ସୁନା ମୁହିଁ ମୁଖ୍ୟ ସଡକର ଶାଖା କେପେଟି ରାସ୍ତାର ତୋଡ଼ିଗାଡ଼ିଆ ବୋଡ଼ା ନଦୀ ପୋଲ ତଳକୁ ସୋମବାର ରାତି ପ୍ରାୟ ୯ ବେଳେ ବାଇକ୍ ସହିତ ଖସି ଦାଦା ପୁତୁରା ୨ ଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ ଗିରିଡିପଲ୍ଲୀ ପଞ୍ଚାୟତ ଧଝୋଲା ଗ୍ରାମର ବାଇକ ଚାଳକ ପୁତୁରା ରାଜେଶ/ରାଜେନ୍ଦ୍ର ନାଏକ(୪୦) ଏବଂ ଦଦା ଫକିର ଚରଣ ନାଏକ (୪୭) । ରାତିର ଅନ୍ଧକାର ବେଳେ ଦୃଘଟଣା ଘଟିଥିବାରୁ ମଙ୍ଗଳବାର ସକାଳେ ଖବର ପାଇ ଦମକଳ ବାହିନୀ ଦୃଘଟଣା ସ୍ଥଳରେ ପହଞ୍ଚି ମୃତ ଦଦା ଏବଂ ପୁତୁରାକୁ ଓଡ଼ଗାଁ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ଆନୁଷ୍ଠାନିକ ଭାବେ ମୃତ ଘୋଷଣା କରିବା ପରେ ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଓଡ଼ଗାଁ ପୋଲିସ ୩୬୬/୨୫ ମାମଲା ରୁଜୁ କରି ଶବ ଜବତ କରିଥିଲେ । ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ବାହାଡାଝୋଲା ଫାଣ୍ଡି ଅଧିକାରୀ ଦୁର୍ଘଟଣା ସ୍ଥଳର ସରଜମିନ୍ ତଦନ୍ତ କରି ଦୁର୍ଘଟଣା ଗ୍ରସ୍ତ ବାଇକ୍ ଟିକୁ ଫାଣ୍ଡିକୁ ଆଣିଥିଲେ । ପ୍ରାଥମିକ ତଦନ୍ତରୁ ଜଣାଯାଏ ଭୁବନେଶ୍ୱର ସାଲିଆ ସାହିରେ ରହୁଥିବା ଫକିର ନାଏକ ନିଜ ଗାଁ ଧଝୋଲାକୁ ଆସିଥିବା ବେଳେ ସୋମବାର ଅପରାହ୍ନରେ ଲାଇଟ୍ ନଥିବା ବାଇକ୍ ନେଇ ଦେଶି କୁକୁଡ଼ା ଆଣିବା ଉଦ୍ଦେଶ୍ୟରେ କେପେଟି ନିକଟବର୍ତ୍ତୀ ଗାଁ ଗୁଡ଼ିକରେ ଖୋଜିଥିଲେ । କୁକୁଡ଼ା ନମିଳିବାରୁ ଫେରିବା ବେଳେ ତୋଡ଼ି ଗାଡ଼ିଆ ମୋଡ଼ ନିକଟରେ ଥିବି ୨୫ଫୁଟ ଗଭିର ବୋଡ଼ା ନଦୀ ପୋଲ ତଳକୁ ଖସିପଡିଲେ । ମାଛ ଜାଲ ବାଉଁଶ ଉପରେ ପଡ଼ି ପଥରରେ ବାଡେଇହୋଇ ଆଣ୍ଠୁଏ ପାଣିଥିବା ନଦୀରେ ପଡିଥିଲେ । ଏବଂ ବାଇକଟି ତାଙ୍କ ଉପରେ ପଡିଥିଲା । ଆଜି ସକାଳେ ଜଣାପଡ଼ିବା ପରେ ଦମକଳ ବାହିନୀ ଉଧାର କରି ସେମାନଙ୍କୁ ଓଡ଼ଗାଁ ଡାକ୍ତରଖାନାକୁ ନେଇଥିଲେ ।











