ହେଡଲାଇନସ୍:

ଯୁବକଙ୍କୁ ରକ୍ତଦାନ କରି ଜୀବନ ବଞ୍ଚାଇଲେ ବେଲଗୁଣ୍ଠା ପ୍ରେସକ୍ଲବ ସଦସ୍ୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ରକ୍ତଦାନ, ବୃକ୍ଷରୋପଣ,ସମାଜ ସେବା ଭଳି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ପ୍ରେସକ୍ଲବ ଏବଂ ଏହାର ପ୍ରତ୍ୟେକ ସଦସ୍ୟ ସର୍ବଦା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି I ଏହି ପ୍ରରିପ୍ରେକ୍ଷୀରେ ଆଜି ବେଲଗୁଣ୍ଠା ପ୍ରେସକ୍ଲବର ଯୁବ ସଦସ୍ୟ ପଞ୍ଚାନନ ସାହୁ ଜରୁରୀ ପରିସ୍ଥିତିରେ ଦଶପଲ୍ଲା ଅଞ୍ଚଳର ଜଣେ କର୍କଟ ପୀଡ଼ିତ ଯୁବକଙ୍କୁ ରକ୍ତଦାନ କରି ତାଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇଛନ୍ତି I ସୂଚନା ପ୍ରକାରେ ଦଶପଲ୍ଲା ଅଂଚଳର କର୍କଟ ପୀଡ଼ିତ ଯୁବକ ପ୍ରତାପ ଚନ୍ଦ୍ର ସାହୁ (୩୭) ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କୁ ଜରୁରୀ ପରିସ୍ଥିତିରେ ଏ ପଜିଟିଭ୍ ବର୍ଗର ରକ୍ତ ଦରକାର ହୋଇଥିଲା I କିନ୍ତୁ ରକ୍ତଭଣ୍ଡାରରେ ଏ ପଜିଟିଭ୍ ବର୍ଗର ରକ୍ତ ଉପଲବ୍ଧ ନଥିବାରୁ ପ୍ରତାପଙ୍କ ପରିବାର ଲୋକେ ଚିନ୍ତିତ ହୋଇପଡ଼ିଥିଲେ I ଏହି ଖବର ଗୋପବନ୍ଧୁ ଟ୍ରଷ୍ଟ୍ ର ସଦସ୍ୟ ସଞ୍ଜୟ ପ୍ରଧାନଙ୍କ ନିକଟରେ ପହଞ୍ଚିବା ପରେ ସେ ବେଲଗୁଣ୍ଠା ପ୍ରେସକ୍ଲବ ସଦସ୍ୟ ପଞ୍ଚାନନ ସାହୁଙ୍କ ସହିତ ଯୋଗାଯୋଗ କରିଥିଲେ I ଖବର ପାଇ ପଞ୍ଚାନନ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ରକ୍ତଭଣ୍ଡାରରେ ପହଞ୍ଚି ରକ୍ତଦାନ କରିଥିଲେ I ପଞ୍ଚାନନଙ୍କ ଏହି ମହତ୍ କାର୍ଯ୍ୟ ପାଇଁ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀଙ୍କ ସମସ୍ତ ସଦସ୍ୟ ପଞ୍ଚାନନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି I

0
0
0
s2sdefault